ୟୁକ୍ରେନରୁ ଚୋରି କରି ନେଇଥିବା ପାଞ୍ଚ ଲକ୍ଷ ଟନ ଗହମକୁ ଆଫ୍ରିକୀୟ ଦେଶକୁ ବିକ୍ରି କରୁଛି ରୁଷିଆ

କ୍ୱିଭ/ମସ୍କୋ/ ନାଇରୋବି,୭ ।୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ମାସରୁ ଅଧିକ ସମୟ ହୋଇ ଗଲାଣି । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଯୁଦ୍ଧ ପରେ ବୋମାମାଡ କରି ଓ ଅନ୍ୟ ଉପାୟରେ ରୁଷିଆ ୟୁକ୍ରେନର ଗହମକୁ ବାହାରକୁ ଯିବାକୁ ଦେଇ ନ ଥିଲା । ଏବେ ରୁଷିଆ ୟୁକ୍ରେନର ୫ ଲକ୍ଷ ଟନ ଗହମକୁ ଚୋରି କରି ଟ୍ରକରେ ଲଦି ନିଜ କବଜାକୁ ନେବା ସହ କ୍ରିମିୟା ପଠାଇ ଦେଇଛି । ଏବେ ଏହାକୁ ରୁଷିଆ ଖାଦ୍ୟାଭାବ ଦେଖାଦେଇଥିବା ଆଫ୍ରିକା ଦେଶକୁ ବିକ୍ରି କରୁଛି ବୋଲି ଜଣାପଡିଛି । ଆମେରିକା ମେ’ ମଧ୍ୟଭାଗରେ ୧୪ ଦେଶକୁ ଯୁଦ୍ଧ ଅପରାଧର ଲାଭ ଉଠାଇବାକୁ ନେଇ ଚେତାବନୀ ଦେଇଥିଲା । ହେଲେ ଏହାର କୌଣସି ପ୍ରଭାବ ଦେଖାଯାଇଥିବା ଲକ୍ଷ୍ୟ କରାଯାଉ ନାହିଁ ।
ଆମେରିକା ଚେତାବନୀ ସହ ୩ ରୁଷିଆ ମାଲବାହକଙ୍କ ନାମ ଜାରି କରିଛି । ହେଲେ ନିଜେ ଆମେରିକା କହିଛି, ୟୁକ୍ରେନ-ରୁଷିଆ ଯୁଦ୍ଧ ମାମଲାରେ ଶକ୍ତିଶାଳୀ ପାଶ୍ଚାତଦେଶ ରୁଷିଆ ମଧ୍ୟରେ ସେ ଫସି ଗଲାଭଳି ମନେହେଉଛି । ତେଣୁ ଆଫ୍ରିକୀୟ ଦେଶ ଉଚିତ ପ୍ରତିରୋଧ କରିପାରିବ ନାହିଁ । ଏଥି ମଧ୍ୟରେ କେତେକ ଦେଶ ରୁଷିଆ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରୁଛନ୍ତି । ଆମେରିକାର ଏହି ଚେତାବନୀ ପରେ ୟୁକ୍ରେନର ଅଧିକାରୀମାନେ ରୁଷିଆ ତାଙ୍କ ଦେଶରୁ ଗହମ ଚୋରାଇଥିବା ଅଭିଯୋଗକୁ ଦୋହରାଇଛନ୍ତି । ସୋମବାର ଆଫ୍ରିକି ୟୁନିୟନର ମୁଖ୍ୟ ସେନେଗଲ କେ ମୈକି ସାଲ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ୍ କରି ଖାଦ୍ୟଶସ୍ୟ ଉପଲବ୍ଧ କରିବାକୁ କହିଥିଲେ ।
ସୂଚନାଯୋଗ୍ୟ, ଆଫ୍ରିକା ପାଇଁ ଆବଶ୍ୟକ ହେଉଥିବା ଗହମରୁ ୪୦ ପ୍ରତିଶତ ରୁଷିଆ ଓ ୟୁକ୍ରେନରୁ ନେଇଥାଏ । ଚଳିତବର୍ଷ ଗହମର ଦାମରେ ୨୩ ପ୍ରତିଶତ ବୃଦ୍ଧି ହୋଇଛି । ଜାତିସଂଘ କହିଛି ଗତବର୍ଷ ମରୁଡି ଯୋଗୁ ଆଫ୍ରିକାରେ ୧.୭ କୋଟି ଲୋକ ଭୋକିଲା ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri