ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା ନେଇ ଅଭିଯୋଗ ହେବାପରେ ନାନା ଆଲୋଚନା ଜାରିରହିଛି। ଏହାମଧ୍ୟରେ ରବିବାର ଜାରକାସ୍ଥିତ ନିଜ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ମୃତିରେଖା। ସେ କହିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପାଖ ଲୋକ ଥିବା ରୂପେଶ ତାଙ୍କ ଯୋଗାଯୋଗରେ ରହିଥିଲେ। ସେଥିଲାଗି ସ୍ମୃତିରେଖା ତାଙ୍କୁ ଫୋନ କରିବା ସହିତ ଭୁବନେଶ୍ୱରରେ ଭେଟି ଆଲୋଚନା କରିଥିଲେ। ରୂପେଶ ଅଭିଯୁକ୍ତ ହେଲେ ବି ତାଙ୍କର ଭୋଟ ଦେବାର ଅଧିକାର ରହିଛି ଏବଂ ସେ ୪ ପଞ୍ଚାୟତରେ ଭାଜପାକୁ ଜିତାଇବେ ବୋଲି ପହିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ନୁହେଁଯେ ସେ ରୂପେଶଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲେ। ପହି ଗତ ମାର୍ଚ୍ଚରେ ରୂପେଶଙ୍କୁ ଭିଡିଓ କଲ କରିଥିଲେ। ଏହି ଫୋନ କଲର ଦେଢ଼ ବର୍ଷ ପରେ ରୂପେଶ କାହିଁକି ଏଭଳି ଅଭିଯୋଗ ଆଣିଲେ ଏବଂ ଏହା ପଛରେ କାହାର ହାତ ରହିଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ରୂପେଶ ଟଙ୍କା ମାଗିବାର ପ୍ରମାଣ ଦିଅନ୍ତୁ ବୋଲି ପହି କହିଥିଲେ। ଏଥିସହ ପହି ପୂର୍ବତନ ପିଇଓ ସ୍ମିତାରାଣୀଙ୍କ ସ୍ବାମୀ ଶୁଶୀଲ ବିଶ୍ୱାଳ ଓ ଭାଜପାର କିଛି କାର୍ଯ୍ୟକର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥିସହିତ ସ୍ମିତାରାଣୀଙ୍କ ଚାକିରି ଜୀବନରେ ବ୍ଲକରେ ରହିଯାଇଥିବା ବକେୟା ପାଉଣା ପାଇବା ଲାଗି ଅନୁରୋଧ କରିଥିଲେ ବୋଲି କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭାଜପା ଓବିସି ସେଲ ସଂଯୋଜକ ରାକେଶ ନାୟକ, ଭାଜପା ଓବିସି ସେଲ ଜିଲା ସଭାପତି ମାନସ ରଞ୍ଜନ ନାୟକ, ଭାଜପା ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ହରିଦାସପୁର ପୂର୍ବତନ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ୨ ଦିନ ତଳେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଭାଜପା ନେତ୍ରୀ ସ୍ମୃତିରେଖା ତାଙ୍କୁ ବିଭିନ୍ନ ସମୟରେ ଭଏସ କଲ ଏବଂ ଚାଟିଙ୍ଗ କରି ୫୦ ଲକ୍ଷ ଟଙ୍କା ମାଗୁଥିବା ନେଇ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri