ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…

ଜେନେଭା,୧।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରେଜ ରାଓ୍ବରୋଓ୍ବ କହିବାକୁ ଆରମ୍ଭ କରିବା ମାତ୍ରେ କେତେକ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ନିଜ ନିଜ ସ୍ଥାନରୁ ଉଠି ଚାଲିଯାଇଥିଲେ।

ସେରେଜଙ୍କ ବକ୍ତବ୍ୟ ପୂର୍ବରୁ ଏକ ଭିଡ଼ିଓ ପ୍ଲେ କରାଯାଇଥିଲା। ଏହାର ଆରମ୍ଭ ହେବା ମାତ୍ରେ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମାନେ ଗୃହତ୍ୟାଗ କରିଥିଲେ। ଏହା ଦ୍ୱାରା ରୁଷିଆ ଉପରେ ଚାପ ପକାଇବାର ଉଦ୍ୟମ ହେଉଥିବା କୁହାଯାଉଛି।

ୟୁକ୍ରେନ୍‌ ରାଷ୍ଟ୍ରଦୂତ ୟେବହେନିଆ ଫିଲିମ୍ପେକୋ ଏହାର ନେତୃତ୍ୱ ନେଇଥିଲେ। ସେ ଓ୍ବାକଆଉଟ୍‌ କରିଥିବା ସଦସ୍ୟ ରାଷ୍ଟ୍ର ପ୍ରତିନିଧିଙ୍କୁ ଏନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି। ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ କହିଥିଲେ, ଯେକୌଣସି ପ୍ରକାର ଆକ୍ରମଣ ମାନବାଧିକାର ଉଲ୍ଲଂଘନ। ଓ୍ବାକ୍‌ଆଉଟ୍‌ ସମୟରେ ୟେମେନ୍‌, ସିରିଆ,ଭେନଜୁଏଲା ଏବଂ ଟୁନିସିଆର ରାଷ୍ଟ୍ରଦୂତ ବୈଠକରେ ବସି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri