Advertisement
Posted inଖେଳ

ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବି ବାଦ୍‌ ପଡ଼ିଲେ ରୋହିତ, ଏହି ଖେଳାଳି ବି ଆହତ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ହିଆକୁ ବଡ଼ ଝଟ୍‌କା ଲାଗିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାହାର ହୋଇଛନ୍ତି। ଡିସେମ୍ବର ୧୧ରୁ ଏହି ମ୍ୟାଚ୍‌ ଖେଳାଯିବ। ରୋହିତ ଆହତ କାରଣରୁ ପ୍ରଥମ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏବେ ସେ ଦ୍ୱିତୀୟ ମ୍ୟାଚ୍‌ ଲାଗି ମଧ୍ୟ ଉପଲବ୍ଧ ରହିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରୋହିତଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିବା ବେଳେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଲାଗି ସମୟ ଲାଗିପାରେ। ସେହିଭଳି ନବଦୀପ ମଧ୍ୟ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିବ।

କହିରଖୁଛୁ ଯେ, ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୨ରୁ ୨୬ ଯାଏ ଚାଲିବ। ଏହି ମ୍ୟାଚ୍‌ ଢ଼ାକାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଭାରତ ଚଟ୍ଟୋଗ୍ରାମ ଟେଷ୍ଟକୁ ୧୮୮ ରନ୍‌ରେ ଜିତି ନେଇ ସିରିଜରେ ୧-୦ରେ ଆଗୁଆ ରହିଛି। ଏଣୁ ଦଳ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବାକୁ ଚାହିଁବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି...

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ...

ରଣଜୀ ଫାଇନାଲରେ ଖେଳିବେ ପୂଜାରା

ରାଜକୋଟ,୭।୩(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୌରାଷ୍ଟ ପକ୍ଷରୁ ବେଙ୍ଗଲ ବିପକ୍ଷ ରଣଜୀ ଫାଇନାଲରେ ଖେଳିବେ। ଏ ନେଇ ଶନିବାର ସ୍ପଷ୍ଟ ହୋଇଛି। ସୋମବାରଠାରୁ ସୌରାଷ୍ଟ୍ର...

ରଗ୍‌ବୀ ବିଶ୍ୱକପ୍‌: କରୋନା ଭାଇରସ୍‌ ସେବାକାରୀ ଲାଗି ୨୦୨୧ମାଗଣା ଟିକେଟ

ଲଣ୍ଡନ, ୨୭ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ବିପକ୍ଷରେ ଚାଲିଥିବା ଲଢେଇରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ୨୦୨୧ ରଗ୍‌ବୀ ବିଶ୍ୱକପ୍‌ ଦେଖିବା ଲାଗି ମାଗଣା...

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର...

ପୋଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ ଜିତିଲେ ଭିନେଶ

ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍‌ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍‌ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...

ଚହଲଙ୍କ ସ୍ତ୍ରୀ ସହ ଶ୍ରେୟାସଙ୍କ ଭିଡିଓ ଭାଇରାଲ

ମୁମ୍ବାଇ, ୧୧।୨- ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ଶ୍ରେୟାସ ଆୟାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

Advertisement
Archives

Model This Week