ବିଶ୍ୱକୁ ଠକୁଛି ରୁଷିଆ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୮ା୨:ବେଲାରୁଷ, କ୍ରିମିଆ ଓ ପଶ୍ଚିମ ରୁଷିଆରେ ବିପୁଳ ସୈନ୍ୟ ଠୁଳ ତଥା ଯୁଦ୍ଧାସ୍ତ୍ର ମୁତୟନର ଉପଗ୍ରହ ଚିତ୍ର ୟୁକ୍ରେନ୍‌ ସୀମାରୁ ସେନା ପ୍ରତ୍ୟାହାର ନେଇ ମସ୍କୋର ଦାବିକୁ ମିଛ ପ୍ରମାଣିତ କରିଛି। ସାମରିକ ବଳ ଅପସାରଣ କଥା କହି ସୀମାନ୍ତକୁ ଅତିରିକ୍ତ ୭,୦୦୦ ସୈନ୍ୟ ପଠାଇଛି। ଏହି ପ୍ରସଙ୍ଗରେ ରୁଷିଆ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରୁଥିବା ଗୁରୁବାର ନାଟୋ ଅଭିଯୋଗ ଆଣିଛି। ଆମେରିକା କହିଛି, ସୈନ୍ୟମାନେ ନିଜ ଛାଉଣିକୁ ଫେରୁଛନ୍ତି ବୋଲି ରୁଷିଆ କହି ଓଲଟା ସମ୍ପୃକ୍ତ କ୍ଷେତ୍ରରେ ସାମରିକ ଉପସ୍ଥିତି ବଢ଼ାଇ ଚାଲିଛି।

୨୦୧୪ରେ ୟୁକ୍ରେନ୍‌ରୁ କ୍ରିମିଆକୁ ରୁଷିଆ ଛଡ଼ାଇ ନେଇ ଦଖଲ କରିଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବେ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ଲାଗି ସେହି କ୍ରିମିଆ ଉପଦ୍ୱୀପକୁ ଅସ୍ତ୍ର କରିଛନ୍ତି। କ୍ରିମିଆରୁ ସମରାଭ୍ୟାସ ଶେଷକରି ସୈନ୍ୟ ଫେରିଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସଦ୍ୟ ବିବୃତି ବୁଧବାର ଆସିଥିଲା। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ପାଇଁ ରୁଷିଆ କେତେ ଆଗ୍ରହୀ ତା’ର ପ୍ରମାଣ ଦେଇଛି ଆମେରିକାର ଘରୋଇ କମ୍ପାନୀ ମାକ୍ସାର ପକ୍ଷରୁ ଉତ୍ତୋଳିତ ସାଟେଲାଇଟ୍‌ ଇମେଜ୍‌। ଉପଗ୍ରହ ଜରିଆରେ ୪୮ ଘଣ୍ଟା ଧରି ସଂଗୃହୀତ ହାଇ-ରିଜୋଲ୍ୟୁଶନ୍‌ ଫଟୋରେ ଏକ ନୂଆ ବ୍ରିଜ୍‌ ଦେଖିବାକୁ ମିଳିଛି। ବେଲାରୁଷରୁ ୟୁକ୍ରେନ୍‌ ବର୍ଡରକୁ ଯୋଡ଼ୁଥିବା ଏହି ସେତୁର ଲମ୍ବ ପ୍ରାୟ ୬ କି.ମି.। କ୍ରିମିଆ ଓ ପଶ୍ଚିମ ରୁଷିଆରେ ମଧ୍ୟ ସୈନ୍ୟ ମୁତୟନର ଦୃଶ୍ୟକୁ ସାଟେଲାଇଟ୍‌ କ୍ୟାମେରା କଏଦ୍‌ କରିଛି। ୟୁକ୍ରେନ୍‌ର ଦକ୍ଷିଣପୂର୍ବ ଏବଂ କ୍ରିମିଆରେ ବି ବୃହତ୍‌ ବାୟୁସେନା ଘାଟି ନିର୍ମାଣ କରିଛି। ସେହିପରି ୟୁକ୍ରେନ୍‌କୁ ଉତ୍ତର ଓ ଉତ୍ତର-ପୂର୍ବ ପଟୁ ଘେରିରହିଥିବା ରୁଷିଆ ସୈନ୍ୟ, ଆଟାକ୍‌ ହେଲିକପ୍ଟର ଏବଂ ଏକ ନୂଆ ହସ୍ପିଟାଲ ମଧ୍ୟ ଏଥିରେ ଦୃଶ୍ୟମାନ।
ପୁଟିନ୍‌ଙ୍କ ଦାବି ହେଉଛି ୟୁକ୍ରେନ୍‌ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବାର ଆଗ୍ରହ ତ୍ୟାଗ କରୁ। ସେ ସମ୍ପୃକ୍ତ କ୍ଷେତ୍ରକୁ ପାଶ୍ଚାତ୍ୟ ପ୍ରଭାବରୁ ମୁକ୍ତ କରି ପୂର୍ବ ୟୁରୋପର ସୁରକ୍ଷା ମାନଚିତ୍ରର ପୁନଃ ଅଙ୍କନ ଚାହୁଁଛନ୍ତି। ତେବେ ଆମେରିକା ଏବଂ ୟୁରୋପୀୟ ସଂଘ ପକ୍ଷରୁ ସମ୍ଭାବ୍ୟ ଆର୍ଥିକ କଟକଣା ଚେତାବନୀ ଦିଆଯାଇଥିବାବେଳେ ପାଶ୍ଚାତ୍ୟ ନେତାମାନେ ଆଲୋଚନା ଜରିଆରେ ଏହାର ସମାଧାନ ଚାହୁଁଛନ୍ତି। ଏସବୁ ଭିତରେ ମସ୍କୋ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି ସିନା, ହେଲେ ଓଲଟା କାମ କରୁଛି। ୟୁକ୍ରେନ୍‌ ସାମ୍ପ୍ରତିକ ସ୍ଥିତିକୁ ଶୀତଳଯୁଦ୍ଧ ପରେ ୟୁରୋପ ନିରାପତ୍ତା ଲାଗି ସବୁଠୁ ବିପଜ୍ଜନକ ଭାବେ ଅଭିହିତ କରିଛି। ସାଟେଲାଇଟ୍‌ ଚିତ୍ର ଦେଖିବା ପରେ ୟୁକ୍ରେନ୍‌ ସୀମାରୁ ବିପଦ ଟଳିଥିବା ବିଷୟକୁ ନାଟୋ ଖଣ୍ଡନ କରିଛି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ଦଶନ୍ଧି ଧରି ଆମର ନିରାପତ୍ତାକୁ ରେଖାଙ୍କିତ କରିଆସିଥିବା ମୌଳିକ ସିଦ୍ଧାନ୍ତଗୁଡ଼ିକୁ ନେଇ ଲଢ଼େଇ କରିବାକୁ ମସ୍କୋ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri