ରୟାଲ୍ସ ବିଦା, ଆଶାରେ କୋଲକାତା

ଦୁବାଇ : ଇଅନ ମୋର୍ଗାନଙ୍କ ଅଧିନାୟକ ଇନିଂସ ପରେ ପ୍ୟାଟ୍‌ କୁମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୭ ଉଇକେଟ ହରାଇ ୧୯୧ ରନ କରିଥିଲା। ୧୯୨ ରନ ବିଜୟ ଲକ୍ଷ୍ୟରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଏଠାରେ ବିଜୟ ଫଳରେ କୋଲକାତାର ପ୍ଲେ-ଅଫ୍‌ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଏହିଦଳ ୧୪ ମ୍ୟାଚରୁ ୧୪ ପଏଣ୍ଟ ସହିତ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରୟାଲ୍ସ ୧୪ ମ୍ୟାଚରୁ ୧୨ ପଏଣ୍ଟରେ ରହି ବିଦାୟ ନେଇଛି।
ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଇନିଂସର ଦ୍ୱିତୀୟ ବଲ୍‌ରେ ନୀତୀଶ ରାଣାଙ୍କୁ ଆଉଟ କରି କୋଲକାତାକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ ଜୋଫ୍ରା ଆର୍ଚର। ଶୁବମନ ଗିଲ ଓ ରାହୁଲ ତ୍ରିପାଠୀ ଦ୍ୱିତୀୟ ଉଇକେଟରେ ୭୨ ରନ ଯୋଗ କରି ଏକ ସମ୍ମାନଜନକ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲେ। ପୁରା ସିଜନରେ ଫର୍ମରେ ଥିବା ଶୁବମନ ୨୪ ବଲ୍‌ରୁ ୩୬ (୬ ଚୌକା) ରନ କରିଥିବାବେଳେ ରାହୁଲ ଟଓ୍ବୋଟିଆଙ୍କ ଶିକାର ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସୁନୀଲ ନାରିନ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ନାଇଟ୍‌ ରାଇଡର୍ସ ପାଇଁ ଖରାପ ସୂଚନା ଦେଇଥିଲା। ଅଧିନାୟକ ଇଅନ ମୋର୍ଗାନ କ୍ରିଜ୍‌ରେ ଯୋଗଦେଇ ଉନ୍ନତ ରନ୍‌ହାର ସହ ଇନିଂସକୁ ଆଗେଇ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ୪ ବଲ୍‌ ବ୍ୟବଧାନରେ ସେଟ୍‌ ବ୍ୟାଟ୍ସମ୍ୟାନ ରାହୁଲ ତ୍ରିପାଠୀ ଓ ବିଦାୟୀ ଅଧିନାୟକ ଦୀନେଶ କାର୍ତ୍ତିକ ଆଉଟ ହେବାରୁ କୋଲକାତା ଅଗ୍ରଗତିରେ ବାଧା ସୃଷ୍ଟି ହୋଇଥିଲା। ତ୍ରିପାଠୀ ୩୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୩୯ ରନ କରିଥିବାବେଳେ କାର୍ତ୍ତିକ ଖାତାଖୋଲିପାରି ନ ଥିଲେ। ଫଳରେ ୧୨.୩ ଓଭର ବେଳକୁ ସ୍କୋର ୯୯/୫ ହୋଇ ଯାଇଥିଲା। ମୋର୍ଗାନ କିନ୍ତୁ ଖେଳିଥିଲେ ଅଧିନାୟକ ଇନିଂସ। ସେ ୩୫ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୬ ଛକା ସହାୟତାରେ ୬୮ ରନରେ ଅପରାଜିତ ରହି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନରେ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ। ଫର୍ମରେ ନ ଥିବା ଆନ୍ଦ୍ରେ ରସେଲ ୧୧ ବଲ୍‌ରୁ ୨୫(୧ ଚୌକା, ୩ ଛକା) ଏବଂ ପ୍ୟାଟ୍‌ କୁମିନ୍ସ ୧୧ ବଲ୍‌ରୁ ୧୫ ରନର ମୂଲ୍ୟବାନ ଇନିଂସ ଖେଳିଥିଲେ। ମୋର୍ଗାନ ରସେଲଙ୍କ ସହ ୬ଷ୍ଠ ଉଇକେଟରେ ୪୫ ଓ କୁମିନ୍ସଙ୍କ ସହ ୭ମ ଉଇକେଟରେ ୪୦ ରନର ଭାଗୀଦାରି ଗଢ଼ିଥିଲେ। ରୟାଲ୍ସ ପକ୍ଷରୁ ରାହୁଲ ଟଓ୍ବୋଟିଆ ୩ଟି, କାର୍ତ୍ତିକ ତ୍ୟାଗୀ ୨ଟି ଏବଂ ଆର୍ଚର ଓ ଶ୍ରେୟାସ ଗୋପାଳ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଉନ୍ନତ ରନ ହାର ସହ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ରାଜସ୍ଥାନ ପ୍ରଥମ ବଲ୍‌ରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲା। ପ୍ୟାଟ୍‌ କୁମିନ୍ସ ବୋଲିଂ କରିଥିବା ଇନିଂସର ପ୍ରଥମ ବଲ୍‌କୁ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ ରବିନ ଉଥପ୍ପା। ମାତ୍ର କୁମିନ୍ସ ଘାତକ ବୋଲିଂ କରି ରୟାଲ୍ସ ଆଶାରେ ପାଣି ଭରି ଦେଇଥିଲେ। ଉଥପ୍ପା ୬, ବେନ୍‌ ଷ୍ଟୋକ୍ସ ୧୮, ଅଧିନାୟକ ଷ୍ଟିଭେନ ସ୍ମିଥ ୪, ସଞ୍ଜୁ ସାମସନ ୧ ଓ ରିୟାନ ପରାଗ ଖାତା ଖୋଲିବା ପୂର୍ବରୁ ଆଉଟ ହେବାରୁ ରୟାଲ୍ସ ସ୍କୋର ୫ ଓଭର ବେଳକୁ ୩୭/୫ ହୋଇ ଯାଇଥିଲା। ଏହା ମଧ୍ୟରୁ ୪ଟି ଉଇକେଟ କେବଳ କୁମିନ୍ସ ନେଇଥିଲେ। ଦଳର ଶେଷ ଆଶା ଜୋସ୍‌ ବଟଲର ୨୨ ବଲ୍‌ରୁ ୩୫(୪ ଚୌକା, ୧ ଛକା) ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ଆଉଟ ହେବାରୁ ରୟାଲ୍ସ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରାହୁଲ ଟଓ୍ବୋଟିଆ ଦ୍ରୁତ ୩୧ରନ(୨୭ ବଲ, ୨ ଚୌକା, ୧ ଛକା) କରିବାରୁ ରାଜସ୍ଥାନ ସ୍କୋର ୧୦୦ ରନ ଅତିକ୍ରମ କରିଥିଲା। ଶ୍ରେୟାସ ଗୋପାଳ ୨୩ ବଲ୍‌ରୁ ୨୩(୨ ଚୌକା) ରନରେ ଅପରାଜିତ ରହିବାରୁ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୧ ରନ କରି ପାରିଥିଲା। କୋଲକାତା ପକ୍ଷରୁ କୁମିନ୍ସ ୪ଟି, ବରୁଣ ଓ ଶିବମ ମାଭି ୨ଟି ଲେଖାଏ ଏବଂ କମଲେଶ ନାଗରକୋଟି ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୯୧/୭(ମୋର୍ଗାନ-୬୮*, ତ୍ରିପାଠୀ-୩୯, ଶୁବମନ-୩୬, ରସେଲ-୨୫, ଟଓ୍ବୋଟିଆ-୩/୨୫, ତ୍ୟାଗୀ-୨/୩୬, ଆର୍ଚର-୧/୧୯, ଗୋପାଳ-୧/୪୪)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୧/୯ (ବଟଲର-୩୫, ଟଓ୍ବୋଟିଆ-୩୧, କୁମିନ୍ସ-୪/୩୪, ବରୁଣ-୨/୨୦, ମାଭି-୨/୧୫, ନାଗରକୋଟି-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?