Posted inଖେଳ

ଆଉଟ୍‌ ହେଲେ ନାହିଁ ରୁଟ୍‌; ୨୪ ରନ୍‌ରେ ଆଗୁଆ ଇଂଲଣ୍ଡ

ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍‌ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍‌ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍‌ର ଅଗ୍ରଣୀ। ରୁଟ୍‌ଙ୍କ ୧୮୦ ରନ୍‌ ଅପରାଜିତ ପାଳି ବଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ଭାରତ ତା’ର ପ୍ରଥମ ଇନିଂସରେ ୩୬୪ ରନ୍‌ କରିଥିଲା।

ପୂର୍ବ ଦିନର ସ୍କୋର (୧୧୯/୩)ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ରୁଟ୍‌ ଓ ଜନ୍ନି ବେଆରଷ୍ଟୋ (୫୭)ଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ଖୁବ୍‌ ହଇରାଣ କରିଥିଲେ। ଦୁହେଁ ୪ର୍ଥ ଉଇକେଟ ପାଇଁ ଯୋଡ଼ି ଥିଲେ ୧୨୧ ରନ୍‌। ତା’ ପରେ ରୁଟ୍‌ ଗୋଟିଏ ପକ୍ଷ ସମ୍ଭାଳି ରଖିଥିବା ବେଳେ ଅନ୍ୟ ପଟେ କାହାକୁ ରଖେଇ ଦେଇ ନ ଥିଲେ ଭାରତୀୟ ବୋଲର। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ ୩୯୧ ରନ୍‌ରେ ଶେଷ ହୋଇଥିଲା। ରୁଟ୍‌ଙ୍କ ୧୮୦ ରନ୍‌ର ପାଳିରେ ସାମିଲ ଥିଲା ୧୮ ଚୌକା। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ତମ ଶତକ। ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ୪ ଉଇକେଟ ହାତେଇ ଥିଲେ ମହମ୍ମଦ ସିରାଜ। ତାଙ୍କ ଛଡ଼ା ଈଶାନ୍ତ ଶର୍ମା ୩ ଓ ମହମ୍ମଦ ଶାମି ୨ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri