କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା ଅଫିସ,୨୬ା୬: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା ବିଭାଗ ରିପୋର୍ଟକୁ ଆଧାର କରି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟ୍ରାକିଂ ଫୋର୍ସ(ଏସ୍‌ଟିଏଫ୍‌) ଶନିବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ସହ ଏଥିରେ ସଂପୃକ୍ତି ନେଇ ୪ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା କୋଚିଳାବନ ସାହିର ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ସାମନ୍ତରାପୁର ସପ୍ନେଶ୍ବର ସାହିର ଜଗବନ୍ଧୁ ବିଶ୍ବାଳ ଏବଂ ଶାଗୁଆନ ବଗିଚାର ସନ୍ତୋଷ ରାଉତରାୟ। ଏସ୍‌ଟିଏଫ୍‌ ସେମାନଙ୍କ ଠାରୁ ୧୦୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ। ଏସ୍‌ଟିଏଫ୍‌ ଖୋର୍ଦ୍ଧାର କେଉଁଠାରୁ ଧରିଛି ସ୍ପଷ୍ଟ କରି ନାହିଁ। ଏନେଇ ୧୬/୨୨ରେ ଏକ ମାମଲା ରୁଜୁ ହୋଇଛି।
ନିଶା କାରବାର ରୋକିବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ୨୦୨୦ରୁ ରାଜ୍ୟରେ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବର୍ତ୍ତମାନ ସୁଦ୍ଧା ୫୫କେଜି ବ୍ରାଉନସୁଗାର ଓ ହୋରୋଇନ, ୨୦୨ ଗ୍ରାମ କୋକିନ,୧୧୧କୁଇଣ୍ଟାଲ ଗଞ୍ଜେଇ,ଭାଙ୍ଗ ଏବଂ ୭୫୦ଗ୍ରାମ ଅଫିମ ଜବତ କରାଯାଇ ୧୫୦ ଜଣଙ୍କୁ ଗିରଫ କରିଥିବା ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri