Posted inଖେଳ

ମ୍ୟାଚ୍‌ ଜିତାଇଲେ ରୋହିତ-କୋହଲି

ସିଡନୀ, ୨୫ା୧୦: ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌କୁ ଭାରତ ସହଜରେ ୯ ଉଇକେଟରେ ଜିତି ନେଇଛି। ସିରିଜ୍‌ ଆରମ୍ଭରୁ ପ୍ରଦର୍ଶନ ଲାଗି ଚାପରେ ଥିବା ରୋହିତ ଅପରାଜିତ ୧୨୧ ଓ କୋହଲି ଅପରାଜିତ ୭୪ ରନର ଇନିଂସ ଖେଳି ସମାଲୋଚକଙ୍କୁ ଚୁପ କରି ଦେଇଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଦତ୍ତ ୨୩୭ ରନର ଟାର୍ଗେଟକୁ ଭାରତ ୩୮.୩ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି। ରୋହିତଙ୍କୁ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ସିରିଜ୍‌ ବିବେଚିତ କରାଯାଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଅଧିନାୟକ ମିଚେଲ ମାର୍ଶ ଓ ଟ୍ରାଭିସ ହେଡ୍‌ ୬୧ ରନର ଭଲ ଆରମ୍ଭ ଦେଇଥିଲେ। ଭାରତୀୟ ପେସର ମହମ୍ମଦ ସିରାଜ ପ୍ରଥମ ପାଓ୍ବରପ୍ଲେର ଅନ୍ତିମ ଓଭରରେ ହେଡ୍‌ (୨୯ ରନ୍‌, ୬ ଚୌକା)ଙ୍କୁ ପାଭିଲିଅନ ପଠାଇଥିଲେ। ଏହାପରେ ଅଧିନାୟକ ମାର୍ଶ ୪୧ (୫ ଚୌକା ଓ ୧ ଛକା) ଓ ମାଥ୍ୟୁ ଶର୍ଟ ୩୦ (୨ ଚୌକା) ରନ କରି ଆଉଟ୍‌ ହୋଇଥିଲେ। ମ୍ୟାଟ ରେନଶ (୫୬ ରନ୍‌, ୨ ଚୌକା) ଓ ଆଲେକ୍ସ କ୍ୟାରୀ ୨୪ ଚତୁର୍ଥ ଉଇକେଟରେ ୫୯ ରନର ଭାଗୀଦାରି କରିଥିଲେ। ଏହିଠାରୁ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍‌ ଭୂଶୁଡ଼ି ପଡ଼ିଥିଲା।

ଏକଦା ୧୮୩/୩ ସ୍କୋର କରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ୪୬.୪ ଓଭରରେ ୨୩୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପାଇଁ ହର୍ଷିତ ରାଣା ସର୍ବାଧିକ ୪ ଓ ଓ୍ବାଶିଂଟନ ସୁନ୍ଦର ୨ ଉଇକେଟ ନେଇଥିଲେ।

ଜବାବରେ ଭାରତକୁ ଅଧିନାୟକ ଶୁବମନ ଗିଲ ଓ ରୋହିତ ଦୃଢ଼ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ପ୍ରଥମ ଉଇକେଟରେ ୬୯ ରନ ଯୋଡ଼ିଥିଲେ। ଅଧିନାୟକ ଗିଲ ୨୪ ରନ କରି ଜୋଶ ହାଜେଲଉଡ୍‌ଙ୍କ ବଲରେ ଆଉଟ୍‌ ହୋଇପାରେ। ଏହାପରେ ଦୁଇ ପୂର୍ବତନ ଅଧିନାୟକ ରୋହିତ ଓ କୋହଲି ଦାୟିତ୍ୱ ସମ୍ଭାଳିଥିଲେ। କ୍ୟାରିୟରରେ ପ୍ରଥମ ଥର ପାଇଁ ଲଗାତର ଦୁଇ ମ୍ୟାଚ୍‌ରେ ଖାତା ଖୋଲିବାରେ ବିଫଳ ହୋଇଥିବା କୋହଲି ପ୍ରଥମ ବଲରେ ସିଙ୍ଗଲ ନେଇଥିଲେ, ଏହାକୁ ଦର୍ଶକ ତାଳି ମାରି ସ୍ବାଗତ କରିଥିଲେ। ଦୁହେଁ ଅବିଭାଜିତ ଦ୍ୱିତୀୟ ଉଇକେଟରେ ୧୬୮ ରନ ଯୋଡ଼ି ଦଳକୁ ଜିତାଇ ଥିଲେ। ୨୦୨୦ ପରେ ଏହା ଦୁହେଁଙ୍କ ମଧ୍ୟରେ ପ୍ରଥମ ଶତକୀୟ ଭାଗୀଦାରି ଥିଲା। ମୋଟ ଉପରେ ଏହା ଦୁହିଁଙ୍କ ୧୯ତମ ଶତକୀୟ ଭାଗୀଦାରି ଥିଲା।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri