ଚୌଦ୍ୱାର ରୂପଯାତ୍ରା ଉତ୍ସବ ବାତିଲ

ଚୌଦ୍ୱାର,୩୦।୧୦(ଡି.ଏନ୍‌.ଏ.): ଚଳିତବର୍ଷ କରୋନା କଟକଣା ଯୋଗୁ ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ଉତ୍ସବକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ଚୌଦ୍ୱାର ଥାନାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଡିସିପି ପ୍ରତୀକ ସିଂ, ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଯାତ୍ରା କମିଟି ସଭାପତି ସୁବୋଧ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ଚୌଦ୍ୱାର ସହରାଞ୍ଚଳର ୪୦ଟି ମଣ୍ଡପରେ ୪ଫୁଟ୍‌ର ମୂର୍ତ୍ତି ନିର୍ମାଣ କରାଯିବ। ମଣ୍ଡପ ନିକଟ, ରାସ୍ତା ଓ ଯାତ୍ରା ପଡ଼ିଆରେ ଗହଳିକୁ ନିଷେଧ କରାଯାଇଛି। ପରମ୍ପରା ଦୃଷ୍ଟିରୁ ଆସନ୍ତା ୨ ଓ ୩ ତାରିଖରେ ଭସାଣି ଅନୁଷ୍ଠିତ ହେବ। ଭସାଣି ବେଳେ ପ୍ରତି ମେଢରେ ୭ଜଣ କର୍ମକର୍ତ୍ତା ରହିବେ। ମେଢଗୁଡ଼ିକୁ ବିସର୍ଜନ ପାଇଁ ଛୋଟ ଗାଡ଼ିରେ ନିଆଯିବ ଓ ଭସାଣିବେଳେ କେବଳ ଘଣ୍ଟ ବଜା ଯିବ ବୋଲି ବୈଠକରେ ସ୍ଥିର ହୋଇଛି। ମୂର୍ତ୍ତିଗୁଡ଼ିକ ପୌରପାଳିକା ପକ୍ଷରୁ ଖୋଳା ଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ମେଳା ପଡ଼ିଆରେ ଦୋକାନ ବଜାର, ଦୋଳି ନ ପଡିବା ସାଙ୍ଗକୁ ଜନସମାଗମକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ପୂଜାଦିନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ...

ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ...

୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ

ଖୋର୍ଦ୍ଧା,୨୩ା୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି...

ପୋଲିସବାବୁଙ୍କ ଚୌକିରେ ପରିସ୍ରା

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର...

ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା...

ଚାଲିଗଲା ଯାତ୍ରୀଙ୍କ ଜୀବନ

ନୂଆପଡ଼ା ଅଫିସ,୪।୪: ନୂଆପଡା ଜିଲା ସଦର ମହକୁମାସ୍ଥିତ ଏକତା ଛକଠାରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଏକ ଘରୋଇ ବସ୍‌ କର୍ମଚାରୀଙ୍କ...

ଜାଲ୍‌ ଅନଲାଇନ୍‌ ବିଜ୍ଞାପନରେ ଫସିଲେ ମହିଳା:୨.୧୨ ଲକ୍ଷ ଲୁଟିନେଲେ ସାଇବର ଠକ

ବ୍ରହ୍ମପୁର ଅଫିସ,୬ା୧: ଘରେ ରହି ପେନସିଲ ପ୍ୟାକିଂ କରି ଭଲ ରୋଜଗାର କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଆସିଥିବା ଏକ ଜାଲ୍‌ ବିଜ୍ଞାପନକୁ ଜାଣି ନ ପାରି...

ରାଜପଥରେ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼: ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ରୂପସା,୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ଠାରେ ମଙ୍ଗଳବାର ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାନ୍ତକ ଆକ୍ରମଣ...

Advertisement
Archives

Model This Week