Posted inଖେଳ

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍‌ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜର୍ଜିନା ଯାଆଁଳା ସନ୍ତାନ ପ୍ରସବ ସମୟରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ଘଟିଛି। ତାଙ୍କ ଝିଅ ସୁରକ୍ଷିତ ଅଛନ୍ତି। ଏହି ଖବର ଜଣାଇବାପରେ ପ୍ରଶଂସକଙ୍କ ସହ ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କର ଦୀର୍ଘ ଦିନର ସାଥୀ ଜର୍ଜିନା ରୋଡ୍ରିଗେଜ ଟୁଇଟର୍‌ରେ ଶେୟାର କରିଥିବା ଏକ ପୋଷ୍ଟରେ କହିଛନ୍ତି, ଆମ ପୁଅର ମୃତ୍ୟୁ ଖବର ଘୋଷଣା କରିବା ଅତ୍ୟନ୍ତ ଦୁଃଖର ବିଷୟ। ଏହା କେତେ ଯନ୍ତ୍ରଣାଦାୟକ ତାହା ଯେକୌଣସି ମାତାପିତାଙ୍କ ଅନୁଭବ କରିପାରୁଥିବେ। ଏବେ କେବଳ ଝିଅକୁ ଦେଖି ଆମେ କିଛି ସମୟ ଖୁସିରେ ବିତାଇ ପାରିବୁ। ଶିଶୁର ସମସ୍ତ ଯତ୍ନ ଏବଂ ସହାୟତା ପାଇଁ ସେ ଚିକିତ୍ସିତ ହେଉଥିବା ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ୍‌। ଏହି ସମୟରେ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ରୋନାଲଡୋ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ କ୍ରିଷ୍ଟିଆନୋ ରୋନାଲଡୋ ଯାଆଁଳା ଶିଶୁଙ୍କ ପିତା ହେବାକୁ ଯାଉଥିବା କଥା ପ୍ରଶଂସକଙ୍କ ସହ ଶେୟାର କରିଥିଲେ। ରୋନାଲଡୋଙ୍କର ପୂର୍ବରୁ ୪ ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ...

ମେସୁଟ୍‌ ଓଜିଲଙ୍କ ଅବସର

ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍‌ ଓଜିଲ୍‌ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର...

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ଇଷ୍ଟ ବେଙ୍ଗଲ

ମାର୍ଗାଓ,୧୦।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ...

ମା’ଙ୍କ ଫୋନ୍‌ କଲ୍‌ ବଦଳାଇ ଦେଲା ଏହି କ୍ରିକେଟର୍‌ଙ୍କ ଜୀବନ

ବ୍ରିସ୍‌ବେନ୍‌,୧୮।୧: ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ୫ ଉଇକେଟ ନେଇ ଅନେକ ରେକର୍ଡ କରିଛନ୍ତି। ଦଳର ଅଗ୍ରଣୀ ବୋଲରଙ୍କ ଅନୁପସ୍ଥିତିରେ, ସିରାଜ ଯେପରି...

ଟ୍ରଟ୍‌ ଇଂଲଣ୍ଡ ବ୍ୟାଟିଂ କୋଚ୍‌

ଲଣ୍ଡନ,୩।୮(ପି.ଟି.): ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ୩...

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ...

କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ, ୬୫ ରନ୍‌ରେ ହାରିଲା…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ମ୍ୟାଚ୍‌ରେ କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ...

କୋହଲିଙ୍କ ଡୁପ୍ଲିକେଟ୍‌ ହଲିଉଡ୍‌ ଷ୍ଟାର

ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ...

Advertisement
Archives

Model This Week