Posted inଖେଳ

ସ୍ମିଥ୍‌-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍‌

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ପୁଣି ଏକ ଶତକ ନିଜ ନାମରେ କରିଛନ୍ତି। ଭାରତ ଦେଇଥିବା ଟାର୍ଗେଟର ପିଛା କରି ରୁଟ୍‌ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ବିଶ୍ୱର ଶୀର୍ଷ ଖେଳାଳି ପାଲଟିଛନ୍ତି।

ରୁଟ୍‌ ୧୩୬ ବଲ୍‌ରେ ଶତକ ମାରିଥିଲେ। ଏପରିକି ମ୍ୟାଚ୍‌ରେ ସେ ୧୭୩ ବଲ୍‌ରେ ଅପରାଜିତ ୧୪୨ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୯ ଚୌକା ଏବଂ ୧ ଛକା ଥିଲା। ନିଜର ଉଲ୍ଲେଖନୀୟ ପ୍ରଦର୍ଶନରେ ରୁଟ୍‌ ଭାରତୀୟ ବୋଲରଙ୍କୁ ଘାଇଲା କରିବା ସହ ଇଂଲଣ୍ଡକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଟେଷ୍ଟ କ୍ରିକେଟରେ ବର୍ତ୍ତମାନର ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ(ଫାବ୍‌୍‌-୪) ତାଲିକାରେ ରୁଟ୍‌ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଏବଂ ଫର୍ମରେ ନ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।

୧-ଜୋ ରୁଟ୍‌- ୨୮ ଟେଷ୍ଟ ଶତକ
୨-ଷ୍ଟିଭ୍‌ ସ୍ମିଥ୍‌-୨୭ ଟେଷ୍ଟ ଶତକ
୩-ବିରାଟ କୋହଲି-୨୭ ଟେଷ୍ଟ ଶତକ
୪-କେନ୍‌ ଓ୍ବିଲିୟମସନ-୨୪ ଟେଷ୍ଟ ଶତକ


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ୟୁପିରେ ଆରମ୍ଭ ହୋଇପାରେ ଅନଲାଇନ କ୍ଲାସ ଓ ୱାର୍କ ଫ୍ରମ ହୋମ୍‌! ଆକ୍ସନରେ ଯୋଗୀ ସରକାର

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ଦିନ ‘୫ କାଳିଦାସ ମାର୍ଗ ’ ସ୍ଥିତ ନିଜ ସରକାରୀ ବାସଭବନରେ ଅଧିକାରୀମାନଙ୍କ…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri