Posted inଖେଳ

ଆଉଟ୍‌ ହେଲେ ନାହିଁ ରୁଟ୍‌; ୨୪ ରନ୍‌ରେ ଆଗୁଆ ଇଂଲଣ୍ଡ

ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍‌ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍‌ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍‌ର ଅଗ୍ରଣୀ। ରୁଟ୍‌ଙ୍କ ୧୮୦ ରନ୍‌ ଅପରାଜିତ ପାଳି ବଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ଭାରତ ତା’ର ପ୍ରଥମ ଇନିଂସରେ ୩୬୪ ରନ୍‌ କରିଥିଲା।

ପୂର୍ବ ଦିନର ସ୍କୋର (୧୧୯/୩)ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ରୁଟ୍‌ ଓ ଜନ୍ନି ବେଆରଷ୍ଟୋ (୫୭)ଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ଖୁବ୍‌ ହଇରାଣ କରିଥିଲେ। ଦୁହେଁ ୪ର୍ଥ ଉଇକେଟ ପାଇଁ ଯୋଡ଼ି ଥିଲେ ୧୨୧ ରନ୍‌। ତା’ ପରେ ରୁଟ୍‌ ଗୋଟିଏ ପକ୍ଷ ସମ୍ଭାଳି ରଖିଥିବା ବେଳେ ଅନ୍ୟ ପଟେ କାହାକୁ ରଖେଇ ଦେଇ ନ ଥିଲେ ଭାରତୀୟ ବୋଲର। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ ୩୯୧ ରନ୍‌ରେ ଶେଷ ହୋଇଥିଲା। ରୁଟ୍‌ଙ୍କ ୧୮୦ ରନ୍‌ର ପାଳିରେ ସାମିଲ ଥିଲା ୧୮ ଚୌକା। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ତମ ଶତକ। ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ୪ ଉଇକେଟ ହାତେଇ ଥିଲେ ମହମ୍ମଦ ସିରାଜ। ତାଙ୍କ ଛଡ଼ା ଈଶାନ୍ତ ଶର୍ମା ୩ ଓ ମହମ୍ମଦ ଶାମି ୨ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri