Posted inଖେଳ

ମୁମ୍ବାଇର ଅଧିନାୟକ ପଦ ଛାଡ଼ିଦେବେ ରୋହିତ! ଅଧା ସିଜନରୁ ନେତୃତ୍ୱ ଛାଡ଼ିବା ତାଲିକା ଲମ୍ବା…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି। ପ୍ରଥମ ଥର ପାଇଁ ଦଳ ଏଯାବତ ଖେଳିଥିବା ୮ ମୁକାବିଲାରେ ପରାଜିତ ହୋଇଛି। ଏଭଳି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରୋହିତ ଶର୍ମା ମୁମ୍ବାଇର ଅଧିନାୟକ ପଦ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଆଇପିଏଲ୍‌ ଅଧାରୁ ଅନେକ ଖେଳାଳି ନେତୃତ୍ୱ ଛାଡ଼ିବାର ନଜିର ରହିଥିବାରୁ ଏହା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

୨୦୦୯ରେ ଆର୍‌ସିବି ପିଟରସେନଙ୍କ ହାତରୁ ନେତୃତ୍ୱ ନେଇ ଅନିଲ କୁମ୍ବଲେଙ୍କୁ ଦେଇଥିଲା। ୨୦୧୨ରେ ଡେକାନ ଚାର୍ଜର୍ସ ଦଳ କୁମାର ସାଙ୍ଗାକାରାଙ୍କଠାରୁ ନେତୃତ୍ୱ ଛଡ଼ାଇ ନେଇ କ୍ୟାମରନ ହ୍ବାଇଟ୍‌ଙ୍କୁ ଦେଇଥିଲେ। ଆଇପିଏଲ ୨୦୧୨ରେ ଡାନିଏଲ ଭେଟୋରି ଆର୍‌ସିବିର ଅଧିନାୟକତ୍ୱ ଛାଡ଼ିଥିଲେ। ଏହାପରେ ଫ୍ରାଞ୍ଚାଇଜ୍‌ ବିରାଟ କୋହଲିଙ୍କୁ ଅଧିନାୟକ କରିଥିଲା। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ରିକି ପଣ୍ଟିଂଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ କରିଥିଲା। ରୋହିତଙ୍କ ନେତୃତ୍ୱରେ ଦଳ ଥରେ କି ଦୁଇଥର ନୁହେଁ ବରଂ ୫ ଥର ଆଇପିଏଲ୍‌ ଟାଇଟଲ ନିଜ ନାମରେ କରିସାରିଛି।

ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସକୁ ଦୁଇଥର ଟୁର୍ନାମେଣ୍ଟ ବିଜେତା କରିଥିଲେ। ତାଙ୍କୁ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ମିଳିଥିଲା। ହେଲେ ସେ ସଫଳ ହୋଇପାରି ନ ଥିଲେ। ଫଳରେ ଗମ୍ଭୀର ଅଧା ସିଜନରୁ ନେତୃତ୍ୱ ଛାଡ଼ିଦେଇଥିଲେ। ଏହାପରେ ଶ୍ରେୟାସ ଆୟାର ଅଧିନାୟକ ହୋଇଥିଲେ। ୨୦୧୯ ସିଜନ ଅଧାରୁ ରାଜସ୍ଥାନ ରୟାଲ୍ସ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଷ୍ଟିଭ ସ୍ମିଥଙ୍କୁ ଅଧିନାୟକ କରିଥିଲା। ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଥିବା ଦିନେଶ କାର୍ତ୍ତିକ ଆଇପିଏଲ୍‌ ୨୦୨୦ ସମୟରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ପଦ ଛାଡ଼ିଥିଲେ। ଏହାପରେ ଦଳ ଇଏନ ମୋର୍ଗାନଙ୍କୁ ଅଧିନାୟକ କରିଥିଲା। ସେହିଭଳି ୨୦୨୧ର ଅଧା ସିଜନରୁ ସନରାଇଜର୍ସ ହାଇଦ୍ରାବାଦ ଡେଭିଡ୍‌ ଓ୍ବାର୍ନରଙ୍କ ସ୍ଥାନରେ କେନ୍‌ ଓ୍ବିଲିୟମସନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଥିବାର ରେକର୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?