ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୮୩ ଯାତ୍ରୀ ଓ ୧୫ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮୦ ଶିଶୁ ଥିଲେ। ଏହି ବିମାନକୁ ରୁଷିଆ ନିର୍ମିତ ଏକ ବକ୍‌ ମିଶାଇଲ ଧକ୍କା ଦେବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଡଚ୍‌ ସେଫ୍ଟି ବୋର୍ଡ (ଡିଏସ୍‌ବି) ପକ୍ଷରୁ ୧୫ ମାସ ଧରି ତଦନ୍ତ କରାଯିବା ପରେ ୨୦୧୫ ଡିସେମ୍ବରରେ ଜଣାପଡ଼ିଥିଲା। ଉକ୍ତ କ୍ଷେପଣାସ୍ତ୍ରକୁ ରୁଷିଆରୁ କିଣାଯାଇଥିଲା ଏବଂ ମସ୍କୋ ସମର୍ଥତ୍ତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଏକ ପଡ଼ିଆରୁ ତାକୁ ଉଦ୍‌କ୍ଷେପଣ କରାଯାଇଥିବା ନେଇ ୨୦୧୬ ସେପ୍ଟେମ୍ବରରେ ଆପରାଧିକ ତଦନ୍ତକାରୀଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ସ୍ପଷ୍ଟ କରିଥିଲା। ଏହି ମାମଲାରେ ନେଦରଲାଣ୍ଡ୍‌ସସ୍ଥିତ ଏକ କୋର୍ଟ ଗୁରୁବାର ୨ ରୁଷୀୟ ଏବଂ ଜଣେ ୟୁକ୍ରେନୀୟ ବିଚ୍ଛିନ୍ନତାବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୯୮ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଅଦାଲତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ତେବେ ପ୍ରମାଣ ଅଭାବରୁ ଆଉ ଜଣେ ରୁଷୀୟଙ୍କୁ ଛାଡ଼ି ଦିଆଯାଇଛି।
ମାମଲାର ଶୁଣାଣି ପାଇଁ ହେଗ୍‌ ଡିଷ୍ଟ୍ରିକ୍ଟ କୋର୍ଟ ପକ୍ଷରୁ ସ୍କିଫୋଲ୍‌ ଏୟାରପୋର୍ଟରେ ହାଇ-ସିକ୍ୟୁରିଟି କୋର୍ଟରୁମ୍‌ ପ୍ରତିଷ୍ଠା କରାଯାଇଥିଲା। କୋର୍ଟଙ୍କ ରାୟ ଶୁଣିବା ପାଇଁ ସେଠାରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ଶତାଧିକ ଆମତ୍ୀୟସ୍ବଜନ ଉପସ୍ଥିତ ଥିଲେ। ଶୁଣାଣି ବେଳେ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ବିଚାରପତି ହେଣ୍ଡ୍ରିକ୍‌ ଷ୍ଟିନ୍‌ହୁଇସ୍‌ କହିଛନ୍ତି, ଅଭିଯୋଜନକାରୀ ପକ୍ଷ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ବୋଇଂ ୭୭୭କୁ ବକ୍‌ ମିଶାଇଲ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ସେଥିରେ ଥିବା ଯାତ୍ରୀମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହଗୁଡ଼ିକ ଚାଷଜମି ଓ ପଡ଼ିଆରେ ବିଛାଡ଼ି ହୋଇପଡ଼ିଥିଲା। ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଶୁଣାଣିରେ ଏହା ପ୍ରମାଣିତ ହୋଇଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଗୋଟିଏ କଥା ସ୍ପଷ୍ଟ ହୋଇଛି। ତାହା ହେଲା ୟୁକ୍ରେନ୍‌ର ଡୋନେସ୍କ ଅଞ୍ଚଳକୁ ବିଚ୍ଛିନ୍ନତାବାଦୀଙ୍କ ଜରିଆରେ ମସ୍କୋ ଦଖଲ କରିଛି। ସେହି ଅଞ୍ଚଳର ଏକ ଚାଷଜମିରୁ ହିଁ ବକ୍‌ ମିଶାଇଲ୍‌ ଛଡ଼ାଯାଇଥିଲା। ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଶୁଣାଣି ବେଳେ ଅଭିଯୁକ୍ତମାନେ ହାଜର ହୋଇ ନ ଥିଲେ। ସେମାନଙ୍କ ଫୋନ୍‌ କଲ୍‌ ରେକଡର୍‌ସ ମାମଲାର ତଦନ୍ତରେ ସହାୟକ ହୋଇଥିଲା। ସେମାନେ ୟୁକ୍ରେନ୍‌ର ଏକ ଯୁଦ୍ଧବିମାନ ଭାବି ମାଲେସିଆର ଯାତ୍ରୀବାହୀ ବିମାନକୁ ଆକ୍ରମଣ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୩ ବ୍ୟକ୍ତି ହେଲେ ରୁଷୀୟ ଗୋଇନ୍ଦା ଏଜେଣ୍ଟ ଆଇଗୋର ଗିର୍କିନ୍‌ ଓ ସର୍ଗେଇ ଦୁବିନ୍‌ସ୍କି ଏବଂ ବିଚ୍ଛିନ୍ନତାବାଦୀ ନେତା ଲିଓନିଡ୍‌ ଖରଚେଙ୍କୋ। ହେଗ୍‌ କୋର୍ଟଙ୍କ ରାୟକୁ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ରୁଷିଆର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନେଦରଲାଣ୍ଡ୍ସ ନେତୃତ୍ୱାଧୀନ ଏହି ବିମାନ ଦୁର୍ଘଟଣାର ତଦନ୍ତରେ ୟୁକ୍ରେନ୍‌, ମାଲେସିଆ, ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ୍‌ର ବିଶେଷଜ୍ଞମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri