ପ୍ରତିଶ୍ରୁତିରେ ଅଟକିଛି ଗ୍ରାମ୍ୟ ଅର୍ଥନୈତିକ କରିଡର

ଜଗତ୍‌ସିଂହପୁର ଅଫିସ,୨୮ା୫: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। ମା’ଙ୍କ ମନ୍ଦିର ନିକଟରୁ ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ଗ୍ରାମ୍ୟରାସ୍ତାକୁ ଅର୍ଥନୈତିକ କରିଡର ଭାବେ କାର୍ଯ୍ୟକାରୀ କରିବାକୁ ଅତୀତରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ସୁପାରିସ୍‌ କରି କରିଡର ନିର୍ମାଣ ହେବାର ଆବଶ୍ୟକତା ଉପରେ ସ୍ପଷ୍ଟ କରିଥିଲେ। ଏହି ଖବର ସେତେବେଳେ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଭରି ଦେଇଥିଲା। କିନ୍ତୁ ଜିଲାପାଳଙ୍କ ଏହି ପ୍ରସ୍ତାବ ଫାଇଲ ତଳେ ଚାପିହୋଇ ରହିଛି। ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଯାଇଥିଲେ ସୁଦ୍ଧା ସରକାରୀ ଭାବେ ତାହା ଅନୁମୋଦନ ଲାଭ କରିପାରିନାହିଁ ।
ସେତେବେଳେ ତତ୍କାଳୀନ ଜିଲାପାଳ ମହାପାତ୍ର ଦର୍ଶାଇଥିଲେ, ଏହି ରାସ୍ତା ନିର୍ମାଣ ହେଲେ କନକପୁର ଦେଉଳୀ, କନକପୁର ଶାସନ, ତେନ୍ତୁଳିପଦା, ନାଉସିରା, ତିର୍ତ୍ତୋଲ, ତାର୍ତ୍ତୋଲ, ଧନୁଆ, ଓଳଗଦା, ପୋଷଲ, ବଡ଼ଜିଙ୍ଗଲ, ଗୋପାଳପୁର (ଏସ୍‌), ବିଜିପୁର, ହାୟତପୁର, ମିର୍ଜାପୁର, ସରଳପୁର, ଲଙ୍କାପଡ଼ା ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଉପକୃତ ହୋଇପାରିବେ। ଏହି ରାସ୍ତା ଏନ୍‌ଏଚ୍‌-୫(ଏ)କୁ ସଂଯୋଗ କରିପାରିବ, ତେଣୁ ଯାତାୟାତ ଓ ମାଲ୍‌ ପରିବହନ ସହଜ ହେବ। ମହାନଦୀ ଓ ପାଇକା ଅବବାହିକା ଲୋକେ ସେମାନଙ୍କ ବଳକା ଉତ୍ପାଦିତ ସାମଗ୍ରୀ କମ୍‌ ପରିବହନ ଖର୍ଚ୍ଚରେ ଉଚିତ ମୂଲ୍ୟ ପାଇପାରିବେ। ଘରୋଇ କୃଷିଜାତ ଦ୍ରବ୍ୟ ଠିକ୍‌ ମୂଲ୍ୟରେ ବିକ୍ରୟ ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଏହି ରାସ୍ତା ଦ୍ୱାରା ଉଦ୍ୟୋଗୀମାନେ କୃଷିଜାତ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇପାରିବେ। ତିର୍ତ୍ତୋଲ ବ୍ଲକର ମହାନଦୀ ପଠାରେ ଏକ ରାଇସ୍‌ ମିଲ କାର୍ଯ୍ୟ କରୁଛି। ଏହି ରାସ୍ତାର ଉନ୍ନତୀକରଣ ଦ୍ୱାରା ଆଖପାଖ ଅଞ୍ଚଳରୁ ଧାନ ପରିବହନ ସୁବିଧା ସହ ଚାଉଳ ଅଧିକ ଉତ୍ପାଦନ ହୋଇପାରିବ। ଜିଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଉଳ ପରିବହନ ସୁବିଧାରେ ହୋଇପାରିବ। ପନିପରିବା ଓ ଦୁଗ୍ଧ ଚାଷୀମାନେ ରାସ୍ତା ଉନ୍ନତୀକରଣରେ ଅଧିକ ଲାଭବାନ୍‌ ହେବେ। ରାସ୍ତାର ଉନ୍ନତୀକରଣ ହେଲେ ହସ୍ପିଟାଲ, ରେଳ ଷ୍ଟେଶନ ସଂଯୋଗୀକରଣ ସମ୍ଭବ। ଲୋକଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାରେ ଉନ୍ନତି ସାଧନ ହୋଇପାରିବ। ମା’ଶାରଳାଙ୍କ ପବିତ୍ର ପୀଠକୁ ଅଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିବେ । ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ। ଏସବୁ କାରଣରୁ ଶାରଳା ମନ୍ଦିର ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ୨୫,୪୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଆନୁମାନିକ ୨୫୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହାବାଦ୍‌ ଜଗତ୍‌ସିଂହପୁର ଜିଲାର ଗଇଠିପୁରଠାରୁ ରାହାଣ, ଅନନ୍ତପୁର, କୁସୁପୁର, ଆଠଘରିଆ ଏବଂ ଗମରା ଦେଇ ବାଲିଯୋରୀ ପର୍ଯ୍ୟନ୍ତ ଏକ ଦୁର୍ବିପାକ ପ୍ରତିରୋଧ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ଗଇଠିପୁରଠାରୁ ବାଲିଯୋରୀ ପର୍ଯ୍ୟନ୍ତ ୧.୫୦ କି.ମି. ରାସ୍ତା ନିର୍ମାଣ ପାଇଁ ୧୮୫୦ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ ହୋଇଥିଲା। ଏହି ଦୁର୍ବିପାକ ପ୍ରତିରୋଧ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସରକାର ନିର୍ବାଚନ ପୂର୍ବରୁ ବହୁସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସ୍ବପ୍ନ ଦେଖାଇଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ଅନୁସାରେ କାମ ହୁଏନାହିଁ । ଅନ୍ୟ ସମୟରେ ମଧ୍ୟ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତୁତ କରି ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଇଥାନ୍ତି। ସେଥିମଧ୍ୟରୁ ଅନେକ ଠିକ୍‌ ସମୟରେ ଅନୁମୋଦନ ଲାଭ କରିପାରୁନାହିଁ । ଏହାଦ୍ୱାରା ଲୋକେ ନିରାଶ ହେଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀଙ୍କୁ ପଚାରିବାରୁ ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ଗ୍ରାମ୍ୟ ରାସ୍ତାକୁ ଅର୍ଥନୈତିକ କରିଡର ପାଇଁ ଯେଉଁ ପ୍ରସ୍ତାବ ରହିଛି ତାହା ସରକାରୀ ଅନୁମୋଦନ ଅପେକ୍ଷାରେ ଅଛି। ଅନୁମୋଦନ ଲାଭକଲେ ପରବର୍ତ୍ତୀ ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?