Posted inଖେଳ

ପଡିଆକୁ ଯିବା ପୂର୍ବରୁ ଟଏଲେଟ୍‌ ଯାନ୍ତି, ରୋହିତ୍‌ ଶର୍ମାଙ୍କୁ ମୋଜା ମାଗନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନଙ୍କ ମଧ୍ୟ ଭଲ ବନ୍ଧୁତା ଅଛି। ଦୁହେଁ କ୍ରିକେଟ୍‌ ପଡିଆରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ଦୁହେଁ ପରସ୍ପର ମଜା ମଧ୍ୟ କରନ୍ତି। ନିକଟରେ ଗୌରବ କପୁରଙ୍କ ୟୁଟ୍ୟୁବ୍‌ ଶୋ ବ୍ରେକ୍‌ଫାଷ୍ଟ୍‌ ଓ୍ବିଥ୍‌ ଚାମ୍ପିଅନ୍ସରେ ଧାଓ୍ବନଙ୍କ ଅନ୍ଧବିଶ୍ୱାସ ଉପରେ ଖୁଲାସା କରିଛନ୍ତି ରୋହିତ। ବ୍ୟାଟିଂ ପାଇଁ କ୍ରିଜ୍‌କୁ ଯିବା ପୂର୍ବରୁ ଧାଓ୍ବନ୍‌ ଟଏଲେଟ୍‌ ଯିବାକୁ ଭୁଲନ୍ତି ନାହିଁ। ମୋତେ ତାଙ୍କ ପାଇଁ ୫ ମିନିଟ୍‌ ଅପେକ୍ଷା କରିବାକୁ ପଡେ ବୋଲି ରୋହିତ କହିଥିଲେ। ପରେ ଧାଓ୍ବନ୍‌ କହିଥିଲେ, ଏ ପିଲା(ରୋହିତ) ଫ୍ଲାଇଟ୍‌ରେ ପାସଓ୍ବାର୍ଡ ଭୁଲିଯାନ୍ତି। ରୋହିତ ମଧ୍ୟ ଧାଓ୍ବନ୍‌ଙ୍କୁ ଛାଡି ନ ଥିଲେ କହିଥିଲେ ପ୍ରତି ମ୍ୟାଚ୍‌ ଦିନ ମୋଠାରୁ ମୋଜା ମାଗି ନିଅନ୍ତି ଆଉ ଦେବାକୁ ଭୁଲି ଯାଆନ୍ତି। ଏହାର ଜବାବରେ ଶିଖର କହିଥିଲେ ମୁଁ କାହିଁକି ଫେରେଇବି ସମସ୍ତଙ୍କ ପାଖରେ ମୋଜା ଏତେ ପଡି ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ...

୨ ଦିନରେ ଭାରତ ଜିତିଲା ପିଙ୍କ୍‌ ବଲ ଟେଷ୍ଟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଛି। ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ...

ଟୋକିଓ ଅଲିମ୍ପିକ୍ସ: ମେରୀ କମ୍‌ଙ୍କ ସହ ୩ ମହିଳା ବକ୍ସର ପୁଣେରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୬।୫(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌ସି ମେରୀ କମ୍‌ ଏବଂ ଅନ୍ୟ ୨ ମହିଳା ବକ୍ସର ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ଟ୍ରେନିଂ...

ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ୧୪ ଦଳ

ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...

ଲକ୍ଷ୍ନୌ ଆଗରେ ୨୧୧ ଟାର୍ଗେଟ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ...

ସନ୍ତୋଷ ଟ୍ରଫି: ଗ୍ରୁପ୍‌ ‘ଡି’ରେ ଓଡ଼ିଶା

ନୂଆଦିଲ୍ଲୀ, ୨୭।୭ (ପି.ଟି.): ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ୭୭ତମ ସଂସ୍କରଣ ପାଇଁ ଗ୍ରୁପିଂ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଓଡ଼ିଶା ଗ୍ରୁପ୍‌...

କୋହଲିଙ୍କ ଓ୍ବାନ ମ୍ୟାନ୍‌ ଶୋ

ଅହମ୍ମଦାବାଦ୍‌,୧୬।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ...

ଆଇପିଏଲ୍‌ ଖେଳିଲେ ଯାଆଁଳା ଭାଇ

ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି...

Advertisement
Archives

Model This Week