ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା ଦେଖାଦେଉଛି। କେତେକଙ୍କଠାରେ ସ୍ମରଣ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହେଉଛି। ସେହିପରି କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଥିବା ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ଦେଖାଦେଉଥିବା ନେଇ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ମିଆମି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କରୋନା ଭୂତାଣୁ ପୁରୁଷଙ୍କ ଗୁପ୍ତାଙ୍ଗକୁ ସଂକ୍ରମିତ କରୁଛି। ଏପ୍ରକାର ସମସ୍ୟାକୁ ଇରେକ୍ଟାଇଲ୍‌ ଡିସଫଙ୍କଶନ୍‌ କୁହାଯାଉଛି। କରୋନା ଭୂତାଣୁ ଗୁପ୍ତାଙ୍ଗର ଇରେକ୍ଟାଇଲ୍‌ କୋଷିକାକୁ ନଷ୍ଟ କରିବା ଆରମ୍ଭ କରୁଛି। ଫଳରେ ଏହି ସମସ୍ୟା ସୃଷ୍ଟି ହେଉଛି। ଏହାଯୋଗୁ ପୁରୁଷମାନେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅକ୍ଷମ ହେଉଛନ୍ତିି। ଗବେଷକ କରୋନାରୁ ସୁସ୍ଥ ହୋଇଥିବା ପୁରୁଷଙ୍କ ଗୁପ୍ତାଙ୍ଗ ସ୍କାନ୍‌ କରି ଏହା ଜାଣିପାରିଛନ୍ତି। କରୋନାରୁ ସୁସ୍ଥ ହେବାର ୬ ମାସ ପରେ ସେମାନଙ୍କର ସ୍କାନିଂ କରାଯାଇଥିଲା। ଇରେକ୍ଟାଇଲ୍‌ କୋଷିକାରେ କରୋନା ଭୂତାଣୁ ରହିଥିବା ଗବେଷକ ଜାଣିପାରିଥିଲେ। ଏହା ଯୋଗୁ ପୁରୁଷଙ୍କ ଯୌନ କ୍ଷମତା ହ୍ରାସ ପାଉଥିବା ବୈଜ୍ଞାନିକ ଡ.ରଞ୍ଜିତ୍‌ ରାମାସାମୀ ସୂଚନା ଦେଇଛନ୍ତି। ସେହିପରି ରୋମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନାରୁ ସୁସ୍ଥ ହୋଇଥିବା ୧୦୦ ଜଣ ପୁରୁଷଙ୍କ ସନ୍ତାନ ଉତ୍ପାଦନ କ୍ଷମତା ଯାଞ୍ଚ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତ ପୁରୁଷଙ୍କଠାରେ ଇରେକ୍ଟାଇଲ୍‌ ଡିସଫଙ୍କଶନ୍‌ ସମସ୍ୟା ଦେଖାଯାଇଥିଲା। କରୋନା ଭୂତାଣୁ ଏଣ୍ଡୋଥିଲିୟମ୍‌କୁ କ୍ଷତି ପହଞ୍ଚାଇଥାଏ ବୋଲି ଗବେଷକ କହିଛନ୍ତି। ସେହିପରି ଶାରୀରିକ ସମ୍ପର୍କ ରକ୍ଷା ଲାଗି ମନରେ ଆବେଗ ସୃଷ୍ଟି କରୁଥିବା ଓଷ୍ଟ୍ରୋଜେନ୍‌ ଏବଂ ଟେଷ୍ଟୋଷ୍ଟେରୋନ୍‌ ହରମୋନ୍‌ର କ୍ଷରଣକୁ କରୋନା ଭୂତାଣୁ ପ୍ରଭାବିତ କରୁଛି। ଫଳରେ ପୁରୁଷଙ୍କ ଯୌନ ଆବେଗ କମୁଥିବା ଗବେଷକ ପ୍ରକାଶ କରିଛନ୍ତି। ଏହି ଦୁଇ ହରମୋନ୍‌ ହାର୍ଟର ସ୍ବାଭାବିକ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ତେଣୁ ଏସବୁ ହରମୋନ୍‌ କ୍ଷରଣରେ ଅନିୟମିତତା ଦେଖାଦେଲେ ହାର୍ଟ ଆଟାକ୍‌ ଆଶଙ୍କା ବଢ଼ିଯାଇଥାଏ ବୋଲି ନ୍ୟୁୟର୍କ ସ୍ଥିତ ଇକାନ୍‌ ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ର ପ୍ରଫେସର ଶାନ୍ନା ଖାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?