Posted inଖେଳ

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ନାଗପୁର, ୧୦।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ଅଧିନାୟକ ଭାବରେ କ୍ରିକେଟ (ଟେଷ୍ଟ, ଦିନିକିଆ ଏବଂ ଟି-୨୦)ର ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ଭାରତୀୟ ତଥା ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ରୋହିତଙ୍କ ବ୍ୟତୀତ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତିଳକରତ୍ନେ ଦିଲଶାନ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ମଧ୍ୟ କ୍ରିକେଟ (ଟେଷ୍ଟ, ଦିନିକିଆ ଏବଂ ଟି-୨୦) ରେ ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ୱର କେବଳ ଚତୁର୍ଥ ବ୍ୟାଟ୍ସମ୍ୟାନ ଯିଏ କି ଅଧିନାୟକ ଭାବରେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।
ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ରୋହିତ ଶତକ ହାସଲ କରିଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରର ଏହି ୯ମ ଶତକ ହାସଲ କରିଛନ୍ତି। ରୋହିତ ୧୭ ମାସ ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ, ରୋହିତ ଶର୍ମାଙ୍କ ବ୍ୟାଟ ସହିତ ଶେଷ ଟେଷ୍ଟ ଶତକ ୨୦୨୧ରେ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁଯୋଗ ହାତଛଡ଼ା କଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ଦଳ ବଡ଼ ସୁଯୋଗ ହାତଛଡ଼ା କରିଛି। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ବିରାଟ...

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧...

ପ୍ରଥମ ଥର ଆଇସିସି ପୂର୍ଣ୍ଣ ସଦସ୍ୟଙ୍କୁ ହରାଇଲା ସିଙ୍ଗାପୁର

ଦୁବାଇ,୩୦।୯: ସିଙ୍ଗାପୁର କ୍ରିକେଟ ଦଳ ରବିବାର ଜିମ୍ବାଓ୍ବେକୁ ହରାଇ ଇତିହାସ ରଚିଛି। ସିଙ୍ଗାପୁର ପ୍ରଥମ ଥର ପାଇଁ ଆଇସିସି ପୂର୍ଣ୍ଣ ସଦସ୍ୟତା ପାଇଥିବା କୌଣସି ଦଳକୁ...

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା...

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ...

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ...

ପ୍ରଥମେ ବ୍ୟାଟିଂ କରିବ ଆରସିବି

ଚେନ୍ନାଇ, ୧୪ା୪- ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)। ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ...

ଶାମିଙ୍କୁ ସୁଯୋଗ ମିଳିବନି

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ଗତ କିଛି ସମୟ ଧରି ତାଙ୍କୁ...

Advertisement
Archives

Model This Week