Posted inଖେଳ

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଚରମରେ ଥିବା ସମୟରେ, ଚୟନକର୍ତ୍ତାମାନେ ତାଙ୍କୁ ୨୦୨୭ ବିଶ୍ୱକପ ଯୋଜନାରେ ସାମିଲ ନକରିବା ବିଷୟରେ ସ୍ପଷ୍ଟ କରିଦେଇଥିବା ଜଣାପଡ଼ିଛି।

PTIର ରିପୋର୍ଟ ଅନୁସାରେ, ଚିଫ ସିଲେକ୍ଟର ଅଜିତ ଅଗରକର ନୁହେଁ, ବରଂ ଚୟନ କମିଟିର ଜଣେ ସଦସ୍ୟ ରୋହିତଙ୍କୁ କହିଥିଲେ ଯେ ଚୟନ କମିଟି ଏବେ ତାଙ୍କଠାରୁ ଆଗକୁ ବଢ଼ିବାକୁ ଚାହୁଁଛି। ଏପରିକି ୨୦୨୭ ୱାଲର୍‌ଡ କପ ଯୋଜନାରେ ତାଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ରୋହିତଙ୍କୁ ପଚରାଯାଇଥିଲା ଇଂଲଣ୍ଡ ବିପକ୍ଷ ଲଡର୍‌ସ ODI ପରେ ସେ ନିଜ ସନ୍ନ୍ୟାସ ଘୋଷଣା କରିବେ କି? ଏହି ପ୍ରସ୍ତାବରେ ରୋହିତ ଅତ୍ୟନ୍ତ ରାଗିଯାଇଥିବା କୁହାଯାଉଛି। ତଥାପି ପରେ ସେ ସନ୍ନ୍ୟାସ ପାଇଁ ରାଜି ହୋଇଥିଲେ ବୋଲି ରିପୋର୍ଟରେ ଦାବି କରାଯାଇଛି।

କିନ୍ତୁ ଏହା ପରେ ଲଡର୍‌ସରେ ରୋହିତଙ୍କ ବ୍ୟାଟ୍‌ରୁ ଆସିଥିଲା ଐତିହାସିକ ୧୩୮ ରନ୍ର ଇନିଂସ। ଭାରତ ସେହି ମ୍ୟାଚରେ ୨୭ ରନରେ ହାରିଥିଲେ ମଧ୍ୟ ରୋହିତଙ୍କ ଶତକ ତାଙ୍କ ସନ୍ନ୍ୟାସ ଚର୍ଚ୍ଚାରେ କିଛି ସମୟ ପାଇଁ ବ୍ରେକ୍‌ ଲଗାଇଦେଇଥିଲା।

ରିପୋର୍ଟ ଅନୁସାରେ, ଲଡର୍‌ସରେ ରୋହିତଙ୍କ ଏହି ଶତକ ତାଙ୍କୁ ଆଗକୁ ମଧ୍ୟ ଟିମ ଇଣ୍ଡିଆରେ ସ୍ଥାନ ମିଳିବାର କୌଣସି ଗ୍ୟାରେଣ୍ଟି ନଥିଲା। ଅର୍ଥାତ୍‌ ଗୋଟିଏ ଦମଦାର ଇନିଂସ ପରେ ମଧ୍ୟ ତାଙ୍କ ଭବିଷ୍ୟତକୁ ନେଇ ଚୟନକର୍ତ୍ତାଙ୍କ ଯୋଜନାରେ ବଡ଼ ପରିବର୍ତ୍ତନ ନଥିବା ଦାବି କରାଯାଇଛି।
ଏହି ସମୟରେ ଲଡର୍‌ସରେ ରୋହିତଙ୍କ ଶତକ ପୂର୍ବରୁ BCCI ସଚିବ ଦେବଜିତ ସୈକିଆ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ଲଡର୍‌ସ ରୋହିତ ଶର୍ମାଙ୍କ ଶେଷ ମ୍ୟାଚ ହେବ ନାହିଁ ଏବଂ ଯେପର୍ଯ୍ୟନ୍ତ ସେ ଟିମ ଇଣ୍ଡିଆର ଯୋଜନାରେ ରହିବେ, ସେପର୍ଯ୍ୟନ୍ତ ଖେଳିବେ।

ଏହି ବୟାନ ପରେ BCCIର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଚୟନ କମିଟି ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା। ଏବେ ରୋହିତଙ୍କ ସନ୍ନ୍ୟାସକୁ ନେଇ ଏହି ନୂଆ ଖୁଲାସା କ୍ରିକେଟ ମହଲରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?