ଗ୍ରାଣ୍ଡ୍‌ ଫାଇନାଲରେ ଆର୍‌ଆର୍‌ ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୯।୫ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ଗ୍ରାଣ୍ଡ ଫାଇନାଲରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ଏକ କଡ଼ା ମୁକାବିଲା ଆଶା କରାଯାଉଛି। ଲିଗ ପର୍ଯ୍ୟାୟରେ ଉଭୟ ଦଳ ପଏଣ୍ଟ ଟେବୁଲ ଉପରେ ରହିଥିଲେ । ବର୍ତ୍ତମାନ ଫାଇନାଲରେ ମଧ୍ୟ ଟୁର୍ନାମେଣ୍ଟର ଦୁଇଟି ଶକ୍ତିଶାଳୀ ଦଳ ଗୁଜୁରାଟ ଏବଂ ରାଜସ୍ଥାନ ପରସ୍ପରକୁ ମୁହାଁମୁହିଁ ହେବେ। ଏହି ମ୍ୟାଚ ପାଇଁ ଉଭୟ ଦଳ ପ୍ଲେ -୧୧ ରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । ଗୁଜୁରାଟ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ଦଳ ଲିଗ ରାଉଣ୍ଡରେ ୧୪ଟି ମ୍ୟାଚ ମଧ୍ୟରୁ ୧୦ ଟି ଜିତିଛି । ଦଳ ମାତ୍ର ଚାରିଟି ମ୍ୟାଚରେ ପରାସ୍ତ ହୋଇଥିଲା। ଗୁଜୁରାଟ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଜିଟି ଟିମ୍‌ରେ ମହମ୍ମଦ ଶାମି, ୟଶ ଡାୟଲଙ୍କ ଭଳି ସୁଇଙ୍ଗ ବୋଲର ଅଛନ୍ତି। ଏଥି ସହିତ, ଅଲଜାରୀ ଜୋସେଫରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରନ୍ତି। ରସିଦ ଖାନ ଏବଂ ଆରସାଇ କିଶୋରଙ୍କ ସ୍ପିନ୍‌ ମଧ୍ୟ ବେଶ୍‌ ଭଳ ରହିଛି।
ଜିଟି ପ୍ଲେ-୧୧ରେ ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଶୁବମାନ ଗିଲ, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଆର ସାଇ କିଶୋର, ମହମ୍ମଦ ଶାମି, ଅଲଜାରି ଜୋସେଫ ଏବଂ ୟଶ ଦିନଲ ଆଦି ଖେଳିବେ ବୋଲି ଅନୁମାନ କରାଯାଉଛି। ରାଜସ୍ଥାନ କ୍ୱାଲିଫାୟର ୨ରେ ଜୋସ ବଟଲରଙ୍କ ବ୍ଲାଷ୍ଟିଂ ବ୍ୟାଟିଂ ଯୋଗୁ ବାଙ୍ଗାଲୋରକୁ ଟୁର୍ନାମେଣ୍ଟରୁ ବାଦ ଦେଇଥିଲା। ବଟଲର ବିସ୍ଫୋରକ ସ୍କୋର କରି ଗୁଜୁରାଟ ପାଇଁ ଅସୁବିଧା ସୃଷ୍ଟି କରିବାର ଆଶା ରହିଛି। ଜିଟି ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ବଟଲରଙ୍କ ବ୍ୟାଟକୁ ରୋକିବା। ଗୁଜୁରାଟ ବିପକ୍ଷରେ ବଟଲର ବଡ଼ ସ୍କୋର କରିଛନ୍ତି। ଜିଟି ବିପକ୍ଷରେ ଦୁଇଟି ମ୍ୟାଚରେ ବଟଲର ୧୪୩ ରନ ସଂଗ୍ରହ କରିଛନ୍ତି। ରାଜସ୍ଥାନ ପାଇଁ ପ୍ଲେ-୧୧ରେ ସଞ୍ଜୁ ସାମସନ (ଓ୍ବିକେଟ କିପର / କ୍ୟାପଟେନ), ଜୋସ ବଟଲର, ଯଶସୱୀ ଜୈସୱାଲ, ଦେବଦତ୍ତ ପାଦିକ୍କାଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ, ପ୍ରଶାନ୍ତ କୃଷ୍ଣ ଏବଂ ଓବେଡ ମ୍ୟାକକୋଇ ଖେଳିବାର ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?