ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି

ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ ବେଶ୍‌ ଆଶାବାଦୀ ରହିଛି। ଋଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି ଯେ ‘ସ୍ପୁଟନିକ ଭି’ ଟିକା ସବୁଠୁ ପ୍ରଭାବଶାଳୀ ଏବଂ ୯୫% ସଫଳ । ଏହି ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି କୁହାଯାଇଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ। ୨୦୨୧ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବା ନେଇ ଯୋଜନା ରହିଛି। ବଜାରରେ ଏହି ଟିକାର ଦାମ ୭୪୦ ଟଙ୍କାରୁ କମ ରହିବ। ଲୋକମାନେ ଦୁଇଟି ଟିକା ନେବା ଦରକାର। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି କ୍ରମରେ ଭାରତକୁ ମଧ୍ୟ ରୁଷିଅଶ ଏହି ଟିକା ଯୋଗାଇବ। ଭାରତରେ ପ୍ରଥମେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ...

ଅଧିକ ସହାୟତା ପ୍ରତିଶ୍ରୁତି ଦେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌୍‌, ୯ା୫: କରୋନା ମହାମାରୀରେ ଭାରତର ସହାୟତା ପାଇଁ ଆମେରିକା ଜୋ ବାଇଡେନ୍‌ ସରକାର ସଂକଳ୍ପବଦ୍ଧ। ଭାରତର କଲ୍ୟାଣ ଆମେରିକା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି...

ଧରାପଡିଲା ଚାଇନାର ମିଛ: ଡ୍ରୋନ୍ ନୁହେଁ ବରଂ ଖଚର ସାହାଯ୍ୟରେ ସୀମାକୁ ପଠାଯାଉଛି ବିଭିନ୍ନ ସାମଗ୍ରୀ

ବେଜିଂ,୨୨ ।୧୦: ଚାଇନା ଗଣମାଧ୍ୟମ ଲଗାତାର ଭାବେ ଦାବି କରି ଆସୁଥିଲା ଚାଇନା ସେନା(ପିଏଲ୍‌ଏ)ଖୁବ୍ ଶକ୍ତିଶାଳୀ ଓ ଏମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ।...

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର...

ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ...

ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ...

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ...

କରୋନା ଟିକା ଉଦ୍ଭାବନରେ କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟକୁ ସଫଳତା

କୁଇନ୍ସଲାଣ୍ଡ,୨୨ା୨(ପି.ଟି.) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଟିକା ବାହାର କରିବାରେ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟର ଏକ ଟିମ୍‌କୁ ସଫଳତା ମିଳିଛି। ଏହି ଟିମ୍‌ ଗବେଷଣାଗାରରେ ପ୍ରସ୍ତୁତ...

Advertisement
Archives

Model This Week