ଗାଁର ମଉଡ଼ମଣି ରୁପାଲି

ମହାକାଳପଡ଼ା,୩ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଅଧୀନ ଜଙ୍ଗଲଘେରି ଗାଁ ଆଦିବାସୀ ଶବରପଡ଼ା। ଏହି ଗାଁରେ ୪୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୫୦ ସଦସ୍ୟ ବସବାସ କରୁଛନ୍ତି । ଗାଁକୁ ରାସ୍ତା ନାହିଁ । ଲୋକମାନଙ୍କୁ ରାଶନ କାର୍ଡ ମିଳିନି । ଆବାସ ଯୋଜନାରେ ଏହି ଗାଁ ଲୋକଙ୍କୁ ସାମିଲ କରାଯାଇନାହିଁ । ଅଙ୍ଗନଓ୍ବାଡି କେନ୍ଦ୍ରର ଅଭାବରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି । ଏପରି ନାନା ଦୁଃଖ କଷ୍ଟରେ ଏହି ଗ୍ରାମବାସୀ ଜିଇ ଆସିଛନ୍ତି ା ଏବେ ଏହି ଗାଁରେ ଖୁସିର ଲହରି ଖେଳି ଯାଇଛି । କାରଣ ଉକ୍ତ ଗାଁର ଝିଅ ରୁପାଲି ଭକ୍ତା ଓ୍ବାର୍ଡସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ରୁପାଲିଙ୍କ ବିଜୟ ପରେ ସେ ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗାଁର ଚିତ୍ର ବଦଳିବ ବୋଲି ସେ କହିଛନ୍ତି। ଦିନ ଥିଲା ଗାଁ ଲୋକଙ୍କ ଜୀବନଜୀବିକା ବିଭିନ୍ନ କାରଣରୁ ବିପନ୍ନ ହୋଇଥିଲା । ଗାଁ ଲୋକଙ୍କ ନିଜସ୍ବ ଚାଷ ଜମି ନାହିଁ । ଜଙ୍ଗଲ ଜମିରେ ନଡ଼ା ଛପର ଘର କରି ପରିବାର ସଦସ୍ୟମାନେ ଦୀର୍ଘଦିନରୁ ମୁଣ୍ଡଗୁଞ୍ଜି ଆସିଛନ୍ତି । ରାତି ପାହିଲେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ନଦୀ, ସମୁଦ୍ରରୁ ମାଛ ଓ କଙ୍କଡା ଧରି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ପାଲଟିଛି । ଏପରି ସ୍ଥିତିରେ ଗାଁର ରୁପାଲୀ ୱାର୍ଡ଼ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଗାଁ ବିକାଶର ଚିତ୍ର ବଦଳିବ ବୋଲି ଦୁଃଖୀ ଭକ୍ତା, ଶାନ୍ତି ମଲିକ, ସୁଦର୍ଶନ ଭକ୍ତା, ପଇଡ଼ ଭକ୍ତା, ସପନ ଭକ୍ତା, ଗୌର ମଲିକ, ନାରଣ ନାହାକ, ଅଭିରାମ ଭକ୍ତା, ଶୁକଦେବ ଭକ୍ତା ପ୍ରମୁଖ କହିଛନ୍ତି । ଏ ସଂକ୍ରାନ୍ତରେ ରୁପାଲୀ କହିଛନ୍ତି, ଯେଉଁ ବିଶ୍ୱାସରେ ଗ୍ରାମବାସୀ ମୋତେ ଭୋଟ ଦେଇ ବିଜୟ କରିଛନ୍ତି ସେମାନଙ୍କ ସମ୍ମାନ ରକ୍ଷା କରିବି । ମହିଳାମାନଙ୍କ ସହଯୋଗରେ ଗାଁକୁ ନିଶା ମୁକ୍ତ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଛି । ଅନ୍ୟ ଗାଁ ପରି ଏହି ଗାଁର ବିକାଶ ହେବ। ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ମୁଁ ଉଦ୍ୟମ ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri