Posted inଖେଳ

ସ୍ମିଥ୍‌-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍‌

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ପୁଣି ଏକ ଶତକ ନିଜ ନାମରେ କରିଛନ୍ତି। ଭାରତ ଦେଇଥିବା ଟାର୍ଗେଟର ପିଛା କରି ରୁଟ୍‌ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ବିଶ୍ୱର ଶୀର୍ଷ ଖେଳାଳି ପାଲଟିଛନ୍ତି।

ରୁଟ୍‌ ୧୩୬ ବଲ୍‌ରେ ଶତକ ମାରିଥିଲେ। ଏପରିକି ମ୍ୟାଚ୍‌ରେ ସେ ୧୭୩ ବଲ୍‌ରେ ଅପରାଜିତ ୧୪୨ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୯ ଚୌକା ଏବଂ ୧ ଛକା ଥିଲା। ନିଜର ଉଲ୍ଲେଖନୀୟ ପ୍ରଦର୍ଶନରେ ରୁଟ୍‌ ଭାରତୀୟ ବୋଲରଙ୍କୁ ଘାଇଲା କରିବା ସହ ଇଂଲଣ୍ଡକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଟେଷ୍ଟ କ୍ରିକେଟରେ ବର୍ତ୍ତମାନର ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ(ଫାବ୍‌୍‌-୪) ତାଲିକାରେ ରୁଟ୍‌ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଏବଂ ଫର୍ମରେ ନ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।

୧-ଜୋ ରୁଟ୍‌- ୨୮ ଟେଷ୍ଟ ଶତକ
୨-ଷ୍ଟିଭ୍‌ ସ୍ମିଥ୍‌-୨୭ ଟେଷ୍ଟ ଶତକ
୩-ବିରାଟ କୋହଲି-୨୭ ଟେଷ୍ଟ ଶତକ
୪-କେନ୍‌ ଓ୍ବିଲିୟମସନ-୨୪ ଟେଷ୍ଟ ଶତକ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ପରେ ‘ସଫ୍ଟ ସିଗ୍‌ନାଲ୍‌’କୁ ନେଇ ରାଗିଯାଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ତୃତୀୟ ଅମ୍ପାୟାରଙ୍କ ଏକାଧିକ ଭୁଲ ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ବିଶେଷକରି ଭଲ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କ...

ପଞ୍ଜାବ, ଦିଲ୍ଲୀର ବୃହତ୍‌ ବିଜୟ

ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍‌...

ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର

ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା...

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି...

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର...

ସାହାଣୀ କପ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କଟକକୁ ହରାଇ ସୁନ୍ଦରଗଡ଼ ଚାମ୍ପିୟନ

ସୁନ୍ଦରଗଡ଼, ୧୪।୨: ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ୬୧ତମ ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ରବିବାର ଫାଇନାଲ ଖେଳରେ ସୁନ୍ଦରଗଡ ଦଳ...

ଟାଇଟଲ ବଜାୟ ରଖିଲା ଭାରତ

ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ଫାଇନାଲରେ ଦଳ ୪୨-୩୨ରେ...

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ

ମେଲବୋର୍ନ, ୧୦ା୫: ଭାରତୀୟ କ୍ରିକେଟ ଟିମ୍‌ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆଇସିସି ଟି୨୦ ବିଶ୍ୱକପ୍‌...

Advertisement
Archives

Model This Week