ମାସ୍କ ଚେକିଂ ବେଳେ ୧.୩୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୭।୧୦: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଧବାର ମାସ୍କ ଚେକିଂ ସମୟରେ ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗଣିଜାଙ୍ଗ ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ।
ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ରାନ୍ଦିଆ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ମାସ୍କ ଚେକିଂ କରୁଥିଲା। ଏହି ସମୟରେ ଶ୍ରୀକାନ୍ତ ଓ ଅରୁଣ ଏକ ବାଇକ୍‌ରେ ବିନା ମାସ୍କ ଏବଂ ହେଲ୍‌ମେଟରେ ଆସୁଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇଥିଲା। କିନ୍ତୁ ସେମାନେ ପୋଲିସକୁ ଦେଖି ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ପରେ ପୋଲିସ ସେମାନଙ୍କୁ କାବୁ କରିବା ସହ ଯାଞ୍ଚ କରିବାରୁ ବ୍ରାଉନସୁଗାର ମିଳିଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାଇକ୍‌ ଜବତ ହୋଇଛି। ଏନେଇ ଥାନାରେ ମାମଲା (ନଂ.୪୪୨/୨୧) ରୁଜୁ କରାଯାଇଛି। ତେବେ ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗାର ଆଣିଥିଲେ ଓ କେଉଁ ସ୍ଥାନକୁ ନେଇ ଯାଉଥିଲେ ସେ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ପେଟ୍ରୋଲ ଡିଜେଲ ଅଭାବ

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.)- ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଛି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ...

ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ

ମହାକାଳପଡ଼ା,୧୬ା୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି...

ଦାରିଙ୍ଗବାଡ଼ି ବ୍ଲକ ପୂର୍ବତନ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧।୭: ୨୦୧୮ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ...

କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: କରୋନା ଚିକିତ୍ସା ବେଳେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କାର୍ଯ୍ୟକରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା...

ଅନେକ କେନ୍ଦ୍ରରେ ଝୁଲୁଥିଲା ତାଲା

ଯାଜପୁର ଟାଉନ,୨୭ା୨(ଡିଏନଏ): ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଚାନକ ଗସ୍ତ ସମୟରେ ଜିଲା ସଦର ମହକୁମା ନିକଟସ୍ଥ ଅକରପଡାରେ ଥିବା ରାମକୃଷ୍ଣ...

ରବିଧାନ ସଂଗ୍ରହ: ଚାଷୀ ପଞ୍ଜୀକରଣରେ ବୃଦ୍ଧି

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଅନ୍‌ଲାଇନରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। ଏହା ଜରିଆରେ ବୁଧବାର ସୁଦ୍ଧା ୨, ୩୪,...

ବଜ୍ରପାତ ନେଲା ୬ ଗୋରୁଙ୍କ ଜୀବନ

ଖପ୍ରାଖୋଲ,୨୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ପବନ ବର୍ଷା ସାଙ୍ଗକୁ ବଜ୍ରପାତରେ ବ୍ୟାପକ...

ଅନିଶ୍ଚିତତାରେ ଗଡ଼ୁନି ବସ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କରୋନା ସଂକ୍ରମଣ ଭୟ ରହିଥିବାରୁ ସାଧାରଣ ପରିବହନକୁ ଆପଣାଇବାକୁ ଯାତ୍ରୀମାନେ କୁଣ୍ଠାବୋଧ କରୁଛନ୍ତି। ଫଳରେ ବସ୍‌ ସେବା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ...

Advertisement
Archives

Model This Week