ଯୁଦ୍ଧ ଏଡ଼ାଇବାରେ ପାଶ୍ଚାତ୍ୟ ବିଫଳ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨୫ା୨: ଯାହା ଆଶଙ୍କା କରାଯାଉଥିଲା ତାହା ହେଲା। ଆମେରିକାର ଚେତାବନୀ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ତାଗିଦକୁ ଭ୍ରୂକ୍ଷେପ ନ କରି ଗୁରୁବାର ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସୈନ୍ୟ ପଡ଼ୋଶୀ ୟୁକ୍ରେନ୍‌ରେ ଆକାଶମାର୍ଗରୁ ତୁହାକୁ ତୁହା ବୋମା ବର୍ଷଣ କରିଛନ୍ତି। ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ନିକଟସ୍ଥ ଆଇଭାନୋ-ଫ୍ରାଙ୍କିସ୍କ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଅନ୍ୟ କେତେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବାବେଳେ କ୍ୱିଭ୍‌ ମଧ୍ୟ ଆମତ୍ରକ୍ଷା ପାଇଁ ଜବାବ ଦେଇଛି। ଏଥିରେ ଉଭୟ ପକ୍ଷଙ୍କ ଶତାଧିକ ସୈନ୍ୟ ମୃତାହତ ହୋଇଥିବା କୁହାଯାଉଛି। ପୁଟିନ୍‌ଙ୍କ ଏହି ଦୁଃସାହସିକ ପଦକ୍ଷେପ ଭୂରାଜନୈତିକ ଘଟଣାକ୍ରମକୁ ବହୁଳ ଭାବେ ପ୍ରଭାବିତ କରିଛି। ରୁଷିଆର ଆକ୍ରମଣକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କଡ଼ା ନିନ୍ଦା କରିବା ସହ ଆଗକୁ ଆହୁରି କଠୋର କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି। ଏଭଳି ସମୟରେ ଭାରତର ନିରପେକ୍ଷତାକୁ ନେଇ ୟୁକ୍ରେନ୍‌ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛି। ମୋଦି ପୁଟିନ୍‌ଙ୍କ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରାଇବା ଜରୁରୀ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ଅନୁରୋଧ କରିଛନ୍ତି। ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦୁଇଦିନିଆ ମସ୍କୋ ଗସ୍ତ କରି ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ବିଶ୍ୱ ପାଇଁ ଅଶାନ୍ତିର କାରଣ ସାଜିଛି। ରୁଷିଆର ଦକ୍ଷିଣରେ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସଦସ୍ୟତା ପାଇଁ ଆବେଦନ କରିବା ପରେ ପୁଟିନ୍‌ କ୍ଷୁବ୍ଧ ହୋଇଯାଇଥିଲେ। ନାଟୋ ସୈନ୍ୟଙ୍କୁ ତୁରନ୍ତ ସମ୍ପୃକ୍ତ ଅଞ୍ଚଳରୁ ପ୍ରତ୍ୟାହାର ଦାବି କରି ପୂର୍ବାଞ୍ଚଳର ଡୋନ୍‌ବାସକୁ ପୁଟିନ୍‌ ଡୋନେସ୍କ ଓ ଲୁହାନସ୍କ ନାମରେ ଦୁଇଟି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପରେ ଦୁଇପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଥିଲା। ଯୁଦ୍ଧ ଏଡ଼ାଇବା ପାଇଁ ଆମେରିକା, ବ୍ରିଟେନ୍‌, କାନାଡା, ଜର୍ମାନୀ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ପୁଟିନ୍‌ଙ୍କୁ ଲଗାତର ତାଗିଦ କରିଥିଲେ। ହେଲେ ସେ କାହା କଥା ଶୁଣି ନ ଥିଲେ। ଗୁରୁବାର ସକାଳେ ପୁଟିନ୍‌ ଏକ ପ୍ରିରେକର୍ଡେଡ୍‌ ଟେଲିଭିଜନ୍‌ ବାର୍ତ୍ତାରେ ରୁଷିଆବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମ୍ବୋଧନ ବେଳେ ସେ ସୈନ୍ୟଙ୍କୁ ୟୁକ୍ରେନ୍‌ ଆକ୍ରମଣ (ସାମରିକ ଅପରେଶନ)ର ନିର୍ଦ୍ଦେଶ ଦେଇଥିଲେ। ପୁଟିନ୍‌ଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଜଳ, ସ୍ଥଳ ଓ ଆକାଶରୁ ରୁଷିଆ ପକ୍ଷରୁ କରାଯାଇଥିବା ଏହି ଘାତକ ଟର୍ଗେଟକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ବିରୋଧରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ପୁଟିନ୍‌ଙ୍କ ସଶସ୍ତ୍ର ବଳ ୟୁକ୍ରେନ୍‌ର ୧୩ଟି ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ୟୁକ୍ରେନ୍‌ର ପୂର୍ବ ସୀମାନ୍ତ ଚେର୍ନିହିଭ୍‌, ଖର୍କିଭ୍‌ ଓ ଲୁହାନ୍‌ସ୍କ ଅଞ୍ଚଳରେ ରୁଷିଆ ସୈନ୍ୟ କଡ଼ା ପ୍ରହରା ଦେଉଥିବାବେଳେ ସ୍କାଷ୍ଟିଆ ଏବଂ ଷ୍ଟାନିସିଆ ସହରକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛନ୍ତି। କେବଳ ଏତିକି ନୁହେଁ, କୃଷ୍ଣ ସାଗର ଉପକୂଳ ବନ୍ଦର ସହର ଓଡେସା ଓ ଦକ୍ଷିଣରେ ଥିବା ମାରିଉପୋଲ୍‌କୁ ସେମାନେ ଜଳପଥରେ ଆକ୍ରମଣ କରିଛନ୍ତି। ରାଜଧାନୀ କ୍ୱିଭ୍‌ ଆକାଶରେ ଉଡ଼ୁଥିବା ରୁଷିଆ ବାୟୁସେନାର ଲଢ଼ୁଆ ବିମାନ ସରକାରୀ ଅଫିସ୍‌ ଓ ସେନା ଛାଉଣିଗୁଡ଼ିକୁ ଟାର୍ଗେଟ କରିଥିଲେ। ଓଡେସା ସେନା ଶିବିରରେ ଏୟାର ଷ୍ଟ୍ରାଇକ୍‌ କରିବାରୁ ୧୦ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋଟ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସି ନ ଥିଲେ ହେଁ ଏୟାକୁ ମିଶାଇ ୟୁକ୍ରେନ୍‌ର ପ୍ରାୟ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆକାଶରୁ କ୍ୱିଭ୍‌ ଆକ୍ରମଣ ପାଇଁ ଯାଇଥିବା ରୁଷିଆର ୫ଟି ବିମାନକୁ ୟୁକ୍ରେନ୍‌ ଖସାଇଦେଇଥିବା ଦାବି କରିଛି। ଆମତ୍ରକ୍ଷା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ରୁଷିଆର ୫୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପ୍ରଶାସନିକ ସହଯୋଗୀ ଓଲେକ୍‌ସି ଆରେଷ୍ଟୋଭିକ୍‌ କହିଛନ୍ତି। ଏହା ପୂର୍ବରୁ ଭୋର ୪ଟାରେ କ୍ୱିଭ୍‌ରେ ବିସ୍ଫୋରଣ ହୋଇଥିଲା। ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜଧାନୀର ବହୁ ଲୋକ ଏହାର ପ୍ରଚଣ୍ଡ ଶବ୍ଦ ଶୁଣି ଉଠିଯାଇଥିଲେ। ୟୁକ୍ରେନ୍‌ ସେନା ଗୋଇନ୍ଦା ମୁଖ୍ୟାଳୟରୁ ବାହାରୁଥିବା ଘନକଳା ଧୂଅଁା ସମଗ୍ର ସହରର ଆକାଶକୁ ଆଚ୍ଛାଦିତ କରି ରଖିଥିଲେ। ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲେ ହେଁ ଅନେକେ ପ୍ରାଣ ବିକଳରେ ଧାଉଁଥିବା ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଥିଲା। ଗୁଳି ବିନିମୟ ଓ ଟ୍ରାଫିକ୍‌ ଜାମ୍‌ ଭିତରେ ରାଜଧାନୀବାସୀ ଆତଙ୍କିତ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରେଟା ଥନବର୍ଗ ଗିରଫ…

ବର୍ଲିନ,୧୮।୧ : ଜର୍ମାନୀର ଲୁଟେଜରାଥରେ ଏକ କୋଇଲା ଖଣି ସମ୍ପ୍ରସାରଣକୁ ବିରୋଧ କରି ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗ୍ରେଟାଙ୍କ...

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ...

ବ୍ରିଟେନ ସାଧାରଣ ନିର୍ବାଚନ ଲାଗି ମତଦାନ

ଲଣ୍ଡନ,୧୩।୧୨(ପି.ଟି.):ବ୍ରିଟେନରେ ପାଖାପାଖି ୧୦୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ସାଧାରଣ ନିର୍ବାଚନ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ଭୋଟକେନ୍ଦ୍ରଗୁଡିକରେ...

ମୋଦିଙ୍କୁ ଧନ୍ୟବାଦ ଦେଲେ ମେଲାନିଆ

ଓ୍ବାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।...

ମଙ୍କିଫକ୍ସ ରୂପ ବଦଳାଇବା ପ୍ରମାଣ ନାହିଁ

ଜେନେଭା,୨୪।୫: ମଙ୍କିପକ୍ସ ଏବେ ୧୨ରୁ ଅଧିକ ଦେଶକୁ ସଂକ୍ରମିତ ହୋଇଥିବାବେଳେ ଏହି ଭୂତାଣୁ ରୂପ ବଦଳାଇବାର କୌଣସି ପ୍ରମାଣ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପାଖରେ...

ଜାପାନ ମୁହାଁ ସାମୁଦ୍ରିକ ଝଡ ନାନମାଡୋଲ, ୨ ଲକ୍ଷ ଲୋକ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…

ଟୋକିଓ, ୧୮।୯ : ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରାଯାଇଛି। ବିନାଶକାରୀ ସାମୁଦ୍ରିକ ଝଡ ନାନମାଡୋଲ ଭୟଙ୍କର ରୂପ ନେଇ...

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି।...

ଆମେରିକା ଓ୍ବାରେଣ୍ଟରେ ଲଣ୍ଡନରୁ ଭାରତୀୟ ନାଗରିକ ଗିରଫ

ଲଣ୍ଡନ,୨୦ା୪: ଆମେରିକାର ପ୍ରତ୍ୟର୍ପଣ ଓ୍ବାରେଣ୍ଟରେ ବ୍ରିଟେନ ପୋଲିସ ଲଣ୍ଡନରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଭାରତୀୟ ମୂଳ ସୁନ୍ଦର ନାଗରାଜନଙ୍କ ଉପରେ ଆତଙ୍କବାଦୀ ସଂଗଠନ...

Advertisement
Archives

Model This Week