Posted inଖେଳ

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ମାଇକେଲ କ୍ଲାର୍କ। ରୋହିତଙ୍କ ଫର୍ମକୁ ନେଇ କୌଣସି ଦ୍ୱିବିଧା ନାହିଁ, ମାତ୍ର ବିଶ୍ୱକପ୍‌ ପୂର୍ବରୁ ସେ ସତେଜ ରହିବା ଆବଶ୍ୟକ ବୋଲି କ୍ଲାର୍କ କହିଛନ୍ତି। ୩୭ ବର୍ଷୀୟ ରୋହିତ ଇଂଲଣ୍ଡ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଆଇପିଏଲରେ ଖେଳୁଛନ୍ତି। ଦୀର୍ଘ ସମୟ ଧରି କ୍ରିକେଟ ଖେଳୁଥିବାରୁ ରୋହିତଙ୍କ ଶରୀର ସାମାନ୍ୟ ଥକା ଅନୁଭବ କରିଥାଇପାରେ। ତେଣୁ ସେ କିଛି ଦିନ ବିରତି ନେଇ ସତେଜ ଭାବରେ ବିଶ୍ୱକପ୍‌କୁ ଓହ୍ଲାଇବା ଉଚିତ ହେବ ବୋଲି କ୍ଲାର୍କ କହିଛନ୍ତି। ଚଳିତ ସିଜନରେ ରୋହିତ ଏକ ଶତକ ହାସଲ କରିଥିଲେ ମଧ୍ୟ କିଛି ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ରନ୍‌ ଆସିନାହିଁ। କୋଲକାତା ବିପକ୍ଷରେ ରୋହିତ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ ଭାବରେ ଖେଳିବା ପରେ ଆହତ ସମସ୍ୟାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ହାଇଦ୍ରାବାଦ ବିପକ୍ଷରେ ସେ ପୂରା ମ୍ୟାଚ୍‌ ଖେଳିଥିଲେ। ରୋହିତଙ୍କ ପରି ଖେଳାଳିଙ୍କ ପାଇଁ ଫର୍ମ ଚିନ୍ତାର ବିଷୟ ନୁହେଁ। ରୋହିତ ଏଭଳି ଜଣେ କ୍ଲାସ୍‌ ଖେଳାଳି ଯିଏକି ଜୋରରେ ମାରିବା ପରିବର୍ତ୍ତେ ବଲ୍‌କୁ ଟାଇମ୍‌ କରିବାକୁ ପସନ୍ଦ କରିଥାନ୍ତି। ତେଣୁ ଚିନ୍ତାମୁକ୍ତ ହୋଇ ଟାଇମିଂ ଉପରେ ରୋହିତ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି କ୍ଲାର୍କ। ସେହିପରି ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନରେ ୩ ଉଇକେଟ ନେଇଥିଲେ। ପାଣ୍ଡ୍ୟା ଫର୍ମକୁ ଫେରିବା ଭାରତ ପାଇଁ ଶୁଭ ସଙ୍କେତ ବୋଲି କ୍ଲାର୍କ କହିଛନ୍ତି। ବିଗତ କିଛି ମ୍ୟାଚରେ ହାର୍ଦ୍ଦିକ ନିଜ ବୋଲିଂରେ କିଛି ପରିବର୍ତ୍ତନ କରିଛନ୍ତି, ଯାହାର ଫାଇଦା ତାଙ୍କୁ ମିଳିଛି। ହାର୍ଦ୍ଦିକ ବାଉନ୍ସରର ଠିକ୍‌ ଉପଯୋଗ କରୁଥିବା ଦେଖିବାକୁ ମିଳିଛି। ଯାହା କେବଳ ମୁମ୍ବାଇ ପାଇଁ ନୁହେଁ ବରଂ ଭାରତୀୟ ଦଳ ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି କ୍ଲାର୍କ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri