Posted inଖେଳ

ମ୍ୟାଚ୍‌ ପରେ ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ କରି ୧୧୦ ସ୍କୋରରେ ଇଂଲଣ୍ଡ ଦଳକୁ ଅଟକାଇଥିଲେ। ଏହା ପରେ ରୋହିତ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ୭୬ ରନ୍‌ର ଏକ ଇନିଂସ ଖେଳିଥିଲେ। ସେ ଏହି ଇନିଂସରେ ପାଞ୍ଚଟି ଛକା ମାରିଥିଲେ। ତାଙ୍କ ଗୋଟିଏ ଛକାରେ ଷ୍ଟାଡିୟମରେ ମ୍ୟାଚ ଦେଖୁଥିବା ଜଣେ କୁନି ଝିଅ  ଆହତ ହୋଇଛନ୍ତି। ମ୍ୟାଚ ପରେ ରୋହିତ ଝିଅଟିକୁ ଭେଟି ସମସ୍ତଙ୍କ ହୃଦୟ ଜିତିଥିଲେ।
ରୋହିତଙ୍କ ଛକାରେ ଷ୍ଟାଡିୟମରେ ମ୍ୟାଚ ଦେଖୁଥିବା ୬ ବର୍ଷର ଝିଅଙ୍କ ପିଠିରେ ବାଜିଥିଲା। ଏହି ଝିଅର ନାମ ହେଉଛି ମୀରା ସାଲଭି। ତେବେ ଝିଅଟି ଗୁରୁତର ଭାବେ ଆଘାତ ପାଇ ନ ଥିଲେ ଏବଂ ତାଙ୍କ ପିତା ଫଟୋ ଶେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ଏହା ସତ୍ତ୍ୱେ ରୋହିତ ମ୍ୟାଚ ଶେଷ ହେବା ପରେ ଝିଅକୁ ଭେଟିବାକୁ ଆସି ଭଲମନ୍ଦ ପଚାରିଥିଲେ।
ଏହି ମ୍ୟାଚରେ ରୋହିତ ପାଞ୍ଚଟି ଛକା ଓ ୬ଟି ଚୌକା ମାରିଥିଲେ। ଏହି ସମୟ ମଧ୍ୟରେ ସେ ଦିନିକିଆ କ୍ରିକେଟରେ ନିଜର ୨୫୦ ଛକା ମଧ୍ୟ ପୂରଣ କରିଥିଲେ। ରୋହିତ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ରୋହିତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଶହିଦ ଆଫ୍ରିଦି ପ୍ରଥମ ସ୍ଥାନରେ ଅଛନ୍ତି, ସେ ୩୫୧ ଛକା ମାରିଛନ୍ତି। ଏଥିସହିତ କ୍ରିସ ଗେଲ ଦ୍ୱିତୀୟ ଏବଂ ସନଥ ଜୟସୁରିଆ ତୃତୀୟ ସ୍ଥାନରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର

ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ...

ଏହି କ୍ରିକେଟର୍‌ ଥିଲେ ଧୋନୀଙ୍କ ଗୁରୁ

ଚେନ୍ନାଇ,୧୪।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ମନର କଥା ପ୍ରକାଶ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଗୁରୁବାର ଟୁଇଟର୍‌ରେ ଏକ...

ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି...

୧୫ ଚୌକା, ୩ ଛକାରେ ବିସ୍ଫୋରକ ଶତକ ମାରି ଦଳର ୭୭ ପ୍ରତିଶତ ରନ୍‌ ନିଜେ କରିଦେଲେ ଏହି କ୍ରିକେଟର୍‌

ବାରବାଡୋସ୍‌,୫।୯: ସିପିଏଲ ୨୦୨୧ (ସିପିଏଲ)ର ୧୬ତମ ମ୍ୟାଚରେ ଗୁୟାନା ଆମାଜନ ୱାରିୟର୍ସ ବାରବାଡୋସ ରୟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ...

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ।...

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ...

୨୦୨୦ ଅଲିମ୍ପିକ୍ସ: ବକ୍ସିଂ ଆଥ୍‌ଲେଟ୍‌ ଆମ୍ବାସାଡର ଗ୍ରୁପ୍‌ରେ ମେରୀକମ୍‌

ନୂଆଦିଲ୍ଲୀ, ୩୧।୧୦ (ପି.ଟି.)- ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ବକ୍ସିଂରୁ ପ୍ରତିନିଧିତ୍ୱ ପାଇଁ ଆଇଓସି ପକ୍ଷରୁ ଗଠିତ ୧୦ ଜଣିଆ ଆଥ୍‌ଲେଟ୍‌ ଆମ୍ବାସାଡର...

ଏସୀୟ ଭାରୋତ୍ତୋଳନ: ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଝିଲ୍ଲୀ

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରୁ ରବିବାର ଖୁସି ଖବର ଆଣିଛନ୍ତି ଓଡ଼ିଶାର ଝିଲ୍ଲୀ ଦଳବେହେରା। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସୀୟ ଚାମ୍ପିୟନଶିପ୍‌ର ୪୫...

Advertisement
Archives

Model This Week