ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍‌ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…

ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତାର ପ୍ରଭାବ ରୁଷିଆ ଉପରେ ପଡିଛି। ବର୍ନସ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋଦି ଏବଂ ଜିନପିଙ୍ଗ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ସେମାନଙ୍କ ଚିନ୍ତା ବ୍ୟକ୍ତ କରିଛନ୍ତି। ମୁଁ ଭାବୁଛି ଏହାର ପ୍ରଭାବ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନଙ୍କ ଉପରେ ପଡ଼ିଛି।

ସେ କହିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ରୁଷିଆର ଯୋଜନା ବିଷୟରେ ସେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। ବନର୍‌ସ ବିଶ୍ୱାସ କରନ୍ତି ଯେ ପୁଟିନ କେବଳ ୟୁକ୍ରେନ ଭୟଭୀତ କରାଇବା ପାଇଁ ଯୁଦ୍ଧ କରୁଛନ୍ତି।

ଏହାପୂର୍ବରୁ ପୁଟିନ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବ। ଏହା ସହିତ ସେ ଆଣବିକ ଯୁଦ୍ଧର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଥିଲେ। କ୍ରେମଲିନରେ ରୁଷିଆର ମାନବ ଅଧିକାର ପରିଷଦର ଏକ ବୈଠକକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ରୁଷିଆ ସମସ୍ତ ଉପଲବ୍ଧ ଉପାୟ ସହ ଲଢ଼ିବ। ସେ ୟୁକ୍ରେନ ଯୁଦ୍ଧକୁ ଏକ ସ୍ବତନ୍ତ୍ର ସାମରିକ ଅପରେଶନ ବୋଲି ମଧ୍ୟ ସେ ବର୍ଣ୍ଣନା କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁଟିନ କହିଛନ୍ତି ଯେ ସ୍ବତନ୍ତ୍ର ସାମରିକ ଅପରେଶନର ଦୀର୍ଘ ପ୍ରକୃତି ଏବଂ ଏହାର ଫଳାଫଳକୁ ନେଇ କିଛି ସମୟ ଲାଗିବ। ରିପୋର୍ଟ ଅନୁଯାୟୀ ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ସ୍ପଷ୍ଟ ଭାବେ ଏଡ଼ାଇ ନ ଦେଇ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆଣବିକ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରିବେ।

ସେ କହିଛନ୍ତି ଯେ ଯଦି ରୁଷିଆ ଏହାର ପ୍ରତିରକ୍ଷା ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚିନ୍ତା କରେ ତେବେ ଏହା ପ୍ରତିଶୋଧ ପରାୟଣ ହେବ। ସେ କହିଛନ୍ତି ଯେ ଯେତେବେଳେ ଆମକୁ ଆକ୍ରମଣ କରାଯାଏ, ଆମେ ଏହାର ଜବାବରେ ଆକ୍ରମଣ କରିଥାଉ।

 


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri