Posted inଜାତୀୟ

ଚକୋଲେଟ୍‌, ଫୁଲ ନେଇ ଅଡୁଆରେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଆକ୍ଟ୍ରେସ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଜଣେ ଠକ ଜେଲରେ ବସି ନିୟମିତ ଫୁଲ ଓ ଚକୋଲେଟ୍‌ ପଠାଉଥିଲେ। ପରିଚୟ ଗୋପନ ରଖି ଯୋଗାଯୋଗ ପାଇଁ ବ୍ୟବହାର କରୁଥିଲେ ଗୁପ୍ତଚର ଟେକନୋଲୋଜି। ଉକ୍ତ ଅଭିଯୁକ୍ତ ୨୦୦ କୋଟି ଟଙ୍କାର ବେଆଇନ ହେରଫେର ର଼୍ୟାକେଟ ଚଳାଇଥିଲେ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଜ୍ୟାକଲିନଙ୍କୁ ୫ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି। ବେଆଇନ ଟଙ୍କା ହେରଫର ର଼୍ୟାକେଟକୁ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ଅଭିଯୁକ୍ତ ରୋହିନି ଜେଲରୁ ପରିଚାଳନା କରୁଥିଲେ।

କିଛି ରିପୋର୍ଟ ମୁତାବକ, ଚନ୍ଦ୍ରଶେଖରଙ୍କ ଜାଲରେ ପଡ଼ି ଯାଇଥିଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ। ନିଜର ଅମାପ ଧନ ଦେଖାଇ ସୁକେଶ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପରି କି ସେ ବଲିଉଡ୍‌ର ଅନେକ ସେଲିବ୍ରିଟିଙ୍କ ସହ ଯୋଗାଯୋଗରେ ଥିଲେ।

ଆଇପି ଆଡ୍ରେସ ଚିହ୍ନଟ କରିବା ପରେ ଚନ୍ଦ୍ରଶେଖରଙ୍କ ଫୋନ କଲକୁ ଟ୍ରାକ କରିଥିଲେ ଇଡି ଅଧିକାରୀ। ଏଥିରୁ ଚନ୍ଦ୍ରଶେଖର ଜେଲରେ ରହି ବ୍ୟବହାର କରୁଥିବା ଦୁଇଟି ନମ୍ବର ତାଙ୍କ ନାମରେ ନ ଥିବା ଜଣାପଡ଼ିଥିଲା। ଏହି ର଼୍ୟାକେଟକୁ ଧରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଲାଗିଥିଲା ଅଢ଼େଇ ମାସ। ଗତ ୩୦ ତାରିଖରେ ଜ୍ୟାକଲିନଙ୍କୁ ପଚରାଉଚୁରା କରାଯିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ…

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ…

ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା

ଦିଶପୁର,୬ା୫: ଇସ୍ତଫା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜଭବନରେ ଲକ୍ଷ୍ମଣ ଆଚାର୍ଯ୍ୟଙ୍କୁ ଭେଟି ସେ ଇସ୍ତଫାପତ୍ର…

ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ପ୍ରଶଂସକ କାବା!

ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି…

ଭାଗ୍ୟ ହେବ ତ ବିଜୟଙ୍କ ଭଳି: ପ୍ରଥମେ TVKକୁ ଜିତାଇଲେ, ଆଉ ଏବେ ମିଳିଲା ପୁଣି ଖୁସିଖବର

ଚେନ୍ନାଇ,୬।୫: ସତରେ, ଯଦି ଭାଗ୍ୟ ହେବ ଥଲାପଥି ବିଜୟଙ୍କ ଭଳି। ସିନେମାରୁ ରାଜନୀତିରେ ନୂତନ ଭାବରେ ପ୍ରବେଶ କରିଥିବା ଜଣେ ବ୍ୟକ୍ତି, ସେ ତାମିଲନାଡୁରେ ରାଜନୈତିକ ଦଳ…

ତାମିଲନାଡୁ ରାଜନୀତି ସରଗରମ: AIADMK ୨ ଫାଳ, ବିଜୟଙ୍କ ସମର୍ଥନରେ…

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏଥର ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ବିଧାନସଭା ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱରେ ଦଳ ଟିଭିକେ ୧୦୮ଟି ଆସନ ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri