Posted inଖେଳ

ୟୁଟ୍ୟୁବ୍‌ରେ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୨୩ା୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶ୍ୱ ଫୁଟ୍‌ବଲ୍‌ର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଥର ଖେଳରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ। ସେ ବୁଧବାର ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିବା ବେଳେ କିଛି ଘଣ୍ଟା ମଧ୍ୟରେ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର୍‌ କରିଥିଲା। ଏତେ କମ୍‌ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବ୍‌ସ୍କ୍ରାଇବର ସଂଖ୍ୟା ୧୦ ମିଲିୟନ ପାର୍‌ କରିବା ବିଶ୍ୱରେ ପ୍ରଥମ ଘଟଣା।
ରୋନାଲ୍ଡୋ ୟୁଟ୍ୟୁବରେ ତାଙ୍କ ଚ୍ୟାନେଲର ନଁା ୟୋର. କ୍ରିଷ୍ଟିଆନୋ (ur.christiano) ରଖିଛନ୍ତି। ଏହାକୁ ଖୋଲିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନ ଛୁଇଁଥିଲା। ୨୪ ଘଣ୍ଟା ନ ପୂରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଗୁରୁବାର ରାତି ୯ଟା ସୁଦ୍ଧା ଏହା ୨୧.୯ ମିଲିୟନ (୨.୧୯ କୋଟି) ଟପିଥିଲା। କିନ୍ତୁ ୟୁଟ୍ୟୁବ୍‌ ପକ୍ଷରୁ ୨୪ ଘଣ୍ଟାରେ ହିଁ ତାଙ୍କୁ ଗୋଲ୍ଡେନ ବଟନ ମିଳିଯାଇଛି।
ଗୋଲ ଡଟ୍‌ କମ୍‌ (goal.com)ର ରିପୋର୍ଟ ଅନୁସାରେ, ରୋନାଲ୍ଡୋ ୟୁଟ୍ୟୁବ୍‌ ସବ୍‌ସ୍କ୍ରାଇବଙ୍କ ସଂଖ୍ୟାରେ ହାମଷ୍ଟେର କୋମବାତ୍‌ଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ହାମଷ୍ଟେର୍‌ ୟୁଟ୍ୟୁବ୍‌ରେ ଏକ ଭିଡିଓ ଗେମ୍‌ ଚ୍ୟାନେଲ ଖୋଲିଥିଲେ। ଏହି ଚ୍ୟାନେଲ ୧୦ ମିଲିୟନ ସବ୍‌ସ୍କ୍ରାଇବ୍‌ର ପାଇବାକୁ ୭ଦିନ ଲାଗିଥିଲା। ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୩୯ ବର୍ଷୀୟ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାବିତ୍‌। ଅନ୍ୟତମ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ତାଙ୍କର ଅନୁଗାମୀ ବା ଫଲୋୟର୍ସଙ୍କ ସଂଖ୍ୟା ୧୧୨.୬ ମିଲିୟନ ରହିଥିବା ବେଳେ ଫେସ୍‌ବୁକ୍‌ରେ ୧୭୦ ମିଲିୟନ ଓ ଇନ୍‌ଷ୍ଟାଗ୍ରାମରେ ୬୩୬ ମିଲିୟନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

ମମତାଙ୍କ ଖେଳକୁ ବିଗାଡ଼ିଦେଲା ଏହି ୫ କାରଣ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ୧୮୮ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୯୯ଟି…

ଖାତାକୁ ଗଲା ସୁଭଦ୍ରା ଟଙ୍କା: ଏବେ କରନ୍ତୁ ଚେକ୍‌…

ଭୁବନେଶ୍ୱର,୪।୫: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ୩ୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିଲା ଟଙ୍କା। ୬୧ କୋଟିରୁ ଊର୍ଦ୍ଧ୍ବ…

ସାମାନ୍ୟ ବର୍ଷାରେ ପୋଖରୀ ପାଲଟୁଛି ଗୁଡ଼ାରି ସହର 

ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ…

ଅମାନତ ହରାଇବ TMC? ମ୍ୟାଜିକ ନମ୍ବର ପାର କଲା ଭାଜପା

କୋଲକାତା,୪।୫: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ଭାରତୀୟ ଜନତା ପାର୍ଟି (ଭାଜପା) ଭୋଟରେ ବହୁମତ ହାସଲ କରୁଥିବା ପରି ମନେ ହେଉଛି। ସକାଳ ୧୦ଟା ସୁଦ୍ଧା, ଭାଜପା…

ସହିପାରିଲେନି…. ଚେନ୍ନାଇ DMK ମୁଖ୍ୟାଳୟରେ ଭୋଭୋ ହୋଇ କାନ୍ଦିଲେ ଷ୍ଟାଲିନଙ୍କ ସମର୍ଥକ, ତମ୍ବୁ ମଧ୍ୟ ଭାଙ୍ଗିଲେ

ଚେନ୍ନାଇ,୪।୫: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବା ସହିତ, ତାମିଲନାଡୁରେ ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତା ହେଉଥିବା ପରି ମନେ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri