Posted inଖେଳ

ରୋହିତ ଦ୍ୱିଶତକ ମାରୁଥିବା ଦେଖି କାନ୍ଦି ପକାଇଥିଲେ ସ୍ତ୍ରୀ, ଏଭଳି ଢ଼ଙ୍ଗରେ ପାଇଥିଲେ ଉପହାର

ନୂଆଦିଲ୍ଲୀ,୧୩।୧୨: ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ। ଏକଦା ମଧ୍ୟ ବର୍ଗରେ ବ୍ୟାଟିଂ କରିବାକୁ ଆସୁଥିବା ଏହି କ୍ରିକେଟର ଏବେ ଓପନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ରୋହିତଙ୍କ ଉପଲବ୍ଧି ମଧ୍ୟରୁ ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିବା ଗୋଟିଏ। ୨୦୧୦ରେ ସଚିନ ତେନ୍ଦୁଲକର ଏହି କାରନାମା କରିଦେଖାଇଥିଲେ। ସେତେବେଳେ ଅନ୍ୟ କେହି ଏହା କରିଦେଖାଇପାରିବ ଆଶା କରି ନ ଥିଲେ। ହେଲେ ରୋହିତ ୩ଟି ଦ୍ୱିଶତକ ନିଜ ନାମରେ କରିଛନ୍ତି। ସେଥିରୁ ଶ୍ରୀଲଙ୍କା ବିପକ୍ଷରେ ୨ଟି ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ରହିଛି।

୨୦୧୭ ଡିସେମ୍ବର ୧୩ ତାରିଖରେ ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଥିଲା। ଅତିଥି ଟିମ୍‌ ଧର୍ମଶାଳାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୧୩ ରନ୍‌ରେ ଅଲଆଉଟ୍‌ କରି ମୁକାବିଲା ଜିତି ନେଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ନିଜର ତୃତୀୟ ଦ୍ୱିଶତକ ମାରିଥିଲେ।

ଉକ୍ତ ମ୍ୟାଚ୍‌ଟିରେ ରୋହିତ ଅଧିନାୟକ ଥିଲେ। କାରଣ ବିରାଟ ଛୁଟିରେ ଥିଲେ। ଭାରତୀୟ ଟିମ୍‌ ଶ୍ରୀଲଙ୍କା ଗସ୍ତରେ ଖରାପ ପ୍ରଦର୍ଶନ କରୁଥିବାରୁ ସେତେବେଳେ ରୋହିତଙ୍କୁ ସମାଲୋଚନା କରାଯାଉଥିଲା। ଏପରିକି ଶୀଘ୍ର ବିରାଟଙ୍କୁ ଅଣାଯାଉ ବୋଲି କୁହାଯାଉଥିଲା। ମାତ୍ର ରୋହିତ ଦ୍ୱିଶତକ ମାରି ସମସ୍ତଙ୍କୁ ଚୁପ୍‌ କରାଇଦେଇଥିଲେ। ମ୍ୟାଚ୍‌ରେ ରୋହିତ ୨୦୮ ରନ୍‌ କରିଥିବା ବେଳେ ଭାରତ ୫୦ ଓଭରରେ ୩୯୨ ରନ୍‌ କରିଥିଲା। ରୋହିତଙ୍କୁ ତୃତୀୟ ଦ୍ୱିଶତକ ପୁରଣ କରୁଥିବା ଦେଖି ସ୍ତ୍ରୀ ରିତିକା ସଜଦେହ କାନ୍ଦି ପକାଇଥିଲେ। ରୋହିତ ନିଜ ଆଙ୍ଗୁଠିକୁ ଗେଲ କରି ସ୍ତ୍ରୀଙ୍କୁ ବିବାହବାର୍ଷିକୀର ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri