ହତ୍ୟା ତାଲିକା କରିଛି ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌/ମସ୍କୋ, ୨୨ା୨: ୟୁକ୍ରେନ କବ୍‌ଜା କରିବାକୁ ଆକ୍ରମଣ ନିମନ୍ତେ ଶେଷ ପ୍ରସ୍ତୁତିରେ ଲାଗିଥିବା ରୁଷିଆ ଟାର୍ଗେଟ କିଲିଂ କରିବ। ଏ ନେଇ ମସ୍କୋ ୟୁକ୍ରେନର କେତେକ ପ୍ରମୁଖ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ୟୁକ୍ରେନ ଅକ୍ତିଆର ପରେ ରୁଷିଆ ସେମାନଙ୍କୁ ଖୋଜି ହତ୍ୟା କରିବ କିମ୍ବା ନିଜ କ୍ୟାମ୍ପ୍‌ରେ ବନ୍ଦୀ କରି ସେମାନଙ୍କୁ ନିର୍ଯାତନା ଦେବାକୁ ଯୋଜନା କରିଛି ବୋଲି ଆମେରିକା ଜାତିସଂଘକୁ ସତର୍କ କରାଇଛି। ଏହାଦ୍ୱାରା ମାନବାଧିକାରର ଭୟଙ୍କର ଉଲ୍ଲଂଘନ ହେବ ଏବଂ ୟୁକ୍ରେନବାସୀ ଅମାନବୀୟ ଅତ୍ୟାଚାରର ଶିକାର ହେବେ ବୋଲି ଜାତିସଂଘ ମାନବାଧିକାର ହାଇ କମିଶନର ମିଶେଲେ ବାଚେଲେଟ୍‌ଙ୍କୁ ଆମେରିକା ଏକ ଚିଠି ଲେଖି ଜଣାଇଛି। ଜେନେଭାରେ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ବାଥ୍‌ଶେବା ନେଲ କ୍ରୋକର ଏହି ଚିଠିରେ ଆହୁରି କହିଛନ୍ତି ଯେ, ରୁଷିଆକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇଛି। ପ୍ରମୁଖ ରାଜନେତା, ବିଭିନ୍ନ ଧର୍ମ ତଥା ଅନୁସୂଚିତ ଜାତିର ଲୋକଙ୍କ ସମେତ ଅନେକଙ୍କୁ ଅପହରଣ ପରେ ହତ୍ୟା କିମ୍ବା ବନ୍ଦୀ କରିବା ପାଇଁ ମସ୍କୋ ଯୋଜନା କରିଥିବା ଏଥିରେ କୁହାଯାଇଛି।
ଯୁଦ୍ଧ ଟାଳିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ରବିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ। ମାକ୍‌ରଁ ମଧ୍ୟସ୍ଥତା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ପୁଟିନଙ୍କ ମଧ୍ୟରେ ଏକ ଶିଖର ସମ୍ମିଳନୀ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ରୁଷିଆ ଯଦି ୟୁକ୍ରେନକୁ ଆକ୍ରମଣ ନ କରିବ ବୋଲି ସର୍ତ୍ତ ରଖେ ତେବେ ପୁଟିନ୍‌ଙ୍କ ସହ ବୈଠକ ହେବ ବୋଲି ବାଇଡେନ୍‌ ରାଜି ହୋଇଛନ୍ତି। ହେଲେ କୌଣସି ପ୍ରକାର ସମ୍ମିଳନୀ ପାଇଁ ସ୍ବତନ୍ତ୍ର ଯୋଜନା କରିବା ଏତେ ଶୀଘ୍ର ହୋଇପାରିବ ନାହିଁ ବୋଲି କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ସ୍ତରରେ ଆଲୋଚନା ଜାରି ରହିପାରିବ। ଯଦି ଆବଶ୍ୟକ ପଡେ ତେବେ ରୁଷିଆ ଏବଂ ଆମେରିକା ରାଷ୍ଟ୍ରପତି ଫୋନ୍‌ କିମ୍ବା ଅନ୍ୟ ମାଧ୍ୟମରେ ପରସ୍ପର ସହ କଥା ହୋଇପାରିବେ। ଯଦି ରୁଷିଆ ସରକାର ଉଚିତ ମନେ କରନ୍ତି ତେବେ ଯାଇ ସମ୍ମିଳନୀ ଆୟୋଜନ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୁଟିନ୍‌ ସୋମବାର କ୍ରେମଲିନ୍‌ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡାକିଛନ୍ତି। ସେପଟେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍‌ରୋଭ୍‌ ଫ୍ରାନ୍ସ ପ୍ରତିପକ୍ଷ ଜିନ୍‌ ୟଭେସ୍‌ ଲେ ଡ୍ରିଆନ୍‌ଙ୍କ ସହ ସୋମବାର କଥା ହୋଇଥିବାବେଳେ ଗୁରୁବାର ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri