ୟୁରୋପକୁ ତୈଳ ଯୋଗାଇବ ନାହିଁ ରୁଷିଆ

ମସ୍କୋ,୬।୧: ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଭାରତ ସହିତ ରୁଷିଆ ତୈଳ ବ୍ୟବସାୟ କ୍ରମାଗତ ଭାବେ ଶୀର୍ଷରେ ପହଞ୍ଚିଛି। ଇତିମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଆର୍କଟିକ ଅଞ୍ଚଳରୁ ବାହାରୁଥିବା ଅଶୋଧିତ ତୈଳ ଯୋଗାଣକୁ ଭାରତ ଏବଂ ଚାଇନାକୁ ରିହାତିରେ ରୁଷିଆ ବିକ୍ରି କରୁଛି। ଏହାପୂର୍ବରୁ ଏହି ତେଲ ୟୁରୋପୀୟ ଦେଶକୁ ବିକ୍ରି କରାଯାଇଥିଲା। କିନ୍ତୁ ଗତ ମାସରୁ ୟୁରୋପୀୟ ଦେଶମାନେ ତେଲ କିଣିବା ବନ୍ଦ କରିଦେଇଥିଲେ ଯେଉଁଥିପାଇଁ ଏହାର ଯୋଗାଣ ଚେନ୍‌ ଅନ୍ୟ ଗ୍ରାହକମାନଙ୍କୁ ଦିଆଯାଇଥିଲା। ସୂଚନାଯୋଗ୍ୟ, ଡିସେମ୍ବରରେ ୟୁରୋପୀୟ ୟୁନିଅନ ଜି-୭ ଗୋଷ୍ଠୀ ଦେଶ ଏବଂ ଅଷ୍ଟ୍ରେଲିଆ ରୁଷିଆ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇଥିଲେ। ପ୍ରାଇସ୍‌ କ୍ୟାପ୍‌ ଲାଗୁ କରିବା ବେଳେ କୁହାଯାଇଥିଲା ଯେ, ଯଦି ରୁଷିଆ ଏହାକୁ ଗ୍ରହଣ ନ କରେ ତେବେ ତା’ଉପରେ ଅନେକ ପ୍ରତିବନ୍ଧକ ଲଗାଯିବ। ଅନ୍ୟପଟେ ରୁଷିଆ ପ୍ରାଇସ୍‌ କ୍ୟାପକୁ ଗ୍ରହଣ କରିବାକୁ ମନା କରିଦେଇଛି। ଏଥିସହ ଯେଉଁ ଦେଶ ତା’ର ତୈଳ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବ, ତା’କୁ ରୁଷିଆ ତେଲ ବିକ୍ରି ବନ୍ଦ କରିଦେବ ବୋଲି କହିଛି। ଏହାପରେ ୟୁରୋପ ଦେଶକୁ ପଠାଯାଇଥିବା ଆର୍କଟିକ ଅଞ୍ଚଳରୁ ବାହାରୁଥିବା ଅଶୋଧିତ ତୈଳକୁ ବନ୍ଦ କରିଦିଆଗଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୈଳ କମ୍ପାନୀଗୁଡିକ ନୂତନ କ୍ରେତା ଖୋଜିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri