କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା ଅଫିସ,୨୬ା୬: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା ବିଭାଗ ରିପୋର୍ଟକୁ ଆଧାର କରି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟ୍ରାକିଂ ଫୋର୍ସ(ଏସ୍‌ଟିଏଫ୍‌) ଶନିବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ସହ ଏଥିରେ ସଂପୃକ୍ତି ନେଇ ୪ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା କୋଚିଳାବନ ସାହିର ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ସାମନ୍ତରାପୁର ସପ୍ନେଶ୍ବର ସାହିର ଜଗବନ୍ଧୁ ବିଶ୍ବାଳ ଏବଂ ଶାଗୁଆନ ବଗିଚାର ସନ୍ତୋଷ ରାଉତରାୟ। ଏସ୍‌ଟିଏଫ୍‌ ସେମାନଙ୍କ ଠାରୁ ୧୦୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ। ଏସ୍‌ଟିଏଫ୍‌ ଖୋର୍ଦ୍ଧାର କେଉଁଠାରୁ ଧରିଛି ସ୍ପଷ୍ଟ କରି ନାହିଁ। ଏନେଇ ୧୬/୨୨ରେ ଏକ ମାମଲା ରୁଜୁ ହୋଇଛି।
ନିଶା କାରବାର ରୋକିବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ୨୦୨୦ରୁ ରାଜ୍ୟରେ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବର୍ତ୍ତମାନ ସୁଦ୍ଧା ୫୫କେଜି ବ୍ରାଉନସୁଗାର ଓ ହୋରୋଇନ, ୨୦୨ ଗ୍ରାମ କୋକିନ,୧୧୧କୁଇଣ୍ଟାଲ ଗଞ୍ଜେଇ,ଭାଙ୍ଗ ଏବଂ ୭୫୦ଗ୍ରାମ ଅଫିମ ଜବତ କରାଯାଇ ୧୫୦ ଜଣଙ୍କୁ ଗିରଫ କରିଥିବା ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri