ବିଦେଶରେ ଭାରତୀୟ ବଂଶୋଦ୍ଭବ ଶାସକ

ଆଣ୍ଟୋନିଓ କୋଷ୍ଟା,୨୭।୧୦: ଦିନ ଥିଲା ବ୍ରିଟିଶ୍‌ ଶାସକ ଭାରତକୁ ଶାସନ କରୁଥିଲେ। ସେ ସମୟରେ ବ୍ରିଟିଶ୍‌ମାନେ ଭାରତୀୟଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଲୋକଙ୍କୁ ନିର୍ଯାତନା ଦେବାରେ ସେମାନେ ସବୁ ସୀମା ଲଂଘି ଯାଉଥିଲେ। କିନ୍ତୁ ଆଜି ସମୟ ବଦଳିଯାଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ହାତକୁ ଆସିଛି ବ୍ରିଟେନ୍‌ର ଶାସନ ଡୋରି। ମଙ୍ଗଳବାର ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ବିଦେଶରେ ଭାରତୀୟ ବଂଶୋଦ୍ଭବମାନଙ୍କ କାନ୍ଧକୁ ଶାସନ ଦାୟିତ୍ୱ ଯିବା ନୂଆ କଥା ନୁହେଁ। ଅନେକ ଦେଶ ରହିଛି, ଯେଉଁଠାରେ ଭାରତୀୟ ବଂଶଧର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି।
ର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଜଣେ ଭାରତୀୟ ବଂଶୋଦ୍ଭବ।

୨୦୧୫ ନଭେମ୍ବର ୨୬ରୁ ଆଣ୍ଟୋନିଓ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି। ସେ ଏକାଧାରରେ ଜଣେ ଆଇନଜୀବୀ ଏବଂ ରାଜନେତା। ଆଣ୍ଟୋନିଓଙ୍କ ବାପା ଓର୍‌ଲାଣ୍ଡୋ ଡା କୋଷ୍ଟା ଗୋଆର କୋଷ୍ଟା ପରିବାରର ହୋଇଥିବାବେଳେ ମା’ ମାରିଆ ଆଣ୍ଟୋନିଓ କାଲ୍ଲା ପର୍ତ୍ତୁଗାଲ୍‌ର ବାସିନ୍ଦା। କୋଷ୍ଟା ପରିବାର ଗୋଆରେ ବାବୁଶ ଭାବେ ଗଣାଯାନ୍ତି। ୧୯୮୦ରେ ଆଣ୍ଟୋନିଓ ୟୁନିଭର୍ସିଟି ଅଫ୍‌ ଲେସ୍‌ବୋନ୍‌ରେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ରୁ ୧୯୯୯ ଆଣ୍ଟୋନିଓ ଗୁଟେରସ୍‌ ଯେତେବେଳେ ପର୍ତ୍ତୁଗାଲ୍‌ର ପ୍ରଧାନମନ୍ତ୍ରୀ ଥିଲେ ସେ ସମୟରେ କୋଷ୍ଟା ରାଜନୀତିକୁ ପ୍ରବେଶ କରିଥିଲେ।

ପ୍ରବିନ୍ଦ କୁମାର ଜୁଗନାଥ: ୨୦୧୭ରୁ ମରିସସ୍‌ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶଧର ପ୍ରବିନ୍ଦ କୁମାର ଜୁଗନାଥ। ୧୯୯୦ରେ ମିଲିଟାଣ୍ଟ ସୋସିଆଲିଷ୍ଟ ମୁଭ୍‌ମେଣ୍ଟ (ଏମ୍‌ଏସ୍‌ଏମ୍‌) ପାର୍ଟିରେ ସାମିଲ ହୋଇଥିଲେ। ସେ୧୯୬୧ ଡିସେମ୍ବର ୨୫ରେ ମରିସସ୍‌ର ଭାକୋସ୍‌-ଫୋଇନିକ୍ସର ଏକ ହିନ୍ଦୁ- ଆହିର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାପା ଅନିରୁଦ୍ଧ ଜୁଗନାଥ ପେସାରେ ଓକିଲ ହୋଇଥିବାବେଳେ ତାଙ୍କ ମା’ ସରୋଜିନୀ ବାଲ୍ଲାହ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ।

ପୃଥ୍ବୀରାଜସିଂ ରୁପୁନ: ମରିସସ୍‌ର ରାଷ୍ଟ୍ରପତି ପୃଥ୍ବୀରାଜସିଂ ରୁପୁନ ଭାରତୀୟ ଆର୍ଯ୍ୟ ସମାଜୀ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। ମରିସସ୍‌ ରାଷ୍ଟ୍ରପତି ଥିବା ପୃଥ୍ବୀରାଜ ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି।
ତାଙ୍କ ପରିବାର ମୋରସେଲେମେଣ୍ଟରେ ରୁହନ୍ତି। ୧୯୮୩ରେ ପୃଥ୍ବୀରାଜ ପ୍ରଥମ ଥର ପାଇଁ ପଲିଟିକାଲ ପାର୍ଟିରେ ଯୋଗ ଦେଇଥିବାବେଳେ ୧୯୯୫ରେ ସେ ପ୍ରଥମ କରି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ।

ହଲିମାହ ୟାକୋବ୍‌: ସିଙ୍ଗାପୁରର ଅଷ୍ଟମ ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ହଲିମାହ ୟାକୋବ୍‌ ଜଣେ ଭାରତୀୟ ବଂଶୋଦ୍ଭବ। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ହଲିମାହ ପାର୍ଲାମେଣ୍ଟ ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ସିଙ୍ଗାପୁରର କୁଇନ୍‌ ଷ୍ଟ୍ରିଟ୍‌ରେ ତାଙ୍କ ଘର। ତାଙ୍କ ବାପା ଭାରତୀୟ ହୋଇଥିବାବେଳେ ମା’ ମଲାୟ ଅଟନ୍ତି। ହଲିମାହଙ୍କ ବାପା ଓ୍ବାଚ୍‌ମ୍ୟାନ୍‌ ଚାକିରି କରିଥିବାବେଳେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବାବେଳେ ଏକ ଚାଳିଆ ହୋଟେଲ କରି ସେଥିରୁ ଆୟ ଅର୍ଥରେ ପରିବାର ପ୍ରତିପୋଷଣ କରୁଥିଲେ।

ଚାନ୍‌ ସନ୍ତୋଖି: ସୁରିନାମର ପୂର୍ବତନ ପୋଲିସ ଅଧିକାରୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଚାନ୍‌ ସନ୍ତୋଖିଙ୍କ ଜନ୍ମ ୧୯୫୯ ଫେବୃୟାରୀ ୧୩ରେ।
୨୦୨୦ରେ ସେ ସୁରିନାମର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେ ଜଣେ ଇଣ୍ଡୋ-ସୁରନାମିଜ୍‌ ହିନ୍ଦୁ। ତାଙ୍କ ବାପା ବନ୍ଦରରେ କାର୍ଯ୍ୟ କରୁଥିବାବେଳେ ମା’ ଶପ୍‌ ଆସିଷ୍ଟାଣ୍ଟ ଚାକିରି କରିଥିଲେ।

ମହମ୍ମଦ ଇର୍‌ଫାନ୍‌ ଅଲ୍ଲୀ: ଗୁଏନାର ପ୍ରଥମ ମୁସଲମାନ ରାଷ୍ଟ୍ରପତି ହେଉଛନ୍ତି ମହମ୍ମଦ ଇରଫାନ୍‌ ଅଲ୍ଲୀ। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଏମ୍‌ପି ଓ ହାଉସିଂ ମିନିଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଇଣ୍ଡୋ-ଗୁଏନିଜ୍‌ ମୁସଲମାନ ପରିବାରରେ ଇରଫାନ୍‌ଙ୍କ ଜନ୍ମ। ୧୯୮୦ ଏପ୍ରିଲ ୨୫ରେ ଗୁଏନାର ଲେଓନୋରାରେ ତାଙ୍କ ଜନ୍ମ।
ଆମେରିକାରେ ଉପରାଷ୍ଟ୍ରପତି ଥିବା କମଲା ହାରିସ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭଳି ପଦକୁ ଛାଡ଼ିଦେଲେ ଭାରତୀୟ ମୂଳ ଅନେକ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?