Posted inଖେଳ

ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ…

ନୂଆଦିଲ୍ଲୀ,୩୦।୬: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଏହାପରେ ବିରାଟ କୋହଲି ଓ କ୍ୟାପଟେନ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ରୋହିତ ଅବସର ନେବେ ବୋଲି କେବେ ଭାବି ନ ଥିଲେ ହେଲେ ବିରାଟ କୋହଲିଙ୍କ ପରି ସେ ଯୁବପିଢିଙ୍କ ଆଗକୁ ଆଣିବାକୁ ଏହି ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ବିଶ୍ୱ ବିଜେତା ହେବା ପରେ ଅଧିନାୟକ କହିଛନ୍ତି, ବିଶ୍ୱକପ ଟ୍ରଫି ଜିତିବା ପରେ ବିଦାୟ ନେବା ଅପେକ୍ଷା କ’ଣ ଭଲ ହୋଇପାରେ?

ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିବା ପରେ ଗଣମାଧ୍ୟମକୁ ରୋହିତ କହିଛନ୍ତି, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଏହାକୁ ଛାଡିବା ପାଇଁ ଭଲ ସମୟ ଆଉ କ’ଣ ହୋଇପାରେ। ଯଦିଓ ସେ ଆଇପିଏଲ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ମୋ ଭବିଷ୍ୟତ ବିଷୟରେ ଏହିପରି ନିଷ୍ପତ୍ତି ନେଉ ନାହିଁ। ମୋତେ ଯାହା ଭଲ ଲାଗେ ମୁଁ ତାହା କରେ। ଭବିଷ୍ୟତ ବିଷୟରେ ମୁଁ ଅଧିକ ଚିନ୍ତା କରେ ନାହିଁ । ଗତ ବର୍ଷ ଓ୍ବାନ ଡେ ବିଶ୍ୱକପ ପରେ ମଧ୍ୟ ମୁଁ ଏହି ବିଶ୍ୱକପ ଖେଳି ପାରିବି କି ନାହିଁ ଭାବି ନ ଥିଲି। ସେ ଆହୁରି କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ମୁଁ ଟି-୨୦ରୁ ଅବସର ନେବି। କିନ୍ତୁ ଏବେକାର ପରିସ୍ଥିତି ଠିକ୍‌ ଅଟେ। ବିଶ୍ୱକପ ଜିତିବା ପରେ ବିଦାୟ ନେବା ଭଲ।

ରୋହିତ ମଧ୍ୟ ଦଳର ଜଣେ ସଦସ୍ୟ ଥିଲେ ଯିଏକି ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ରେ ପ୍ରଥମ ବିଶ୍ୱକପରେ ଟାଇଟଲ ଜିତିଥିଲେ। ତାଙ୍କ ଯାତ୍ରା ବିଷୟରେ ସେ କହିଛନ୍ତି, ଯେତେବେଳେ ୨୦୦୭ରେ ଯାତ୍ରା ଆରମ୍ଭ କରିଥିଲି, ସେତେବେଳେ ଆମେ ବିଶ୍ୱକପ ଜିତିଥିଲୁ ଏବଂ ବର୍ତ୍ତମାନ ମୁଁ ବିଶ୍ୱକପ ସହିତ ବିଦାୟ ନେଉଛି। ମୁଁ ବହୁତ ଖୁସି ସେତେବେଳେ ମୋତେ ୨୦ବର୍ଷ ହୋଇଥିଲା। ମୁଁ ଭବିଷ୍ୟତ ଖେଳାଳୀମାନଙ୍କୁ ସେମାନଙ୍କ ଭୂମିକା ତୁଲାଇବାକୁ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri