ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ ମିଳିଛି। ତେବେ ଏଭଳି ଚିହ୍ନ କିଏ କାହିଁକି କରିଛି ତାହା ମଧ୍ୟ ସମ୍ପୃକ୍ତ ଘର ମାଲିକମାନେ କହିପାରୁ ନାହାନ୍ତି। ପୂର୍ବରୁ ଏଭଳି ଚିହ୍ନ ନ ଥିଲା। ଏବେ କିଛି ଦିନ ହେଲା ଏଭଳି ଚିହ୍ନ ଦେଖିବାକୁ ମିଳୁଛି।

ଧୀରେ ଧୀରେ ଏଭଳି ଚିହ୍ନ ଥିବା ଘର ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଏଭଳି ଚିହ୍ନ ଗ୍ୟାସ୍‌ ପାଇପ୍‌ ଉପରେ ମଧ୍ୟ ଚିତ୍ରିତ କରାଯାଇଛି। ଏଥିରେ କ୍ରସ୍‌ ଏବଂ ଲାଲ୍‌ ରଙ୍ଗର ତୀର ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ରିଫ୍ଲେକ୍ଟିଭ୍‌ ମାର୍କିଂ ମଧ୍ୟ କରାଯାଇଛି।

ଏଭଳି ଚିହ୍ନ ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ କରାଯାଉଥିବା ସନ୍ଦେହ ପ୍ରକାଶ ପାଇଛି। ଏଭଳି ଚିହ୍ନ ଦ୍ୱାରା ଏୟାର ଷ୍ଟ୍ରାଇକ୍‌କୁ ତୀବ୍ର କରିବା ପାଇଁ ରୁଷିଆ ସୈନ୍ୟ ସେମାନଙ୍କ ରଣନୀତିରେ ପରିବର୍ତ୍ତନ ଆଣିଥିବା ଲୋକେ ସନ୍ଦେହ କରୁଛନ୍ତି। ଏଭଳି ଚିହ୍ନକୁ ଶୀଘ୍ର ଲିଭାଇ ଦେବାକୁ ସୋସିଆଲ୍‌ ମିଡ଼ିଆ ଫେସବୁକ୍‌ରେ ଲୋକଙ୍କୁ ଅନୁରୋଧ କରାଯାଇଛି।

ଏନେଇ ପଶ୍ଚିମ ୟୁକ୍ରେନ୍‌ ସହର ରିବ୍‌ନିର ମେୟର ଆଲେକଜାଣ୍ଡାର ଟ୍ରିଟକ୍‌ କହିଛନ୍ତି ଯେ, ଏଭଳି ସନ୍ଦିଗ୍ଧ ଚିହ୍ନକୁ ଲିଭାଇବା ସହିତ ଛାତ ଉପରକୁ ଯାଉଥିବା ପ୍ରବେଶ ପଥକୁ ଶୀଘ୍ର ବନ୍ଦ କରିଦେବା ଉଚିତ। କିଏ ଏଭଳି କରୁଛି ତାହା ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?