ଶ୍ରଦ୍ଧାଳୁଙ୍କ ଗହଳି, ହେଲାନି ଦିବାପହଡ଼

ଘଟଗାଁ,୧୪ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ  ମା’ତାରିଣୀଙ୍କ ପୀଠରେ ଚଇତି ପର୍ବର ଷଷ୍ଠ ଦିବସ ଅବସରରେ ବିଶେଷକରି ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିରେ ପୀଠ ଭକ୍ତମୟ ହୋଇଉଠିଥିଲା। ସକାଳ ୫ଟାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଲମ୍ବାଧାଡ଼ିରେ ମା’ଙ୍କ ଦର୍ଶନ କରିଥିଲେ। ଭକ୍ତଙ୍କ ଭିଡ଼ ଦେଖି ମା’ଙ୍କ ଦିବା ପହଡ଼ ପଡ଼ି ନ ଥିଲା।
ଶୁକ୍ରବାର ଭୋର ୪ଟାରୁ ମା’ଙ୍କ ସମସ୍ତ ନୀତିକାନ୍ତି ପରେ ସୁନାବେଶ କରାଯାଇଥିଲା। ୫ ଟାରୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଗୁରୁବାର ରାତିରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ଙ୍କ ସୁନାବେଶ ଦେଖିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଭୋଗଡାଲା ଧାଡ଼ି ୮ଟି ଓ ସାଧାରଣ ଦର୍ଶନ ପାଇଁ ୨ ଟି ଧାଡ଼ିର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ନିକଟରେ ପଣାଭୋଗ ଲାଗିବା ପରେ ପଣା ବଣ୍ଟନ କରାଯାଇଥିଲା। ଭକ୍ତମାନଙ୍କ ଟ୍ରଷ୍ଟ ବୋର୍ଡ, କେନ୍ଦୁଝର ଯାଦବ ମହାସଭା, ଜଗତଜନନୀ, କେନ୍ଦୁଝର ସେବା ସମିତି ଓ ଝାରସୁଗୁଡ଼ା ସନ୍ଧ୍ୟାରାଣୀ ପୃଷ୍ଟିଙ୍କ ସୌଜନ୍ୟରୁ ଭକ୍ତମାନଙ୍କୁ ପଣାପାଣି ଓ ମାଗଣା ଅନ୍ନପ୍ରସାଦ ବିତରଣ କରାଯାଇଥିଲା। ସାଂସ୍କୃତିକ ମଣ୍ଡପରେ ଅଖଣ୍ଡ ଭଜନ ସମାରୋହରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଯୋଗଦେଇ ଭଜନ ପରିବେଷଣ କରିଥିଲେ। ୮୭ତମ ଚଇତିପର୍ବ ୬ଷ୍ଠ ଦିନ ସଭାରେ ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି ପାଲାମଣ୍ଡପଠାରେ ପ୍ରବଚନ ପ୍ରଦାନ କରିଥିଲେ। ପରେ ବାଦୀପାଲା ଗାୟକ ନୃସିଂହ ଚରଣ ହୋତା ଓ ଭାସ୍କର ଚନ୍ଦ୍ର ସାହୁ ପାଲା ପରିବେଷଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଜିଲା ପ୍ରଶାସନ ୧୦୦ରୁ ଊର୍ଦ୍ଧ୍ୱ କନଷ୍ଟେବଲ, ୫୦ ହୋମ୍‌ଗାର୍ଡ, ୧୦ ଇନ୍ସପେକ୍ଟର, ୨୦ ସବ୍‌ଇନ୍ସପେକ୍ଟର ସହିତ ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଘଟଗଁା ଏସ୍‌ଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରିଣୀ ପ୍ରତିଭା ମଞ୍ଜରୀ ସାହୁ, ତହସିଲଦାର ଜନକ ନାୟକ ଉପସ୍ଥିତ ଥିଲେ। ଦେବୋତ୍ତର ବିଭାଗର ଡେପୁଟି କମିଶନର ପ୍ରଶାନ୍ତ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟାରେ ମା’ଙ୍କ ପ୍ରିୟଭୋଗ ଚକୁଳିପିଠା ଭକ୍ତମାନଙ୍କୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri