Posted inଖେଳ

ଟେଷ୍ଟ ଦଳରେ ରୋହିତ ସାମିଲ

ନୂଆଦିଲ୍ଲୀ, ୧୦ା୧୧ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅଧିନାୟକ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି। ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ ସେ ଛୁଟିରେ ଯିବେ। ଅନ୍ୟପକ୍ଷରେ ତାଙ୍କ ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ନିଆଯାଇଛି। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ପାଇଁ ପ୍ରଥମାବସ୍ଥାରେ ରୋହିତଙ୍କୁ ଦଳରେ ସ୍ଥାନ ମିଳି ନ ଥିଲା। ଜାନୁୟାରୀ ପ୍ରଥମ ଭାଗରେ କୋହଲିଙ୍କ ଅଭିନେତ୍ରୀ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ ଦେବେ। ଉଭୟେ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିବେ। ଏଥିପାଇଁ କୋହଲି ଅଷ୍ଟ୍ରେଲିଆରେ ଅବଶିଷ୍ଟ ୩ଟି ମ୍ୟାଚ ଖେଳିବେ ନାହିଁ। ଛୁଟିରେ ଯିବା ଲାଗି ଅନୁମତି ପାଇଁ କୋହଲି ଅନୁରୋଧ କରିଥିବା ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଟୁର୍‌ ଅବସରରେ ଭାରତ ୩ ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳିବ। ସିରିଜ ନଭେମ୍ବର ୨୭ରେ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତଙ୍କ ଫିଟ୍‌ନେସ୍‌ ଉପରେ ସଦ୍ୟ ସୂଚନା ଦେବାକୁ ଯାଇ ଶାହା କହିଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ସିରିଜ ମିସ୍‌ କରିବେ। ବିସିସିଆଇ ମେଡିକାଲ ଟିମ୍‌ ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖିଛି। ଅଲ୍‌ଇଣ୍ଡିଆ ସିନିୟର ସିଲେକ୍ସନ କମିଟିକୁ ରିପୋର୍ଟ ପ୍ରଦାନ କରିଛି। ସମ୍ପୂର୍ଣ୍ଣ ଫିଟ୍‌ନେସ୍‌ ଫେରିପାଇବା ଲକ୍ଷ୍ୟରେ ରୋହିତଙ୍କ ସହିତ ପରାମର୍ଶ ପରେ ଅଷ୍ଟ୍ରେଲିଆରେ ତାଙ୍କୁ ଦିନିକିଆ ଓ ଟି୨୦ରୁ ବିଶ୍ରାମ ଦିଆଯାଇଛି। କିନ୍ତୁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତର ଟେଷ୍ଟ ଦଳରେ ସାମିଲ କରାଯାଇଛି। ଫିଟ୍‌ନେସ୍‌ ଥିଲେ ଈଶାନ୍ତ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯିବ ବୋଲି ମଧ୍ୟ ବିସିସିଆଇ ସୂଚନା ଦେଇଛି। କାନ୍ଧରେ ଆଘାତପ୍ରାପ୍ତ ଥିବାରୁ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଅନ୍ତର୍ଜାତୀୟ ଟି୨୦ରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ନିଆଯାଇଛି। ପୂର୍ବରୁ ଟି୨୦ ଦଳରେ ସ୍ଥାନ ପାଇଥିବା ସଞ୍ଜୁ ସାମ୍‌ସନଙ୍କୁ ଦିନିକିଆ ଦଳରେ ଜଣେ ଅତିରିକ୍ତ ଉଇକେଟକିପର ଭାବେ ନିଆଯାଇଛି।
ସଂଶୋଧିତ ଟି୨୦ ଦଳ-ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ମୟଙ୍କ ଅଗ୍ରଓ୍ବାଲ, କେ.ଏଲ୍‌ ରାହୁଲ (ଉପ-ଅଧିନାୟକ ଓ ଉଇକେଟ କିପର), ଶ୍ରେୟାସ ଆୟାର, ମିନଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଦୀପକ ଚହର, ଟି. ନଟରାଜନ।
ଦିନିକିଆ ଦଳ: ବିରାଟ କୋହଲି (ଅଧିତ୍ନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ୍‌, କେଏଲ୍‌ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର, ସଞ୍ଜୁ ସାମସନ (ଉଇକେଟକିପର)।
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, କେ.ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ହନୁମା ବିହାରୀ, ଶୁବମନ ଗିଲ୍‌, ରିଦ୍ଧିମାନ ଶାହା (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର୍‌. ଅଶ୍ୱିନ, ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?