Posted inଖେଳ

ଆରସିବିକୁ ବଞ୍ଚାଇ ଦେଲେ ସିରାଜ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଆହୁରି କଷ୍ଟକର ହୋଇଥିଲା। କିନ୍ତୁ ଶେଷ ଭଲ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ ଅଧିନାୟକ ରିଷଭ ପନ୍ତ ଓ ଶିମରନ ହେଟମେୟାର। ଅନ୍ତିମ ଓଭରରେ ଦିଲ୍ଲୀକୁ ଦରକାର ଥିଲା ୧୪ ରନ୍‌। ମାତ୍ର ମହମ୍ମଦ ସିରାଜ ପ୍ରଥମ ୪ ବଲରେ ମାତ୍ର ୪ ରନ୍‌ ଦେଇଥିଲେ। ଏଣୁ ଅନ୍ତିମ ଦୁଇ ବଲରେ ଦିଲ୍ଲୀକୁ ୧୦ ରନ୍‌ର ଆବଶ୍ୟକତା ଥାଏ। କିନ୍ତୁ ରିଷଭ ପନ୍ତ ଦୁଇଟି ଚୌକା ମାରିବାକୁ ସକ୍ଷମ ହୋଇଥିଲେ। ଫଳରେ ମାତ୍ର ୧ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି ଆରସିବି।

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ଉଇକେଟ ହରାଇ ୧୭୧ ରନ୍‌ କରିପାରିଥିଲା। ଇନିଂସର ଅନ୍ତିମ ଓଭରରେ ମାର୍କସ ଷ୍ଟୋଇନିସଙ୍କୁ ୩ ଛକା ସହ ୨୩ ରନ୍‌ କରିଥିଲେ ଏବି ଡି’ ଭିଲର୍ସ। ତାହା ସାଜିଥିଲା ନିର୍ଣ୍ଣାୟକ। ମିଃ. ୩୬୦ ଡିଗ୍ରୀ ୪୨ ବଲରେ ଖେଳିଥିଲେ ବିସ୍ପୋରକ ୭୫ ରନ୍‌ର ଇନିଂସ। ପାଳିରେ ସାମିଲ ଥିଲା ୩ ଚୌକା ଓ ୫ ଛକା। ତାଙ୍କ ବ୍ୟତୀତ ରଜତ ପାଟିଦାର ୩୧ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୨୫ ରନ୍‌ କରିଥିଲେ। ଜବାବରେ ୪୭ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଦିଲ୍ଲୀ। କିନ୍ତୁ ଆଶା ଛାଡ଼ି ନ ଥିଲେ ଅଧିନାୟ ପନ୍ତ (୫୮ ରନ୍‌, ୬ ଚୌକା) ଓ ହେଟମେୟାର (୫୩ ରନ୍‌, ୨ ଚୌକା ଓ ୪ ଛକା)। ହେଲେ ଦଳ ବିଜୟ ଲକ୍ଷ୍ୟଠାରୁ ମାତ୍ର ୨ ରନ୍‌ ଦୂରରେ ରହିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri