Posted inଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ: ହୀରା ବ୍ୟବସାୟ ପ୍ରଭାବିତ

ଗାନ୍ଧୀନଗର,୨୧।୫: ସୁରାଟକୁ ଭାରତୀୟ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବାବେଳେ ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ପାଇଁ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜେମ୍ସ ଆଣ୍ଡ୍‌ ଜୁଏଲରୀ ଏକ୍ସପୋର୍ଟ ପ୍ରୋମୋଶନ୍‌ କାଉନସିଲର ରିଜିଓନାଲ ଚେୟାରମ୍ୟାନ୍‌ ଦିନେଶ ନାଭଡିଆ ଏହା କହିଛନ୍ତି। ହରା କାରଖାନାରେ କଞ୍ଚାମାଲ୍‌ର ଅଭାବ ଦେଖିବାକୁ ମିଳିଛି। ଗତମାସରେ ୧.୭୫ ଲକ୍ଷ କ୍ୟାରେଟର ହୀରା ରୁଷିଆ ଜରିଆରେ ସୁରାଟ ଆସିଥିଲା। ୩୦ରୁ ୩୫ ପ୍ରତିଶତ ରଫ୍‌ ଡାଇମଣ୍ଡ କଟିଂ ଏବଂ ପଲିଶିଂ ପାଇଁ ଆଲରୋସାରୁ ସୁରାଟ ଓ ମୁମ୍ବାଇ ଆସିଛି। କଞ୍ଚାମାଲର ଅଭାବ କାରଣରୁ ସୁରାଟର ବଡ଼ ହୀରା କାରଖାନାଗଡ଼ିକରେ ସପ୍ତାହକୁ ୩ରୁ ୪ ଦିନ କାମ କରାଯାଉଥିବାବେଳେ ଛୋଟ ସଂସ୍ଥା ସବୁ ବନ୍ଦ ହୋଇଯାଇଥିବା ଦିନେଶ କହିଛନ୍ତି। ଭାରତକୁ ଆମଦାନୀ ହେଉଥିବା ମୋଟ ହୀରାର ୪୦ ପ୍ରତିଶତ ଖାଲି ରୁଷିଆରୁ ଆସିଥାଏ। କିନ୍ତୁ ଯୁଦ୍ଧ କାରଣରୁ ରୁଷିଆରୁ ହୀରା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଛି। ଯୁଦ୍ଧ କାରଣରୁ ଦେଶରେ ୧୮ ବିଲିୟନ୍‌ ଡଲାରର କ୍ଷତି ହୋଇଥିବା କୁହାଯାଉଛି। ଆମେରିକା ରୁଷିଆ ଉପରେ କଟକଣା ଲଗାଇବା ପୂର୍ବରୁ ରୁଷିଆ ଭାରତକୁ ହୀରା ରପ୍ତାନୀ କରିଥିଲା। ସୁରାଟରେ ହୀରା କାରଖାନା ବନ୍ଦ ହେବା ଯୋଗୁ କାରଖାନା କର୍ମଚାରୀ ଆର୍ଥାଭାବ ଦେଇ ଗତି କରୁଛନ୍ତି। ନିକଟରେ ଏହି କାରିଗରମାନେ ସରକାରୀ ସହାୟତା ଯୋଗଇଦେବା ଉଦ୍ଦେଶ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିକଟରେ ଦାବି କରିଥିଲେ ।ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଫେବୃୟାରୀ ୨୪ରୁ ଆରମ୍ଭ ହୋଇଥିବାବେଳେ ଏପ୍ରିଲମାସ ମଧ୍ୟଭାଗ ବେଳକୁ ଆମେରିକା ରୁଷିଆ ଉପରେ କଟକଣା ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri