କିଭ୍,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ ସମ୍ପର୍କରେ ବେଲାରୁଷ କହିଛି, ରୁଷିଆ ସହିତ ଏହାର ସମରାଭ୍ୟାସ କେବଳ ପ୍ରତିରକ୍ଷା ଅଟେ। ୟୁକ୍ରେନ ସହିତ ଯୁଦ୍ଧରେ ଯୋଗଦେବା ପାଇଁ ମସ୍କୋ ବେଲାରୁଷ ଉପରେ ଚାପ ପକାଉଛି ବୋଲି ମଧ୍ୟ ଚିନ୍ତା କରାଯାଉଛି।
ବେଲାରୁଷ ସମ୍ଭାବ୍ୟ ଆକ୍ରମଣ ନେଇ ୟୁକ୍ରେନକୁ ବାରମ୍ବାର ଚେତାବନୀ ଦେଇଛି। ବେଲାରୁଷ ସୁରକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ ପାଭେଲ ମୁରାଭିକୋ କହିଛନ୍ତି, ୟୁକ୍ରେନ ସହିତ ତାଙ୍କ ଦେଶର ଦକ୍ଷିଣ ସୀମାରେ ସ୍ଥିତି ଶାନ୍ତ ନୁହେଁ ଏବଂ କିଭ୍ ତାଙ୍କ ଦେଶକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି।