ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ‘ରୁଚି ବୁଦ୍ଧ ସମ୍ମାନ’

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୩।୨ (ଡି.ଏନ୍‌.ଏ.):ଐତିହାସିକ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଆର୍ଟ ଭିଜନ୍‌ ପକ୍ଷରୁ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ‘ରୁଚି ବୁଦ୍ଧ ସମ୍ମାନ ୨୦୨୩’ ବିଖ୍ୟାତ ଓଡ଼ିଶୀ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଗାୟକ ତଥା ସଙ୍ଗୀତ ସଂଯୋଜକ ଗୁରୁ ବଙ୍କିମ ସେଠୀ, ଓଡ଼ିଶୀ ସଙ୍ଗୀତ ନୃତ୍ୟ ଗୁରୁ ନିରଞ୍ଜନ ରାଉତ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ମୟୂରଭଞ୍ଜ ଛଉ ନୃତ୍ୟ ବିଶାରଦ ଗୁରୁ ସଦାଶିବ ପ୍ରଧାନଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ ଓ ସଙ୍ଗୀତ ସାଧନା ପାଇଁ ‘ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।
ନୃତ୍ୟ ଜଗନ୍ନାଥାଷ୍ଟକମ୍‌ରୁ ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ସୁର ମନ୍ଦିର, ନୂପୁର୍‌, ରୁଦ୍ରାକ୍ଷ, ନୃତ୍ୟ ନୈବେଦ୍ୟ ଏବଂ ଓଡ଼ିଶା ଡ୍ୟାନ୍ସ କ୍ରିଏଶନର ଶିଳ୍ପୀମାନେ ଏହାକୁ ବେଶ୍‌ ବର୍ଣ୍ଣାଢ୍ୟ ଢଙ୍ଗରେ ପରଷି ଥିଲେ। ଓଡ଼ିଶା ମାଟିରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର ସୃଷ୍ଟି। ଓଡ଼ିଶୀ ନୃତ୍ୟ ମାନବ ଜୀବନର ଐଶ୍ୱରୀୟ ଦିଗ ଉପରେ ପର୍ଯ୍ୟବସିତ। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା। ତାଙ୍କୁ ନେଇ ପ୍ରଦର୍ଶିତ ଏହି ନୃତ୍ୟ ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା ଓ ସୂଚନାପୂର୍ଣ୍ଣ ଥିଲା। ଏହାକୁ ଗୁରୁ ଅରୁଣା ମହାନ୍ତି ସଂରଚନା କରିଥିଲେ। ଅଗ୍ନିମିତ୍ର ବେହେରା ସଙ୍ଗୀତ ଓ ଗୁରୁ ଧନେଶ୍ୱର ସ୍ବାଇଁ ବାଦ୍ୟ ସଂଯୋଜନା କରିଥିଲେ। ଦ୍ୱିତୀୟ ପରିବେଷଣ ଥିଲା କଥକ ନୃତ୍ୟ। ଏହାକୁ ଦେବଶ୍ରୀ ଭଟ୍ଟାଚାର୍ଯ୍ୟ ଓ ସୋହିନୀ ଦେବନାଥ ଏବଂ ସୋମାନଙ୍କ ଅନୁଷ୍ଠାନ ସାଂସ୍କୃତିକୀ ଶ୍ରେୟସ୍କରର ଶିଳ୍ପୀମାନେ ଉପସ୍ଥାପତ କରିଥିଲେ। ଶୁଭଶ୍ରୀ ମୁଖାର୍ଜୀ ଏବଂ ସାଥୀଙ୍କ ଦ୍ୱାରା ଓଡ଼ିଶୀ ଓ ମୟୂରଭଞ୍ଜ ଛଉର ମିଶ୍ରଣ ସମରକଳା ନୃତ୍ୟ ପରିବେଷଣ ଥିଲା। ଡ. ଇଲିଆନା ଚିତାରିଷ୍ଟ ନୃତ୍ୟ ଏବଂ ଶାନ୍ତନୁ ମହାପାତ୍ର ସଙ୍ଗୀତ ସଂଯୋଜନା କରିଥିଲେ।
ଅତିଥି ଭାବେ ମେୟର ସୁଲୋଚନା ଦାସ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ତଥା ଜେ. କେ ମହାବିଦ୍ୟାଳୟ କୁଳାଧିପତି ଶିତିକାନ୍ତ ଦାଶ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ କୁମାର ରଥ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଡ. ଅରୁଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?