ୟୁକ୍ରେନର ୭୦ ସେନା ଶିବିରକୁ ଉଡାଇଲା ରୁଷିଆ

କ୍ୱିଭ,୨୫ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଇତିମଧ୍ୟରେ ରୁଷିଆ ଦାବି କରିଛି କି ସେ ୟୁକ୍ରେନର ୭୦ ସେନା ଶିବିରକୁ ନଷ୍ଟ କରିଛି । ଏଥିରେ ୧୧ ଏୟାର ଫିଲ୍ଡ ସାମିଲ ଅଛି । ରୁଷିଆ ହେନିଚେସ୍କ ଓ ନୋୱା କହୋକ୍ୱା ସହରକୁ କବଜା କରିିବା ଜଣାପଡିଛି । ଇତି ମଧ୍ୟରେ ୟୁକ୍ରେନର ରାଜଧାନୀ କ୍ୱିଭରେ କର୍ଫ୍ୟୁ ଲଗାଇ ଦିଆଯାଇଛି । କ୍ୱିଭର ମେୟର ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନ ବି ରୁଷିଆର କ୍ଷୟକ୍ଷତି କରିଥିବା ଦାବି କରିଛି ।
ସେଣ୍ଟର ଫର ଡିଫେନ୍ସ ସ୍ଟ୍ରେଟଜିଷ୍ଟର ସୂଚନା ଅନୁଯାୟୀ, ୟୁକ୍ରେନ ରୁଷିଆର ୧୦୦ରୁ ଊର୍ଦ୍ଧ୍ୱ ସେନାଙ୍କୁ ନିହତ କରିଛି । ଏହା ବ୍ୟତୀତ ରୁଷିଆର ୭ ବିମାନ, ୪ ହେଲିକପ୍ଟରକୁ ବି ନଷ୍ଟ କରିଛି ୟୁକ୍ରେନ୍ । ଏହାସହ ୟୁକ୍ରେନ୍ ଆହୁରି ମଧ୍ୟ ଦାବି କରିଛି ଯେ ସେ ରୁଷିଆର ୧୫ ଟ୍ୟାଙ୍କକୁ ନଷ୍ଟ କରି ଦେଇଛି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷିଆ ସେନା ଚେର୍ନେବଲର ନ୍ୟୁକ୍ଲିୟ ପ୍ଲାଣ୍ଟକୁ କବଜା କରିବାକୁ ଚାହୁଁଛନ୍ତି । ହେଲେ ଜୀବନକୁ ବାଜି ଲଗାଇ ୟୁକ୍ରେନ ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ।
ଯୁଦ୍ଧର ଏହି ବିଭିଷିକା ମଧ୍ୟରେ ୟୁକ୍ରେନରେ ୧୦୦ରୁ ଅଧିକ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ଗତ ପ୍ରାୟ ୧୯ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେବ ଆଗାମୀ ମହାମାରୀ

ଲଣ୍ଡନ, ୭ା୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍‌-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶି ସଂକ୍ରାମକ ଓ ଘାତକ ହୋଇପାରେ। କୋଭିଡ୍‌...

ବିଶ୍ୱର ସବୁଠୁ ଥଣ୍ଡା ଦେଶ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ...

ଅଢ଼େଇ କୋଟି ଟଙ୍କାର ପେଣ୍ଟିଂକୁ ବିମାନବନ୍ଦରରେ ଭୁଲି ଯାଇଥିଲେ ବ୍ୟବସାୟୀ, ସଫେଇ କର୍ମଚାରୀ ଅଳିଆ ଭାବି…

ଜଣେ ବ୍ୟବସାୟୀ ଜର୍ମାନୀର ବିମାନବନ୍ଦରରେ ଫ୍ରାନ୍ସର ଡାକ୍ତର ୟେଭ ଟୁଙ୍ଗୁଙ୍କ ଏକ ମହଙ୍ଗା ଚିତ୍ର ଭୁଲିଯାଇଥିଲେ। ପରେ ପ୍ରାୟ ୨.୫ କୋଟିର ପେଣ୍ଟିଂ ସହିତ ଯାହା...

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି...

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି...

କରୋନାରେ ବ୍ରିଟିଶ୍‌ ହାସ୍ୟାଭିନେତା ଏଡିଙ୍କ ମୃତ୍ୟୁ

ଲଣ୍ଡନ,୩ା୪: କରୋନା ସଂକ୍ରମଣରେ ବ୍ରିଟେନର ବର୍ଷୀୟାନ ହାସ୍ୟାଭିନେତା ଏଡି ଲାର୍ଜଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ହସ୍ପିଟାଲରେ ତାଙ୍କର ହୃଦ୍‌ରୋଗ...

ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ...

ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ...

Advertisement
Archives

Model This Week