ଏଣିକି ଷ୍ଟିଲସିଟିରେ ମିଳିବ ତଟକା ପରିବା

ରାଉରକେଲା ଅଫିସ,୮।୫: ସୁନ୍ଦରଗଡ଼ ଜିଲା ଲାଠିକଟା, କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ଆଦି ବ୍ଲକର ପରିବା ଚାଷ କରୁଥିବା ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ଦୂର ହେବ। ଷ୍ଟିଲସିଟି ରାଉରକେଲା ସହରରେ ବର୍ଷଯାକ ତଟକା ପନିପରିବା ଉପଲବ୍ଧ ହେବ। ଚାଷୀଙ୍କ ବଳକା ପରିବା ଆଉ ଫିଙ୍ଗା ଫୋପଡା ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଉରକେଲାରେ ୮କୋଟି ଟଙ୍କା ବ୍ୟୟରେ ୩୦ ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।
୨୦୧୧ରେ ଅନ୍ତର୍ଜାତୀୟ ବ୍ଲୁମବର୍ଗ ମେୟର ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ୧୫ଟି ସହର ମଧ୍ୟରୁ ଏ ତାଲିକାରେ ରାଉରକେଲା ସ୍ଥାନ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୨୨ରେ ଫଳାଫଳ ଘୋଷଣା ହୋଇଥିଲା ଏବଂ ରାଉରକେଲା ସହରରେ ୪ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ୮କୋଟି ଟଙ୍କା ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ମାଧ୍ୟମରେ ଅନୁମୋଦନ ହୋଇଥିଲା। ସ୍ଥାନୀୟ ପରିବା ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଏପ୍ରକାର ଉଦ୍ୟମ ଆରମ୍ଭ ହୋଇଥିଲା। ପୂର୍ବରୁ କୁଆଁରମୁଣ୍ଡା, ଲାଠିକଟା, ନୂଆଗଁା ଓ ବିଶ୍ରା ବ୍ଲକରୁ ମହିଳା ଚାଷୀମାନେ ପନିପରିବା ଧରି ରାଉରକେଲା ସହରକୁ ଆସୁଥିଲେ ଏବଂ ଅଭାବୀ ବିକ୍ରିର ଶିକାର ହୋଇ ଆର୍ଥତ୍କ କ୍ଷତି ସହୁଥିଲେ। ବିପୁଳ ପରିମାଣର ତଟକା ପନିପରିବା ନଷ୍ଟ ମଧ୍ୟ ହେଉଥିଲା। ତେଣୁ ପରିବା କିଭଳି ନଷ୍ଟ ନ ହେବ ସେଥିପାଇଁ ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଚାଲିଥିବା ଶୀତଳଭଣ୍ଡାର ନିର୍ମାଣ କାମ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ଛେଣ୍ଡ୍‌ଠାରେ ନିର୍ମାଣ କାର୍ଯ୍ୟ ଚାଲିଛି। ଯଥାଶୀଘ୍ର ଆମ୍ବାଗାନ ଓ ପାନପୋଷ ମାର୍କେଟରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏ ନେଇ ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ୪ଟି ଶୀତଳଭଣ୍ଡାର ନିର୍ମାଣ ନିମନ୍ତେ ୮କୋଟି ଟଙ୍କା ଅନୁମୋଦନ ହୋଇଛି। ରାଉରକେଲା ଟ୍ରାଫିକ୍‌ ଗେଟ ମାର୍କେଟରେ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଛେଣ୍ଡରେ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଆମ୍ବାଗାନ ଓ ପାନପୋଷ ମାର୍କେଟରେ ଏହା ଆରମ୍ଭ ହେବ ବୋଲି ସେ କହିଥିଲେ। ସେହିପରି ରାଉରକେଲା ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା କହିଛନ୍ତି, ଏହିସବୁ ଶୀତଳ ଭଣ୍ଡାର ୩୦ ମେଟ୍ରିକ ଟନ୍‌ ବିଶିଷ୍ଟ ଅଟେ। ତେଣୁ ପରିବା ଖରାରେ ନଷ୍ଟ ହେବନାହିଁ। ପୂର୍ବରୁ ଚାଷୀ ଶସ୍ତାରେ ପରିବା ବିକ୍ରି କରୁଥିଲେ, ତାହା ଆଉ ହେବନାହିଁ। ପରିବା ଚାଷ କରୁଥିବା ୪ଟି ବ୍ଲକର ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଗୋଷ୍ଠୀଙ୍କ ପାଇଁ ଏହି ଶୀତଳଭଣ୍ଡାର ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri