ଅହମ୍ମଦାବାଦ,୧୦।୩: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଶାନ କିଶାନଙ୍କ ଡେବ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ତାହା ହୋଇ ନ ଥିଲା। ଅଧିନାୟକ ରୋହିତ ଶର୍ମା ଉଇକେଟ କିପର କେ.ଏସ ଭରତଙ୍କ ସହ ମ୍ୟାଚ୍ରେ ପ୍ରବେଶ କରିବା ଠିକ ବୋଲି ଭାବିଥିଲେ। ତେବେ ଏହି ମ୍ୟାଚ୍ରେ ଇଶାନ କିଶନ ଏବଂ ରୋହିତ ଶର୍ମାଙ୍କର ଏକ ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମ୍ୟାଚ୍ରେ ଇଶାନ କିଶନଙ୍କୁ ପାଣି ନେଇ ପଡିଆକୁ ଆସିଥିଲେ। ଖେଳାଳିଙ୍କୁ ପାଣି ଦେବା ପରେ ଇଶାନ ରୋହିତଙ୍କ ହାତରୁ ଏକ ବୋତଲ ଧରି ପଡ଼ିଆରୁ ଦୌଡ଼ି ପଳାଉଥିଲେ, କିନ୍ତୁ ବୋତଲଟି ତାଙ୍କ ହାତରୁ ଖସିପଡିଥିଲା। ଏହା ପରେ ରୋହିତ ତାଙ୍କୁ ଚାପୁଡା ମାରିବା ପାଇଁ ହାତ ଦେଖାଇଥିଲେ। ସେତେବେଳକୁ ଇଶାନ ସେଠୁ ପଳାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Indian Captain Rohit Sharma's bad behaviour with junior Ishan Kishan #RohitSharma #vadapav #ishankishan #DCvsMI #MumbaiIndians #DelhiCapitals #NarendraModiStadium #Shami #viratkholi #BorderGavaskarTrophy pic.twitter.com/utC0PfUR48
— ADITYA RAJPUT (@adityar4jput) March 9, 2023