Posted inଖେଳ

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍‌ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜର୍ଜିନା ଯାଆଁଳା ସନ୍ତାନ ପ୍ରସବ ସମୟରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ଘଟିଛି। ତାଙ୍କ ଝିଅ ସୁରକ୍ଷିତ ଅଛନ୍ତି। ଏହି ଖବର ଜଣାଇବାପରେ ପ୍ରଶଂସକଙ୍କ ସହ ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କର ଦୀର୍ଘ ଦିନର ସାଥୀ ଜର୍ଜିନା ରୋଡ୍ରିଗେଜ ଟୁଇଟର୍‌ରେ ଶେୟାର କରିଥିବା ଏକ ପୋଷ୍ଟରେ କହିଛନ୍ତି, ଆମ ପୁଅର ମୃତ୍ୟୁ ଖବର ଘୋଷଣା କରିବା ଅତ୍ୟନ୍ତ ଦୁଃଖର ବିଷୟ। ଏହା କେତେ ଯନ୍ତ୍ରଣାଦାୟକ ତାହା ଯେକୌଣସି ମାତାପିତାଙ୍କ ଅନୁଭବ କରିପାରୁଥିବେ। ଏବେ କେବଳ ଝିଅକୁ ଦେଖି ଆମେ କିଛି ସମୟ ଖୁସିରେ ବିତାଇ ପାରିବୁ। ଶିଶୁର ସମସ୍ତ ଯତ୍ନ ଏବଂ ସହାୟତା ପାଇଁ ସେ ଚିକିତ୍ସିତ ହେଉଥିବା ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ୍‌। ଏହି ସମୟରେ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ରୋନାଲଡୋ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ କ୍ରିଷ୍ଟିଆନୋ ରୋନାଲଡୋ ଯାଆଁଳା ଶିଶୁଙ୍କ ପିତା ହେବାକୁ ଯାଉଥିବା କଥା ପ୍ରଶଂସକଙ୍କ ସହ ଶେୟାର କରିଥିଲେ। ରୋନାଲଡୋଙ୍କର ପୂର୍ବରୁ ୪ ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?