ୟୁକ୍ରେନ୍ ସେନାଙ୍କ ଗଡ ମାରିଉପୋଲ ଉପରେ କବଜା କଲା ରୁଷିଆ ସେନା!

କ୍ୱିଭ,୧୭ ।୫: ମାସ ମାସ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେବି ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛନ୍ତି । ତେବେ ମଙ୍ଗଳବାର ୟୁକ୍ରେନ୍ ସେନାଙ୍କ ଗଡ କୁହାଯାଉଥିବା ମାରିଉପୋଲକୁ ରୁଷିଆ ସେନା କବଜା କରି ନେଇଥିବା ଦାବି କରାଯାଇଛି । ରୁଷିଆ ସେନା କହିଛି ମାରିଉପୋଲ ଏବେ ଆମ କବଜାରେ । ଏଥିରୁ ଅନୁମାନ କରାଯାଉଛି କି ଏହା ୟୁକ୍ରେନର ସବୁଠାରୁ ବଡ ପରାଜୟ । ଏହାସହ ଯୁଦ୍ଧ ନିକଟରେ ଶେଷ ହୋଇପାରେ ବୋଲି ବି ଅନୁମାନ କରାଯାଉଛି । ତେବେ ବେଶ କିଛି ଦିନ ହେବ ମାରିଉପୋଲକୁ ନିଜ କବଜାକୁ ଆଣିବାକୁ ଚେଷ୍ଟା କରୁଥିବା ରୁଷିଆ ସେନା ଶେଷରେ ଏହାକୁ ହାସଲ କରିଛି । ଆଉ ସେଠାରେ ଥିବା ୟୁକ୍ରେନ ସେନାଙ୍କୁ ରୁଷିଆ ଅଧିକୃତ ସ୍ଥାନକୁ ପଠାଇ ଦିଆଯାଇଛି । ତେବେ ମାରିଉପୋଲ କବଜା କରିବା ସମୟରେ ସହରର ହଜାର ହଜାର ଜନତା ରୁଷିଆ ଆକ୍ରମଣରେ ପ୍ରାଣ ହରାଇଥିବା କୁହାଯାଉଛି । ଇତିମଧ୍ୟରେ ଜର୍ମାନୀ ଚାନସଲର ଓଲାଫ ଶୁଲ୍‌ଜ ୟୁକ୍ରେନର ରାଷ୍ଟ୍ରପତି ଭୋଲେଡେମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ସେ ଫୋନ ଯୋଗେ ୟୁକ୍ରେନ୍ ସେନା ଓ ମାନବୀୟ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ଅବହେଳା ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଛାତ୍ରୀଛାତ୍ର ଫେଲ୍‌ ହେଲେ ଦାୟୀ ରହିବେ ଶିକ୍ଷକ

କୋରାପୁଟ,୧୯ା୪(ଅମିତାଭ ବେହେରା): ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ…

ରକ୍ତରଞ୍ଜିତ ହେଲା ଲଖୁଆପଡା, ରାତିଅଧରେ ୯ ଜଣଙ୍କୁ ଶାବଳରେ ଆକ୍ରମଣ କଲେ ମାନସିକ ବିକାରଗ୍ରସ୍ତ ଯୁବକ

ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ):  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ…

ଆମେରିକୀୟ ‘ଜଳଦସ୍ୟୁ’କୁ ମୁକାବିଲା କରିବେ ଇରାନୀ ‘ମଶା’: ହର୍ମୁଜ ପ୍ରଣାଳୀରେ ବିନାଶର ପର୍ଯ୍ୟାୟ ପ୍ରସ୍ତୁତ…

ତେହରାନ,୧୯।୪: ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଘୋଷଣା କରିଥିଲେ ଯେ ଆମେରିକା ଇରାନ ନୌସେନାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି। ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣରେ,…

ଇଟାଲୀରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ଗୁରୁଦ୍ୱାର ବାହାରେ….

ନୂଆଦିଲ୍ଲୀ,୧୯।୪: ଇଟାଲୀରେ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଥିଲା।…

‘ଆମେ କୌଣସି ମୂର୍ଖଙ୍କ ଇଙ୍ଗିତରେ ହର୍ମୁଜ ଖୋଲିବୁ ନାହିଁ’, ଟ୍ରମ୍ପଙ୍କୁ ତାତ୍ସଲ୍ୟ କଲା ଇରାନ୍

ତେହରାନ,୧୯।୪: ଇରାନ-ଆମେରିକା ବିବାଦ ଏବେ ଏକ ସୋସିଆଲ ମିଡିଆ ଓ୍ବାରରେ ପରିଣତ ହୋଇଛି । ଏକ ଅଡିଓ କ୍ଲିପ୍ ଉଦ୍ଧୃତ କରି ଦକ୍ଷିଣ ଆଫ୍ରିକାରେ ଥିବା ଇରାନୀ…

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅନାଥ ନାବାଳିକା, ମାସେ ହେଲା ଜୋର୍‌ ଜବରଦସ୍ତ…

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ବାରକୋଟ ଥାନାରେ ଜଣେ ଅନାଥ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ…

ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ, ଏତିକି ଦିନ ରହିବ ବନ୍ଦ

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ କବୀନ୍ଦ୍ର କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri