Posted inଖେଳ

ଅଲୋଡା ରେକର୍ଡ ହାସଲ କଲେ ରୋହିତ ଶର୍ମା: ପ୍ରଥମ ଅଧିନାୟକ ଭାବେ…

ଦୁବାଇ,୪।୩:ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପୁଣି ଥରେ ଟସ ହାରିଯାଇଛନ୍ତି। ଏହିପରି ରୋହିତ ଶର୍ମା ଦିନିକିଆ ଫର୍ମାଟରେ କ୍ରମାଗତ ୧୪ତମ ଥର ପାଇଁ ଟସ ହାରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହାଠାରୁ ଅଧିକ ଥର ଲଗାତାର ଟସ ହାରି ନାହାଁନ୍ତି।

ରୋହିତ ଶର୍ମାଙ୍କ ପରେ, ସର୍ବାଧିକ କ୍ରମାଗତ ଟସ ହାରିଥିବା ଅଧିନାୟକଙ୍କ ତାଲିକାରେ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବ୍ରାଏନ ଲାରା ଲଗାତାର ୧୨ଟି ଦିନିକିଆ ମ୍ୟାଚରେ ଟସ ହାରିଥିଲେ। ରୋହିତ ଶର୍ମା ଏବଂ ବ୍ରାଏନ ଲାରାଙ୍କ ପରେ, ନେଦରଲ୍ୟାଣ୍ଡର ପିଟର ବୋରେନ ତୃତୀୟ ସ୍ଥାନରେ ଅଛନ୍ତି। ପିଟର ବୋରେନ ଲଗାତାର ୧୧ଟି ମ୍ୟାଚରେ ଟସ ହାରିଥିଲେ।

ଆଜି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳକୁ ଫାଇନାଲରେ ପହଞ୍ଚିବା ପାଇଁ ରନ ପିଛା କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଖେଳାଯିବ। ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ଏହା ପରେ ଟୁର୍ଦାମେଣ୍ଟର ଫାଇନାଲ ୯ ମାର୍ଚ୍ଚରେ ଖେଳାଯିବ। ଯଦି ଭାରତୀୟ ଦଳ ଫାଇନାଲ ଖେଳେ, ତେବେ ଟାଇଟଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଯଦି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଫାଇନାଲ ପହଞ୍ଚିବାରେ ବିଫଳ ହୁଏ, ତେବେ ଫାଇନାଲ ଲାହୋରରେ ଖେଳାଯିବ।

ଚାମ୍ପିଅନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଭାରତର ପ୍ରଦର୍ଶନ ଭଲ ରହିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଥିଲା। ଏବେ ଭାରତୀୟ ଦଳ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, BCCIକୁ ଇସ୍ତଫା ପତ୍ର ପଠାଇଲେ….

ନୂଆଦିଲ୍ଲୀ,୧୧ା୯: ଆଫଗାନିସ୍ତାନ ବିପକ୍ଷ T୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଫିଜିଓ କମଲେଶ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

ମୁହଁ ଖୋଲିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୯: ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ସମ୍ପର୍କରେ ପଚରାଯିବାରୁ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଥିଲେ ଯେ ଏ ବିଷୟରେ ମତାମତ ଦେବା ପାଇଁ ଏହା ବହୁତ…

ଭାରତୀୟ ଟିମ୍‌ ପାଇଁ ଖୁସି ଖବର, ଆଫଗାନିସ୍ତାନ ସିରିଜରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଖୁସି ଖବର। ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଆସନ୍ତା…

ପାକିସ୍ତାନକୁ ହରାଇଲା ସେମିରେ ପହଞ୍ଚିଲା ଭାରତ

ମାକ୍ୱି,୧୦ା୯: ପାକିସ୍ତାନକୁ ୧୯-୦ ଗୋଲ୍‌ରେ ପରାସ୍ତ କରି ଭାରତ ଜୁନିୟର ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଭାରତ…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୦।୯: ଶେଷରେ ୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ଇଶାନ କିଶାନ। ଫାଇନାଲ ମ୍ୟାଚ୍‌ରେ ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri