Posted inଜାତୀୟ

ବାପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଝିଅ କହିଲେ…

ଗାନ୍ଧିନଗର,୧୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଝିଅ ରାଧିକା ତାଙ୍କ ଫେସବୁକ ପୃଷ୍ଠାରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କ ବାପାଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଛନ୍ତି।  ଯେଉଁମାନେ ତାଙ୍କ ବାପାଙ୍କ କୋମଳ କଥିତ ଭାବମୂର୍ତ୍ତିକୁ ତାଙ୍କ ବିଫଳତାର କାରଣ ବୋଲି ଦାୟୀ କରିଛନ୍ତି ଏହି ପୋଷ୍ଟ ଜରିଆରେ ରାଧିକା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି।  ସେମାନଙ୍କ ପାଇଁ ରାଧିକା ଲେଖିଛନ୍ତି ଯେ, ରାଜନେତାମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ରହିବା ଉଚିତ୍‌ ନୁହେଁ କି? ଏହା ଏକ ଅତ୍ୟାବଶ୍ୟକ ଗୁଣ ନୁହେଁ କି ଯାହା ଜଣେ ନେତାଙ୍କ ମଧ୍ୟରେ ଆବଶ୍ୟକ? ନେତାମାନେ ସେମାନଙ୍କର ନରମ କଥାବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ ସେବା କରନ୍ତି ନାହିଁ?
ରାଧିକା ଲେଖିଛନ୍ତି ଯେ ମୋ ପିତାଙ୍କ ସଂଘର୍ଷ ୧୯୭୯ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ସେ ମୋରବୀ ବନ୍ୟା, ଆମରେଲି ବାଦଲ ଫଟା ଘଟଣା, କୁଚ ଭୂକମ୍ପ, ସ୍ବାମୀନାରାୟଣ ମନ୍ଦିର, ଆତଙ୍କବାଦୀ ଆକ୍ରମଣ, ଗୋଧରା ଘଟଣା, ବନାସାକାଣ୍ଠା ବନ୍ୟା ସମୟରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବା କରିଥିଲେ। କେବଳ ଏତିକି ନୁହେଁ, ମୋ ବାପା ତାଉକ୍ତେ ବାତ୍ୟା ଏବଂ କୋଭିଡ ସମୟରେ ମଧ୍ୟ ଲାଗାତର କାମ କରୁଥିଲେ।୨୦୦୨ ମସିହାରେ ସ୍ବାମୀ ନାରାୟଣ ଅକ୍ଷୟଧାମ ମନ୍ଦିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୋ ବାପା ପ୍ରଥମ ବ୍ୟକ୍ତି ଥିଲେ, ସେ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ମଧ୍ୟ ମନ୍ଦିର ପରିସରରେ ପହଞ୍ଚିଥିଲେ। ୨୦୦୧ରେ ହୋଇଥିବା ଭୂକମ୍ପ ସମୟରେ ବାପା ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରୁଥିଲେ ଏବଂ ଭୂକମ୍ପ ବୁଝିବା ପାଇଁ ତାଙ୍କୁ ଏବଂ ତାଙ୍କ ଭାଇ ରିଷଭଙ୍କୁ କୁଚକୁ ନେଇଥିଲେ। ରାଧିକା ଆହୁରି ଲେଖିଛନ୍ତି ଯେ ଯେତେବେଳେ ଆମେ ପିଲା ଥିଲୁ, ମୋ ବାପା ରବିବାର ଆମକୁ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ନେଉ ନ ଥିଲେ ବରଂ ସେ ଭାଜପା କର୍ମୀଙ୍କ ଘରକୁ ବୁଲାଇବାକୁ ନେଉଥିଲେ।
ରାଧିକା କହିଛନ୍ତି ଯେ ଘରେ ଆମେ ସବୁବେଳେ ଆଲୋଚନା କରୁ, ମୋ ବାପାଙ୍କ ପରି ଜଣେ ସାଧାରଣ ବ୍ୟକ୍ତି ଭାରତୀୟ ରାଜନୀତିରେ ବଞ୍ଚିବେ କି ଯେଉଁଠାରେ ଦୁର୍ନୀତି ଏବଂ ନକାରାତ୍ମକତା ଅଧିକ ରହିଛି। ମୋ ବାପା ସର୍ବଦା କହୁଥିଲେ ଯେ, ରାଜନୀତି ଏବଂ ରାଜନେତାଙ୍କ ଭାବମୂର୍ତ୍ତି ଭାରତୀୟ ଚଳଚ୍ଚିତ୍ର ଏବଂ ପୁରୁଣା ଧାରଣା ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ଆମକୁ ଏହାକୁ ପରିବର୍ତ୍ତନ କରିବାକୁ ପଡିବ। ସେ କଦାପି ଦଳବାଦକୁ ସମର୍ଥନ କରି ନ ଥିଲେ ଏବଂ ତାହା ତାଙ୍କର ବିଶେଷତା ଥିଲା। କେତେକ ରାଜନୈତିକ ବିଶ୍ଳେଷକ ଭାବୁଥିବେ ଯେ – ‘ଏହା ହେଉଛି ବିଜୟଭାଇଙ୍କ କାର୍ଯ୍ୟକାଳର ସମାପ୍ତି’ – କିନ୍ତୁ ଆମ ମତରେ ଝଗଡା ପରିବର୍ତ୍ତେ ଆରଏସଏସ ଏବଂ ଭାଜପାର ନୀତି ଅନୁଯାୟୀ ଲୋଭ ବିନା କ୍ଷମତାକୁ ଛାଡିବା ଭଲ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଜୟ ରୂପାନୀଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇ, ଭୂପେନ୍ଦ୍ର ପଟେଙ୍କୁଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?