Posted inଖେଳ

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଚରମରେ ଥିବା ସମୟରେ, ଚୟନକର୍ତ୍ତାମାନେ ତାଙ୍କୁ ୨୦୨୭ ବିଶ୍ୱକପ ଯୋଜନାରେ ସାମିଲ ନକରିବା ବିଷୟରେ ସ୍ପଷ୍ଟ କରିଦେଇଥିବା ଜଣାପଡ଼ିଛି।

PTIର ରିପୋର୍ଟ ଅନୁସାରେ, ଚିଫ ସିଲେକ୍ଟର ଅଜିତ ଅଗରକର ନୁହେଁ, ବରଂ ଚୟନ କମିଟିର ଜଣେ ସଦସ୍ୟ ରୋହିତଙ୍କୁ କହିଥିଲେ ଯେ ଚୟନ କମିଟି ଏବେ ତାଙ୍କଠାରୁ ଆଗକୁ ବଢ଼ିବାକୁ ଚାହୁଁଛି। ଏପରିକି ୨୦୨୭ ୱାଲର୍‌ଡ କପ ଯୋଜନାରେ ତାଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ରୋହିତଙ୍କୁ ପଚରାଯାଇଥିଲା ଇଂଲଣ୍ଡ ବିପକ୍ଷ ଲଡର୍‌ସ ODI ପରେ ସେ ନିଜ ସନ୍ନ୍ୟାସ ଘୋଷଣା କରିବେ କି? ଏହି ପ୍ରସ୍ତାବରେ ରୋହିତ ଅତ୍ୟନ୍ତ ରାଗିଯାଇଥିବା କୁହାଯାଉଛି। ତଥାପି ପରେ ସେ ସନ୍ନ୍ୟାସ ପାଇଁ ରାଜି ହୋଇଥିଲେ ବୋଲି ରିପୋର୍ଟରେ ଦାବି କରାଯାଇଛି।

କିନ୍ତୁ ଏହା ପରେ ଲଡର୍‌ସରେ ରୋହିତଙ୍କ ବ୍ୟାଟ୍‌ରୁ ଆସିଥିଲା ଐତିହାସିକ ୧୩୮ ରନ୍ର ଇନିଂସ। ଭାରତ ସେହି ମ୍ୟାଚରେ ୨୭ ରନରେ ହାରିଥିଲେ ମଧ୍ୟ ରୋହିତଙ୍କ ଶତକ ତାଙ୍କ ସନ୍ନ୍ୟାସ ଚର୍ଚ୍ଚାରେ କିଛି ସମୟ ପାଇଁ ବ୍ରେକ୍‌ ଲଗାଇଦେଇଥିଲା।

ରିପୋର୍ଟ ଅନୁସାରେ, ଲଡର୍‌ସରେ ରୋହିତଙ୍କ ଏହି ଶତକ ତାଙ୍କୁ ଆଗକୁ ମଧ୍ୟ ଟିମ ଇଣ୍ଡିଆରେ ସ୍ଥାନ ମିଳିବାର କୌଣସି ଗ୍ୟାରେଣ୍ଟି ନଥିଲା। ଅର୍ଥାତ୍‌ ଗୋଟିଏ ଦମଦାର ଇନିଂସ ପରେ ମଧ୍ୟ ତାଙ୍କ ଭବିଷ୍ୟତକୁ ନେଇ ଚୟନକର୍ତ୍ତାଙ୍କ ଯୋଜନାରେ ବଡ଼ ପରିବର୍ତ୍ତନ ନଥିବା ଦାବି କରାଯାଇଛି।
ଏହି ସମୟରେ ଲଡର୍‌ସରେ ରୋହିତଙ୍କ ଶତକ ପୂର୍ବରୁ BCCI ସଚିବ ଦେବଜିତ ସୈକିଆ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ଲଡର୍‌ସ ରୋହିତ ଶର୍ମାଙ୍କ ଶେଷ ମ୍ୟାଚ ହେବ ନାହିଁ ଏବଂ ଯେପର୍ଯ୍ୟନ୍ତ ସେ ଟିମ ଇଣ୍ଡିଆର ଯୋଜନାରେ ରହିବେ, ସେପର୍ଯ୍ୟନ୍ତ ଖେଳିବେ।

ଏହି ବୟାନ ପରେ BCCIର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଚୟନ କମିଟି ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା। ଏବେ ରୋହିତଙ୍କ ସନ୍ନ୍ୟାସକୁ ନେଇ ଏହି ନୂଆ ଖୁଲାସା କ୍ରିକେଟ ମହଲରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ରାଜନଗର, ୧୧।୮ (ଭାସ୍କର ରାଉତରାୟ): ମୌସୁମୀର ଆଗମନରେ ଚଳିତ ବର୍ଷ ଜୁଲାଇ ମାସଠାରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ସମାଗମରେ ପକ୍ଷୀବିହାର ଭିତରକନିକାର ଶୋଭା…

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?