ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ

ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍‌ମାନ ରଶ୍‌ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି। ଗତବର୍ଷ ଅଗଷ୍ଟ ୧୨ରେ ନ୍ୟୁୟର୍କର ଲେକ୍‌ ଏରି ନିକଟରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ୭୫ ବର୍ଷୀୟ ରଶ୍‌ଡିଙ୍କୁ ନ୍ୟୁଜର୍ସିର ଜଣେ ୨୪ ବର୍ଷୀୟ ଶିୟା ମୁସଲମାନ ଆକ୍ରମଣ କରିଥିଲେ। ଏଥିରେ ଔପନ୍ୟାସିକ ଗୋଟିଏ ଆଖି ହରାଇବା ସହ ତାଙ୍କର ଗୋଟିଏ ହାତ ଅଚଳ ହୋଇଯାଇଥିଲା। ରଶ୍‌ଡିଙ୍କୁ ଆକ୍ରମଣ କରି ମୁସଲମାନମାନଙ୍କୁ ଖୁସି କରିଥିବା ଆମେରିକୀୟ ଯୁବକଙ୍କ ଦୁଃସାହସିକ କାର୍ଯ୍ୟକୁ ଇମାମ ଖୋମେଇନିଙ୍କ ଫତଓ୍ବା କାର୍ଯ୍ୟକାରୀ କରିବାକୁ ଥିବା ଫାଉଣ୍ଡେଶନ୍‌ର ସମ୍ପାଦକ ମହମ୍ମଦ ଇସ୍‌ମାଇଲ ଜରାଇ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରଶ୍‌ଡି ଏବେ ଜଣେ ଜିଇଥିବା ମୃତବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କିଛି ନୁହନ୍ତି ବୋଲି ସେ କହିଛନ୍ତି। ‘ଦି ସାଟାନିକ୍‌ ଭର୍ସସ’ ପ୍ରକାଶନର କିଛି ମାସ ପରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମନେଇ ଏକ ଫତଓ୍ବା ଜରି କରି ରଶ୍‌ଡିଙ୍କୁ ହତ୍ୟା କରିବା ଲାଗି ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ। ଏହାର ୩୩ ବର୍ଷ ପରେ ଉକ୍ତ ବିବାଦୀୟ ଔପନ୍ୟାସିକଙ୍କ ଉପରେ ଆକ୍ରମଣ ହୋଇଥିଲା। ରଶ୍‌ଡିଙ୍କ ଉକ୍ତ ଉପନ୍ୟାସର କେତେକ ପାରାଗ୍ରାଫ୍‌ରେ ପ୍ରଫେଟ୍‌ ମହମ୍ମଦଙ୍କ ନିନ୍ଦା କରାଯାଇଥିବା କେତେଜଣ ମୁସଲମାନ କହିଥାନ୍ତି। ଭାରତରେ ଏକ କଶ୍ମୀରୀ ମୁସଲମାନ ପରିବାରରେ ଜନ୍ମିତ ରଶ୍‌ଡିଙ୍କୁ ଧରାଇଦେଲେ ବହୁ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଫଳରେ ୯ ବର୍ଷ ଯାଏ ଔପନ୍ୟାସିକ ବ୍ରିଟିଶ ପୋଲିସ ସୁରକ୍ଷାରେ ଲୁଚି ରହିଥିଲେ। ୯୦ ଦଶକ ଶେଷ ଭାଗରେ ଇରାନ ରାଷ୍ଟ୍ରପତି ମହମ୍ମଦ ଖାତମି ଫତଓ୍ବାଠାରୁ ନିଜକୁ ଦୂରେଇ ରଖିଥିଲେ। ତେବେ ଫତଓ୍ବାକୁ ପ୍ରତ୍ୟାହାର କରାଯାଇ ନାହିଁ ବୋଲି ପରବର୍ତ୍ତୀ ସୁପ୍ରିମ ଲିଡର ଆୟାତୋଲା ଅଲି ଖୋମନେଇ କହିବା ପରେ ୨୦୧୯ରେ ତାଙ୍କୁ ଟୁଇଟରରୁ ସସ୍ପେଣ୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?