ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି

ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ରୋହିତ ସେଟ୍ଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି । ବାୟୋପିକ ମାରିଆଙ୍କ ୨୦୨୦ର ସଂସ୍ମରଣ ଲେଟ ମି ସେ ଇଟ ନାମରେ ଆଧାରିତ ହେବ । ବାୟୋପିକ ପାଇଁ କାଷ୍ଟିଂ କରାଯାଉଛି ।
ବାୟୋପିକ ସମ୍ପର୍କରେ କଥା ହୋଇ ରୋହିତ ସେଟ୍ଟି କହିଛନ୍ତି, ରାକେଶ ମାରିଆ ସେହି ବ୍ୟକ୍ତି ଯେ ୩୬ ବର୍ଷ ପର୍ଯ୍ୟନ୍ତ ଆତଙ୍କ ଦେଖିଛନ୍ତି । ତାଙ୍କର ଅବିଶ୍ୱସନୀୟ ଯାତ୍ରା ୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରୁ ଆରମ୍ଭ କରି ଅଣ୍ଡରୱାର୍ଲଡଙ୍କ ବିପଦ ପର୍ଯ୍ୟନ୍ତ ରହିଛି । ରିୟଲ ଲାଇଫର ସୁପର ହିରୋଙ୍କ ବାହାଦୂରି ଓ ଲିଡରଶିପକୁ ପରଦାକୁ ଆଣିଥିବାରୁ ମୁଁ ସମ୍ମାନୀତ ବୋଧ କରୁଛି ବୋଲି ସେଟ୍ଟି କହିଛନ୍ତି ।
ଆଇପିଏସ୍ ମାରିଆ ୧୯୮୧ ବ୍ୟାଚର ସିଭିଲ ସର୍ଭିସ ପରୀକ୍ଷା ପାସ କରିଥିଲେ । ୧୯୯୩ରେ ପୋଲିସ କମିଶନର ଭାବେ ସେ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାର ଯାଞ୍ଚ କରିଥିଲେ । ମାରିଆ ୨୦୦୩ ଗେଟ ୱେ ଅଫ୍ ଇଣ୍ଡିଆ ଓ ଜାବୋରି ବଜାର ବିସ୍ଫୋରଣର ବି ଯାଞ୍ଚ କରିଥିଲେ ।
ଦେଶର ଆର୍ଥିକ ରାଜଧାନୀରେ ହୋଇଥିବା ୨୬/୧୧ ଆକ୍ରମଣର ଯାଞ୍ଚ ବି ତାଙ୍କୁ ଦିଆଯାଇ ଥିଲା । ମାରିଆ ଜୀବିତ ଭାବେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ବି ପଚରା ଉଚରା କରିଥିଲେ ଓ ମାମଲାକୁ ସଫଳତା ପୂର୍ଣ୍ଣ ଯାଞ୍ଚ କରିଥିଲେ ।
ବାୟୋପିକକୁ ନେଇ ମାରିଆ କହିଛନ୍ତି ଯାତ୍ରାକୁ ପୁଣିଥରେ ଜୀବିତ କରିବା ରୋମାଞ୍ଚକର ଅନୁଭୁତି ହେବ । ରୋହିତ ସେଟ୍ଟିଙ୍କ ଭଳି ଜଣେ ଆଗଧାଡିର ନିର୍ଦ୍ଦେଶକ ମୋର ବାୟୋପିକ ନିର୍ମାଣ କରୁଛନ୍ତି ଏହା ମୋ ପାଇଁ ଖୁସିର କଥା ବୋଲି ମାରିଆ କହିଛନ୍ତି । ପୁରୁଣା ସ୍ମୃତିଠାରୁ ଅଧିକ, କଠିନ ପରିସ୍ଥିତିର ସାମ୍ନା କରି କାମ କରୁଥିବା ମୁମ୍ବାଇ ପୋଲିସର ଅସାଧାରଣ କାମକୁ ଲୋକଙ୍କ ସାମ୍ନାକୁ ଆଣିବାର ଏହାଏକ ମୂଲ୍ୟବାନ ସମୟ ବୋଲି ମାରିଆ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ରିଲିଜ୍‌ ଦିନ ରେକର୍ଡ ଭାଙ୍ଗିବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହେବାକୁ ଯାଉଛି।ଏନେଇ ଫିଲ୍ମର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି। ଦିଲ୍ଲୀ ଏବଂ ମୁମ୍ବାଇରେ...

ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ...

ମୁଣ୍ଡରେ ଟିକିଲି ଲଗାଇଲେ ଏହି ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଫିଲ୍ମ ‘ଲକ୍ଷ୍ମୀ’ରେ କିନ୍ନର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅକ୍ଷୟ କୁମାର କିନ୍ନର ବା ତୃତୀୟ ଲିଙ୍ଗଙ୍କ ଅଧିକାର ପାଇଁ ଏକ ନୂତନ ପଦକ୍ଷେପ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ...

ରିଅଲିଟି ଶୋ’ ପୂର୍ବରୁ ହୋଷ୍ଟଙ୍କ ଦୁର୍ଘଟଣା

ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଥିବା ରିଅଲିଟି ଶୋ ଇଣ୍ଡିଆଜ୍‌ ଲାପ୍ଟର୍‌ ଚାମ୍ପିଅନ୍‌ର ଶୁଟିଂ ଆରମ୍ଭ ହୋଇଯାଇଛି। ହେଲେ ଶୋ’ର ହୋଷ୍ଟ ପରିଜାଦ କୋଲହାଙ୍କର ଦୁର୍ଘଟଣା...

ଆର୍‌ଆର୍‌ଆର୍‌କୁ ମିଳିଲା ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ

ମୁମ୍ବାଇ: ଦେଶ ନୁହେଁ ଅନ୍ତର୍ଜୀତରୟ ସ୍ତରରେ ମଧ୍ୟ ଏସ୍‌ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ଏକ ନୂଆ ସଫଳତାର ଶିଢ଼ି ଚଢ଼ିଛି। ଦିନକୁ ଦିନ ଏହା...

Advertisement
Archives

Model This Week