Posted inଖେଳ

୩ ବର୍ଷ ପରେ ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌: ମାରିଲେ କ୍ୟାରିୟରର ୩୦ତମ ଶତକ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ବିସ୍ଫୋରକ ଇନିଂସ ଖେଳି ନିଜ କ୍ୟାରିୟରର ୩୦ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଏପରି କରିବାରେ ସେ ଦିନିକିଆ ଇତିହାସର ଚତୁର୍ଥ ଖେଳାଳି ପାଲଟିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ଫର୍ମରେ ନଜର ଆସିଥିଲେ ରୋହିତ। ସେ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ୮୫ ବଲ୍‌ରେ ୧୦୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୬ ଛକା ଏବଂ ୯ ଚୌକା ଥିଲା। ଏହି ସମୟରେ ସେ ଅନ୍ୟତମ ଓପନର ଶୁଭମନ ଗିଲଙ୍କ ସହ ପ୍ରଥମ ଉଇକେଟ ପାଇଁ ୨୧୨ ରନ୍‌ର ଭାଗିଦାରୀ କରିବାରେ ସଫଳ ହୋଇଥିଲେ।

ତେବେ ରୋହିତ ଅର୍ନ୍ତଜାତୀୟ ଦିନିକିଆ କ୍ରିକେଟରେ ୩୦ ଶତକ ମାରିଥିବା ଚତୁର୍ଥ ଖେଳାଳି ପାଲଟିଛନ୍ତି। ବହୁ ଅପେକ୍ଷା ପରେ ୨୦୦୭ରୁ ୨୦୨୩ ମଧ୍ୟରେ ୨୪୧ ମ୍ୟାଚ୍‌ରେ ସେ ଏହି କାରନାମା କରିବାରେ ସଫଳ ହୋଇଛନ୍ତି। ଏଥି  ସହ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ(୩୦ ଶତକ)ଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର(୪୯ ଶତକ)  । ତାଙ୍କ ପରେ ବିରାଟ କୋହଲି(୪୬ ଶତକ) ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ...

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ...

ଅନ୍ୟ ଅଲରାଉଣ୍ଡରଙ୍କ ତୁଳନାରେ ଭଲ ଆଥଲେଟ୍‌ ଥିଲି: କପିଳ ଦେବ

ନୂଆଦିଲ୍ଲୀ,୩୧।୭: ବିଶ୍ୱ କ୍ରିକେଟରେ ଏମିତି ଏକ ସମୟ ଥିଲା ଯେତେବେଳେ ୪ ଜଣ ଅଲରାଉଣ୍ଡରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ସେମାନେ ହେଲେ ଇଂଲଣ୍ଡର ଇଆନ...

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧...

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ମେଲବୋର୍ନ,୭।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ପହଞ୍ଚିଛି। ଏବେ ନକଆଉଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଯଦିଓ ଟିମ ଇଣ୍ଡିଆ ସେମିଫାଇନାଲରେ...

ଫ୍ରେଞ୍ଚ୍‌ ଓପନ ଟେନିସ: ଜୋକୋଭିଚ୍‌-ବେରେଟିନି କ୍ୱାର୍ଟର ଫାଇନାଲ

ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌। ୪ର୍ଥ ରାଉଣ୍ଡରେ...

ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

Advertisement
Archives

Model This Week