ୟୁକ୍ରେନରୁ ଚୋରି କରି ନେଇଥିବା ପାଞ୍ଚ ଲକ୍ଷ ଟନ ଗହମକୁ ଆଫ୍ରିକୀୟ ଦେଶକୁ ବିକ୍ରି କରୁଛି ରୁଷିଆ

କ୍ୱିଭ/ମସ୍କୋ/ ନାଇରୋବି,୭ ।୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ମାସରୁ ଅଧିକ ସମୟ ହୋଇ ଗଲାଣି । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଯୁଦ୍ଧ ପରେ ବୋମାମାଡ କରି ଓ ଅନ୍ୟ ଉପାୟରେ ରୁଷିଆ ୟୁକ୍ରେନର ଗହମକୁ ବାହାରକୁ ଯିବାକୁ ଦେଇ ନ ଥିଲା । ଏବେ ରୁଷିଆ ୟୁକ୍ରେନର ୫ ଲକ୍ଷ ଟନ ଗହମକୁ ଚୋରି କରି ଟ୍ରକରେ ଲଦି ନିଜ କବଜାକୁ ନେବା ସହ କ୍ରିମିୟା ପଠାଇ ଦେଇଛି । ଏବେ ଏହାକୁ ରୁଷିଆ ଖାଦ୍ୟାଭାବ ଦେଖାଦେଇଥିବା ଆଫ୍ରିକା ଦେଶକୁ ବିକ୍ରି କରୁଛି ବୋଲି ଜଣାପଡିଛି । ଆମେରିକା ମେ’ ମଧ୍ୟଭାଗରେ ୧୪ ଦେଶକୁ ଯୁଦ୍ଧ ଅପରାଧର ଲାଭ ଉଠାଇବାକୁ ନେଇ ଚେତାବନୀ ଦେଇଥିଲା । ହେଲେ ଏହାର କୌଣସି ପ୍ରଭାବ ଦେଖାଯାଇଥିବା ଲକ୍ଷ୍ୟ କରାଯାଉ ନାହିଁ ।
ଆମେରିକା ଚେତାବନୀ ସହ ୩ ରୁଷିଆ ମାଲବାହକଙ୍କ ନାମ ଜାରି କରିଛି । ହେଲେ ନିଜେ ଆମେରିକା କହିଛି, ୟୁକ୍ରେନ-ରୁଷିଆ ଯୁଦ୍ଧ ମାମଲାରେ ଶକ୍ତିଶାଳୀ ପାଶ୍ଚାତଦେଶ ରୁଷିଆ ମଧ୍ୟରେ ସେ ଫସି ଗଲାଭଳି ମନେହେଉଛି । ତେଣୁ ଆଫ୍ରିକୀୟ ଦେଶ ଉଚିତ ପ୍ରତିରୋଧ କରିପାରିବ ନାହିଁ । ଏଥି ମଧ୍ୟରେ କେତେକ ଦେଶ ରୁଷିଆ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରୁଛନ୍ତି । ଆମେରିକାର ଏହି ଚେତାବନୀ ପରେ ୟୁକ୍ରେନର ଅଧିକାରୀମାନେ ରୁଷିଆ ତାଙ୍କ ଦେଶରୁ ଗହମ ଚୋରାଇଥିବା ଅଭିଯୋଗକୁ ଦୋହରାଇଛନ୍ତି । ସୋମବାର ଆଫ୍ରିକି ୟୁନିୟନର ମୁଖ୍ୟ ସେନେଗଲ କେ ମୈକି ସାଲ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ୍ କରି ଖାଦ୍ୟଶସ୍ୟ ଉପଲବ୍ଧ କରିବାକୁ କହିଥିଲେ ।
ସୂଚନାଯୋଗ୍ୟ, ଆଫ୍ରିକା ପାଇଁ ଆବଶ୍ୟକ ହେଉଥିବା ଗହମରୁ ୪୦ ପ୍ରତିଶତ ରୁଷିଆ ଓ ୟୁକ୍ରେନରୁ ନେଇଥାଏ । ଚଳିତବର୍ଷ ଗହମର ଦାମରେ ୨୩ ପ୍ରତିଶତ ବୃଦ୍ଧି ହୋଇଛି । ଜାତିସଂଘ କହିଛି ଗତବର୍ଷ ମରୁଡି ଯୋଗୁ ଆଫ୍ରିକାରେ ୧.୭ କୋଟି ଲୋକ ଭୋକିଲା ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ...

ମୋଗାଦିସୁ ଆତ୍ମଘାତୀ ବିସ୍ଫୋରଣରେ ୧୫ରୁ ଅଧିକ ମୃତ, ଅନେକେ ଆହତ

ମୋଗାଦିସୁ,୬ ।୧୧: ସୋମାଲିଆର ରାଜଧାନୀ ମୋଗାଦିସୁ ସହରର ଦକ୍ଷିଣରେ ଏକ ସେନା ଆଡ୍ଡା ଉପରେ ବିସ୍ଫୋରଣ ହେବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି...

ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍‌ଡାଉନ

ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ...

ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର...

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲା ଆଇସିସି, ଜେଲେନସ୍କି କହିଲେ ‘ଏହା ଆରମ୍ଭ ମାତ୍ର’

ଆମଷ୍ଟରଡାମ,୧୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ୧୩ ମାସ ଧରି ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ସାମରିକ ସୀମା...

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ, କ୍ୱିଭ-ମସ୍କୋ ମଧ୍ୟରେ ଶୀଘ୍ର ତୃତୀୟ ବୈଠକ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ବିବାଦ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି । ରୁଷିଆର ଆକ୍ରମଣ ଫଳରେ ଶୁକ୍ରବାର ସକାଳେ ୟୁକ୍ରେନରେ ଥିବା ୟୁରୋପର...

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ...

କରୋନା ପରେ ଡରାଇଲାଣି ଇବୋଲା

କିନସାସା,୨।୬: ବିଶ୍ୱରେ ଏବେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଫ୍ରିକାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଲାଣି ଇବୋଲା ଭାଇରସ।...

Advertisement
Archives

Model This Week